ETV Bharat / bharat

ଦିଲ୍ଲୀରେ ହ୍ରାସ ପାଉଛି ସଂକ୍ରମଣ: ଅରବିନ୍ଦ କେଜ୍ରିୱାଲ - delhi corona cases

ବର୍ତ୍ତମାନ ଦିଲ୍ଲୀରେ ନୂଆ ସଂକ୍ରମଣ ମାମଲା ହ୍ରାସ ପାଉଛି । ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

delhi corona cases
delhi corona cases
author img

By

Published : May 14, 2021, 3:24 PM IST

ନୂଆଦିଲ୍ଲୀ: କୋଭିଡର ଦ୍ବିତୀୟ ଲହରରେ ଅସ୍ତବ୍ୟସ୍ତ ହୋଇପଡିଛି ଜାତୀୟ ରାଜଧାନୀ ଦିଲ୍ଲୀ । କୋରୋନାକୁ ପ୍ରତିହତ କରିବାକୁ ରାଜ୍ୟ ସରକାର କଟକଣାକୁ କଡାକଡି କରିଛନ୍ତି । ଯାହାଫଳରେ ବର୍ତ୍ତମାନ ଦିଲ୍ଲୀରେ ନୂଆ ସଂକ୍ରମଣ ମାମଲା ହ୍ରାସ ପାଉଛି । ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଦିଲ୍ଲୀରେ ହୁ ହୁ ହୋଇ ବଢୁଥିବା ସଂକ୍ରମଣ ହାର ଏବେ 12 ପ୍ରତିଶତକୁ ଖସି ଆସିଛି । ଦୈନିକ ମାମଲା ସାଢେ 8 ହଜାର ମଧ୍ୟରେ ରହୁଛି । ଯଦ୍ବାରା ମେଡିକାଲ ଗୁଡିକରେ ଶଯ୍ୟା ଖାଲି ହେଉଛି । ତେବେ ଗୁରୁତର ରୋଗୀଙ୍କ ସଂଖ୍ୟା ଏତେ କମି ନାହିଁ ବୋଲି କେଜ୍ରିୱାଲ ସୂଚନା ଦେଇଛନ୍ତି । ଏଥିସହ କୋରୋନାରେ ପ୍ରାଣ ହରାଇଥିବା ପରିବାର ସଦସ୍ୟଙ୍କୁ ‘ଆପଣ ବ୍ୟସ୍ତ ହୁଅନ୍ତି ନାହିଁ, ମୁଁ ଅଛି’ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.