ETV Bharat / bharat

ଶିକ୍ଷା ବିଭାଗର ତ୍ରୁଟି, ହ୍ବାଟ୍ସଆପରେ ଘୁରି ବୁଲିଲା ଦଶମ ବୋର୍ଡ ପରୀକ୍ଷାର ପ୍ରଶ୍ନପତ୍ର

author img

By

Published : Apr 4, 2023, 7:50 PM IST

ତେଲେଙ୍ଗାନାରେ ପୁଣି ଦେଖିବାକୁ ମିଳିଛି ଶିକ୍ଷା ବିଭାଗରେ ତ୍ରୁଟି । ହ୍ବାଟ୍ସଆପରେ ଘୁରି ବୁଲିଲା ଦଶମ ବୋର୍ଡ ପରୀକ୍ଷାର ପ୍ରଶ୍ନପତ୍ର । ଅଧିକ ପଢନ୍ତୁ

Class X Hindi question paper leaked
Class X Hindi question paper leaked

ହାଇଦ୍ରାବାଦ: ତେଲେଙ୍ଗାନାରେ ପୁଣି ଦେଖିବାକୁ ମିଳିଛି ଶିକ୍ଷା ବିଭାଗରେ ତ୍ରୁଟି । ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷା ଜାରି ଥିବା ବେଳେ ହ୍ବାଟ୍ସଆପରେ ମୋବାଇଲକୁ ମୋବାଇଲ ଘୁରି ବୁଲିଲା ହିନ୍ଦୀ ପ୍ରଶ୍ନପତ୍ର । ୱାରାଙ୍ଗଲ ଜିଲ୍ଲାରେ ଶିକ୍ଷା ବିଭାଗର ଏଭଳି ଅବହେଳା ସାମ୍ନାକୁ ଆସିଛି । ଏନେଇ ମଣ୍ଡଳ ରେଭେନ୍ୟୁ ଅଫିସର ଓ ସର୍କଲ ଇନିସପେକ୍ଟର ପରୀକ୍ଷା କେନ୍ଦ୍ରର କର୍ମଚାରୀଙ୍କ ପ୍ରଶ୍ନ କରିଥିବା ବେଳେ କେନ୍ଦ୍ରରୁ କୌଣସି ପ୍ରଶ୍ନପତ୍ର ଲିକ୍‌ ହୋଇନଥିବା ସେମାନେ ସ୍ପଷ୍ଟ କରିଛନ୍ତି ।

ହନୁମାକୋଣ୍ଡା ଜିଲ୍ଲାର ଉପଲ ପରୀକ୍ଷା କେନ୍ଦ୍ରରେ ହିନ୍ଦୀ ପରୀକ୍ଷା ପତ୍ର ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି । କିପରି ଓ କେଉଁ ସ୍ଥିତିରେ ହିନ୍ଦୀ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଛି ସେନେଇ ରାଜ୍ୟ ଶିକ୍ଷା ମନ୍ତ୍ରୀ ସବିତା ଇନ୍ଦ୍ରା ରେଡ୍ଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୱାରଙ୍ଗଲ ଓ ହନୁମାକୋଣ୍ଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସେ କଥା ହୋଇଥିବା କହିଛନ୍ତି । ୱାରଙ୍ଗଲ ଜିଲ୍ଲା ଶିକ୍ଷା ଅଧିକାରୀ ବାସନ୍ତୀ କହିଛନ୍ତି, "ହ୍ବାଟ୍ସଆପରେ ଯେଉଁ ପ୍ରଶ୍ନ ପତ୍ର ଭାଇରାଲ ହେଉଛି, ତାହା ଆଜିର ହିନ୍ଦୀ ପ୍ରଶ୍ନପତ୍ର ସହ ମେଳ ଖାଉଛି । ପରୀକ୍ଷା କେନ୍ଦ୍ରକୁ କୌଣସି ନିରୀକ୍ଷକଙ୍କୁ ମୋବାଇଲ ନେଇ ଯିବାକୁ ଅନୁମତି ନଥିଲା । ତେବେ କେଉଁଠାରୁ ପ୍ରଶ୍ନପତ୍ର ଲିକ ହୋଇଛି ତାହା ଜଣାପଡିନାହିଁ । ଏ ନେଇ ୱାରଙ୍ଗଲ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ ହୋଇଛି । "

ଏହା ବି ପଢନ୍ତୁ-Covid Positive: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ କୋରୋଜା ପଜିଟିଭ ଚିହ୍ନଟ

ହନୁମାକୋଣ୍ଡା ଜିଲ୍ଲାର ଉପଲ ପରୀକ୍ଷା କେନ୍ଦ୍ରରେ ହିନ୍ଦୀ ପରୀକ୍ଷା ପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଛି । ସକାଳ ପ୍ରାୟ ୯.୩୭ମିନିଟରେ ହ୍ବାଟ୍ସଆପ ଗ୍ରୁପରେ ପ୍ରଶ୍ନପତ୍ର ସେୟାର ହୋଇଥିଲା । ପ୍ରଥମେ ବିକାରାବାଦ ଜିଲ୍ଲାର ତନ୍ଦୁରଠାରେ ଲିକ ହୋଇଥିଲା । ଯେତେବେଳେ ଏ ନେଇ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ ସେ ଆଜିର ପରୀକ୍ଷା ପତ୍ର ସହିତ ମିଳାଇଥିଲେ । ଏହା ଆଜିର ହିନ୍ଦୀ ପ୍ରଶ୍ନପତ୍ର ସହ ସମାନ ଥିଲା । ଏହାପରେ ଥାନାରେ ମାମଲା ରୁଜୁ ହୋଇଛି ।

ସେପଟେ ଏ ନେଇ ୱାରଙ୍ଗଲ ପୋଲିସ କମିଶନର ରଙ୍ଗନାଥ କହିଛନ୍ତି, " ଆମେ ଏ ନେଇ ତଦନ୍ତ ଜାରି ରଖିଛୁ । ଯଦି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ବାହାରକୁ ଯାଇଥିବ ତେବେ ଏହାକୁ ଲିକ୍‌ କୁହାଯିବ । ହେଲେ ଏହି ଘଟଣାରେ ପରୀକ୍ଷା ଆରମ୍ଭ ହେବାର ଗୋଟିଏ ଘଣ୍ଟା ପରେ ପ୍ରଶ୍ନପତ୍ର ବାହାରକୁ ଆସିଥିଲା ଏବଂ ଏହାକୁ ହ୍ବାଟ୍ସଆପ୍‌ରେ କେହି ଜଣେ ସେୟାର କରିଥିଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ କେହି ନିରୀକ୍ଷକ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଫୋନ ନେଇ ଯାଇଛନ୍ତି । ଉକ୍ତ ନିରୀକ୍ଷକଙ୍କ ସମ୍ପର୍କରେ ଜଣାପଡ଼ିଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.