ETV Bharat / bharat

ବାଦଲଫଟା ବର୍ଷାରେ ମାଆଝିଅ ମୃତ

author img

By

Published : Aug 12, 2022, 10:12 AM IST

ହିମାଚଳ ପ୍ରଦେଶ କୁଲ୍ଲୁରେ ବାଦଲଫଟା ବର୍ଷା ଯୋଗୁଁ ମାଆଝିଅ ମୃତ । ଅଧିକ ପଢନ୍ତୁ

ବାଦଲଫଟା ବର୍ଷାରେ ମାଆଝିଅ ମୃତ
ବାଦଲଫଟା ବର୍ଷାରେ ମାଆଝିଅ ମୃତ

ଶିମଲା: ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାରେ କରାଳ ରୂପ ଦେଖାଇଛି ପ୍ରକୃତି । ଗୁରୁବାର ବାଦଲଫଟା ବର୍ଷା(Cloud burst in Kullu) ଯୋଗୁଁ କୁଲ୍ଲୁର ଶିଲ୍ଲି ଅଞ୍ଚଳରେ ଘର ଭୁଶୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣେ ମହିଳା ଓ ତାଙ୍କର ଛୋଟ ଝିଅ ହୋଇଥିବା ଜଣାପଡିଛି । ପ୍ରବଳ ବର୍ଷା ସ୍ଥାନୀୟ ଅଞ୍ଚଳରେ କୋଟି କୋଟି ଟଙ୍କାର କ୍ଷୟକ୍ଷତି ଘଟାଇଛି । ବର୍ଷାରେ ୫ଟି ଚାରି ଚକିଆ ଗାଡି ଓ ଦୁଇଟି ମୋଟର ସାଇକେଲ ସହ କିଛି ଦୋକାନ ଭାସିଯାଇଥିବାର ଦେଖିବାକୁ ମିଳିଛି ।

ବାଦଲଫଟା ବର୍ଷାରେ ମାଆଝିଅ ମୃତ

କୁଲ୍ଲୁରେ ସପ୍ତାହେ ହେଲା ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ଭୂସ୍ଖଖଳନ ଏବଂ ବାଦଲଫଟା ବର୍ଷା ହେଉଛି । ଏଠାରେ ଥିବା ବ୍ୟାସ ନଦୀର ଜଳସ୍ତର ମଧ୍ୟ ଦିନକୁ ବୃଦ୍ଧି ପାଉଛି । ତେଣୁ ନଦୀକୂଳିଆ ଅଞ୍ଚଳବାସୀଙ୍କୁ ସତର୍କ ରହି ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି । ସେହିପରି ମୌସୁମୀ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କୁଲ୍ଲୁରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଅଗଷ୍ଟ ୧୩ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.