ETV Bharat / bharat

ବିଜେପି ପ୍ରାର୍ଥୀଙ୍କୁ ଗିରଫ ପାଇଁ ଛତିଶଗଡ ପହଞ୍ଚିଲା ଝାଡଖଣ୍ଡ ପୋଲିସ

author img

By

Published : Nov 29, 2022, 2:20 PM IST

ଭାନୁପ୍ରତାପପୁର ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ବ୍ରହ୍ମାନନ୍ଦ ନେତାମଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ । ତାଙ୍କୁ ଗିରଫ ପାଇଁ ଛତିଶଗଡରେ ପହଞ୍ଚିଲା ଝାଡଖଣ୍ଡ ପୋଲିସ । ଅଧିକ ପଢନ୍ତୁ

ବିଜେପି ପ୍ରାର୍ଥୀଙ୍କୁ ଗିରଫ ପାଇଁ ଛତିଶଗଡ ପହଞ୍ଚିଲା ଝାଡଖଣ୍ଡ ପୋଲିସ
ବିଜେପି ପ୍ରାର୍ଥୀଙ୍କୁ ଗିରଫ ପାଇଁ ଛତିଶଗଡ ପହଞ୍ଚିଲା ଝାଡଖଣ୍ଡ ପୋଲିସ

ରାୟପୁର: ଛତିଶଗଡର ଭାନୁପ୍ରତାପପୁର ବିଧାନସଭା ଉପନିର୍ବାଚନରେ(Bhanupratappur By-Election) ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଜେପି ପ୍ରାର୍ଥୀ ବ୍ରହ୍ମାନନ୍ଦ ନେତାମଙ୍କୁ ପୋଲିସ କୌଣସି ସମୟରେ ଗିରଫ କରିପାରେ । କାରଣ ତାଙ୍କ ବିରୁଦ୍ଧରେ ନାବାଳିକା ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ରହିଛି । ସେ ଜଣେ ୧୫ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ସହ ତାଙ୍କୁ ବେଶ୍ୟାବୃତ୍ତିରେ ଲଗାଇବାକୁ ବାଧ୍ୟ କରିଥିବାନେଇ ଅଭିଯୋଗ ହୋଇଛି । ତେଣୁ ବ୍ରହ୍ମାନନ୍ଦଙ୍କୁ ଗିରଫ ପାଇଁ ଝାଡଖଣ୍ଡ ପୋଲିସର ୬ ଜଣିଆ ଟିମ୍ ଛତିଶଗଡ ପହଞ୍ଚିଛନ୍ତି ।

ଏହି ପୋଲିସ ଟିମ୍ ଛତିଶଗଡ ଭାନୁପ୍ରତାପପୁରରେ ପହଞ୍ଚିବା ପରେ ପ୍ରଥମେ ସ୍ଥାନୀୟ ପୋଲିସ ସହାୟତାରେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ନରେଶ ସୋନି ଘରେ ପଶିଛନ୍ତି । ମାତ୍ର ପୋଲିସ ଆସୁଥିବାର ଖବର ପାଇ ଅଭିଯୁକ୍ତ ନରେଶ କୁଆଡେ ଫେରାର୍ ହୋଇଯାଇଥିବା ଜଣାପଡିଛି । ଏହାପରେ ଝାଡଖଣ୍ଡ ପୋଲିସ ବିଜେପି ପ୍ରାର୍ଥୀ ବ୍ରହ୍ମାନନ୍ଦଙ୍କ ଗିରଫଦାରୀ ପାଇଁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି । ହେଲେ ଏଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ତେବେ ସେ ପୂର୍ବତନ ମନ୍ତ୍ରୀ ବୃଜମୋହନ ଓ ଦଳର ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହ ନିର୍ବାଚନ ପ୍ରଚାରରେ ଥିବା କୁହାଯାଉଛି । ତେଣୁ ଝାଡଖଣ୍ଡ ପୋଲିସ କୋତବାଲି ପୋଲିସ ସହ ମିଶି ବ୍ରହ୍ମାନନ୍ଦଙ୍କୁ ଗିରଫ କରିବାକୁ ଖୋଜାଖୋଜି ଆରମ୍ଭ କରିଛି । ଏଥିପାଇଁ କେଉଁ ମୁହୂର୍ତ୍ତରେ ମଧ୍ୟ ବିଜେପି ପ୍ରାର୍ଥୀ ଗିରଫ ହୋଇପାରନ୍ତି ।

ଏହାମଧ୍ୟ ପଢନ୍ତୁ: Manipal University Terrorist Row: ପ୍ରଫେସରଙ୍କୁ ଶିକ୍ଷାଦାନରୁ ସମ୍ପୂର୍ଣ୍ଣ ବ୍ୟାନ୍‌ ଦାବି

ସୂଚନା ମୁତାବକ, ୨୦୧୯ ମସିହାରେ ଏହି ନାବାଳିକା ଦୁଷ୍କର୍ମ ମାମଲା ପ୍ରକାଶ ପାଇଥିଲା । ଏହି ମାମଲାରେ ବିଜେପି ନେତା ବ୍ରହ୍ମାନନ୍ଦ ନେତାମଙ୍କ ସମେତ ୫ ଜଣ ଅଭିଯୁକ୍ତ ଅଛନ୍ତି । ତେଣୁ ତାଙ୍କର ନାମାଙ୍କନ ପତ୍ର ରଦ୍ଦ କରିବାକୁ କଂଗ୍ରେସ ଦାବି କରିଛି । କଂଗ୍ରେସ ଅଭିଯୋଗ କରିଛି ଯେ, ବିଜେପି ପ୍ରାର୍ଥୀ ବ୍ରହ୍ମାନନ୍ଦ ନେତାମ ଝାଡଖଣ୍ଡରେ ପୋକ୍ସ ଆକ୍ଟରେ ରୁଜୁ ହୋଇଥିବା ମାମଲାରେ ଅଭିଯୁକ୍ତ ରହିଛନ୍ତି । ନାବାଳିକ ଦୁଷ୍କର୍ମ ଓ ତାଙ୍କୁ ଦେହବେପାର କାର୍ଯ୍ୟରେ ଲଗାଇବା ଭଳି ସାଂଘାତିକ ଅଭିଯୋଗ ରହିଛି । ଏନେଇ ଜାମସେଦପୁରର ଏକ ଥାନାରେ ମାମଲା ରୁଜୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.