ETV Bharat / bharat

ମୋତେ ଆମ ଶିକ୍ଷକ ବାଡେଇଛନ୍ତି, ତାଙ୍କୁ ଶୀଘ୍ର ଗିରଫ କର - ତେଲେଙ୍ଗାନରେ ଛାତ୍ର ମାଡ ଘଟଣା

ମୋତେ ଆମ ଶିକ୍ଷକ ବାଡେଇଛନ୍ତି । ଏଥିସହ ମୋତେ ବହୁତ ପିଟିଛନ୍ତି । ଏହା ଦ୍ବାରା ମୁଁ ବହୁତ କଷ୍ଟ ପାଇଛି । ଅଧିକ ପଢନ୍ତୁ

ମୋତେ ଆମ ଶିକ୍ଷକ ବାଡେଇଛନ୍ତି, ତାଙ୍କୁ ଗିରଫ କର

author img

By

Published : Mar 6, 2022, 9:37 PM IST

ହାଇଦ୍ରାବାଦ: ମୋତେ ଆମ ଶିକ୍ଷକ ବାଡେଇଛନ୍ତି । ଏଥିସହ ମୋତେ ବହୁତ ପିଟିଛନ୍ତି । ଏହା ଦ୍ବାରା ମୁଁ ବହୁତ କଷ୍ଟ ପାଇଛି ।

ତେବେ ତେଲେଙ୍ଗାନର ମେହବୁବବାଦ୍‌ ପୋଲିସ ଷ୍ଟେସନରେ ଦେଖିବାକୁ ମିଳିଛି ଏହି ଘଟଣା । ଜଣେ ଦ୍ବିତୀୟ ଶ୍ରେଣୀର ଛାତ୍ର ମେହବୁବବାଦ୍‌ ପୋଲିସ ଷ୍ଟେସନ ଥାନା ଅଧିକାରିଣୀଙ୍କ ନିକଟରେ ଶିକ୍ଷକ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ କରିଛନ୍ତି । ଏଥିସହ ଶିକ୍ଷକଙ୍କୁ ଗିରଫ କରିବାକୁ ନାବାଳକ ଜଣକ ଆଇଆଇସିଙ୍କୁ କହିଛନ୍ତି ।

ଏହି ବାଳକ ହେଉଛନ୍ତି ତେଲେଙ୍ଗାନର ମେହବୁବବାଦ୍‌ ଜିଲ୍ଲାର ଅନିଲ ନାଏକ । ଅନିଲ ମେହବୁବବାଦ୍‌ ଜିଲ୍ଲା ଅନ୍ତର୍ଗତ ବାୟାରାମ ମଣ୍ଡଳର ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି । ସେ ହଠାତ୍‌ ଆଜି ମେହବୁବବାଦ୍‌ ପୋଲିସ ଷ୍ଟେସନରେ ପହଞ୍ଚିବା ପରେ ଥାନା ଅଧିକାରିଣୀ ଅନିଲକୁ କାହିଁକି ଆସିଛ ବୋଲି ପଚାରିଥିଲେ ।

ଏହା ପରେ ଅନିଲ ନିଜ ଶିକ୍ଷକ ଦ୍ବାରା ହୋଇଥିବା ନିର୍ଯାତନା ସମ୍ପର୍କରେ ଜଣାଇଥିଲେ । ମାତ୍ର ଥାନା ଅଧିକାରିଣୀ ତାଙ୍କୁ ପଚାରିଥିଲେ କାହିଁକି ତୁମ ଶିକ୍ଷକ ବାଡେଇଲେ । ଏହାର ଉତ୍ତରରେ ବାଳକ ଜଣକ କହିଥିଲେ, ମୁଁ ଠିକ୍‌ରେ ପାଠ ପଢୁ ନଥିବାରୁ ମୋ ଶିକ୍ଷକ ମୋତେ ବାଡେଇଛନ୍ତି ।

ଅନ୍ୟପଟେ ଥାନା ଅଧିକାରିଣୀ ରମାଦେବୀ ପିଲାଟିର କଥା ଶୁଣିବା ସହ ବିଦ୍ୟାଳୟକୁ ଯାଇ ଏହାର ସମାଧାନ ମଧ୍ୟ କରିଛନ୍ତି । ମାତ୍ର ଅନିଲ ଏ ସମ୍ପର୍କରେ ଆପୋଷ ବୁଝାମଣା ପାଇଁ ରାଜି ନଥିଲେ । ଏଥିସହ ବହୁ ସମୟ ଧରି ପିଲାଟିକୁ ବୁଝାଇବା ପରେ ଘଟଣାର ସମାଧାନ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.