ETV Bharat / bharat

ଦଳର ପରାଜୟ ପାଇଁ ପ୍ରଧାନମନ୍ତ୍ରୀ ଉତ୍ତରଦାୟିତ୍ବ ଗ୍ରହଣ କରନ୍ତୁ: ଭୂପେଶ ବଘେଲ

author img

By

Published : May 14, 2023, 6:35 PM IST

ପ୍ରଧାନମନ୍ତ୍ରୀଙ୍କ ଚେହେରାରେ କର୍ଣ୍ଣାଟକରେ ନିର୍ବାଚନ ଲଢିଥିଲା ବିଜେପି । ଦଳର ପରାଜୟ ପାଇଁ ନରେନ୍ଦ୍ର ମୋଦି ଉତ୍ତରଦାୟିତ୍ବ ଗ୍ରହଣ କରନ୍ତୁ ବୋଲି କହିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଅଧିକ ପଢନ୍ତୁ

ଦଳର ପରାଜୟ ପାଇଁ ନରେନ୍ଦ୍ର ମୋଦି ଉତ୍ତରଦାୟିତ୍ବ ଗ୍ରହଣ କରନ୍ତୁ: ଭୂପେଶ ବଘେଲ

ରାୟପୁର: କର୍ଣ୍ଣାଟକରେ ବିଜେପିର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ନୈତିକତା ଦୃଷ୍ଟିରୁ ପରାଜୟର ଉତ୍ତରଦାୟିତ୍ବ ନିଜ ମୁଣ୍ଡକୁ ନେବା ସହ ସମୀକ୍ଷା କରାଯିବା ନେଇ କହି ସାରିଛନ୍ତି । ହେଲେ କଂଗ୍ରେସ ଏହି ପ୍ରସଙ୍ଗରେ ସିଧା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି । ଦଳର ବରିଷ୍ଠ ନେତା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି, "ଏହି ପରାଜୟର ଉତ୍ତରଦାୟିତ୍ବ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିବା ଉଚିତ । କାରଣ ସମ୍ପୂର୍ଣ୍ଣ ନିର୍ବାଚନ ଦଳ ପ୍ରଧାନମନ୍ତ୍ରୀଙ୍କ ଚେହେରାକୁ ନେଇ ଲଢିଥିଲା ।"

ରାଜଧାନୀ ରାୟପୁରରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ବଘେଲ ଗଣମାଧ୍ୟମ ପ୍ରତିନିଧିଙ୍କୁ କର୍ଣ୍ଣାଟକ ବିଧାନସଭା ଫଳାଫଳ ନେଇ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ, "ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରାରେ କର୍ଣ୍ଣାଟକରେ ପୁରା ନିର୍ବାଚନ ଲଢିଲା । ଏବେ ଫଳାଫଳ ଆସିବା ପରେ ବଶବରାଜ ବୋମ୍ମାଇ ପରାଜୟର ଉତ୍ତରଦାୟିତ୍ବ ଗ୍ରହଣ କରୁଛନ୍ତି । ଅନ୍ତତଃପକ୍ଷେ ଏବେ ସତ କହିବା ଉଚିତ । ପ୍ରଧାନମନ୍ତ୍ରୀ ମୋଦି ନିଜେ ଦଳର ପରାଜୟର ଉତ୍ତରଦାୟିତ୍ବ ଗ୍ରହଣ କରନ୍ତୁ ।"

ସେହିପରି କଂଗ୍ରେସର ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗରେ ମଧ୍ୟ ସେ ମତ ରଖିଥିଲେ ବଘେଲ । କହିଥିଲେ, "ବଜରଙ୍ଗବଲୀ ନ୍ୟାୟ ଓ ଧର୍ମ ସାଙ୍ଗରେ ସର୍ବଦା ରହିଛନ୍ତି । ବଜରଙ୍ଗବଲୀ ସର୍ବଦା ଅତ୍ୟାଚାରକୁ ପରାସ୍ତ କରନ୍ତି । କର୍ଣ୍ଣାଟକରେ ତାହା ପ୍ରମାଣିତ ହେଲା, ଆଗକୁ ମଧ୍ୟ ତାହା ହେବାକୁ ଯାଉଛି । ବଜରଙ୍ଗବଲୀ ଭାରତୀୟ ଜନତା ପାର୍ଟି ସହିତ ନାହାନ୍ତି, ବରଂ କଂଗ୍ରେସ ପାର୍ଟି ସହିତ । ଏଥର ଦଳକୁ ଆର୍ଶୀବାଦ ମିଳିଲା । ଆଗକୁ ମଧ୍ୟ ମିଳବ ।"

ପୂର୍ବରୁ ମଧ୍ୟ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସର ଇସ୍ତାହାର ସମ୍ପର୍କରେ ବଘେଲ ମତ ରଖି ସାରିଛନ୍ତି । ଆବଶ୍ୟକ ପଡ଼ିଲେ, ଛତିଶଗଡ଼ରେ ତାଙ୍କ ସରକାର ମଧ୍ୟ ବଜରଙ୍ଗ ଦଳର ପ୍ରତିବନ୍ଧକ ଉପରେ ଚିନ୍ତା କରିପାରେ ବୋଲି ବଘେଲ କହିଥିଲେ । କର୍ଣ୍ଣାଟକରେ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗ ଦଳକୁ ବ୍ୟାନ କରିବା କଥା କହିଛି, ବଜରଙ୍ଗବଲୀଙ୍କୁ ନୁହେଁ ବୋଲି ବଘେଲ କହିବା ସହ ବଜରଙ୍ଗବଲୀ ସମସ୍ତଙ୍କର ଭଗବାନ ବୋଲି କହିଥିଲେ । ଏବେ ନିର୍ବାଚନ ଫଳାଫଳ ଆସିବା ପରେ ସେ ପରାଜୟ ପାଇଁ ବିଜେପିର ସବୁଠୁ ବଡ଼ ଚେହେରା ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରଦାୟୀ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକରେ ଦଳ ପାଇଁ ମାରାଥନ ପ୍ରଚାର କରି କ୍ରାଉଡପୁଲର ହୋଇଥିଲେ । ତଥାପି ଦଳ ତିନି ଅଙ୍କ ଛୁଇଁ ନପାରିବା ପରେ ବିରୋଧୀଙ୍କ ସମାଲୋଚନା ବଢିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.