ETV Bharat / bharat

ଜଘନ୍ୟ କାଣ୍ଡ ଘଟାଇଲା ଅଷ୍ଟମ ଶ୍ରେଣୀ ଛାତ୍ର, ୬ବର୍ଷର ଛାତ୍ରକୁ ହତ୍ୟା

ବିହାର ଗୋପାଳଗଞ୍ଜ ଅଞ୍ଚଳର ଏକ ଆବାସିକ ବିଦ୍ୟାଳୟରେ ୬ବର୍ଷର ଛାତ୍ରକୁ ହତ୍ୟା । ଏହି ଘଟଣାରେ ଅଷ୍ଟମ ଶ୍ରେଣୀର ଛାତ୍ର ଗିରଫ । ଅଧିକ ପଢନ୍ତୁ

author img

By

Published : Aug 22, 2023, 10:28 AM IST

Class 8 boy kills 6 year old hostel mate

ପାଟନା: ରାଗରେ ଜଘନ୍ୟ କାଣ୍ଡ ଘଟାଇଛନ୍ତି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର । ଛାତ୍ର ଜଣକ ଜଣେ ୬ବର୍ଷର ଛାତ୍ରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ବିହାର ଗୋପାଳଗଞ୍ଜ ଅଞ୍ଚଳର ଏକ ଆବାସିକ ବିଦ୍ୟାଳୟରୁ । ଏହି ଘଟଣାରେ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ତେବେ ମୃତ ଛାତ୍ର ଜଣକ ହେଉଛନ୍ତି ଭୋରେ ଜିଲ୍ଲା କୁଶ ଗାଁର ଆର୍ଯ୍ୟନକୁମାର ସିଂ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଅଭିଯୁକ୍ତ ଛାତ୍ର ଜଣକ ଆବାସିକ ବିଦ୍ୟାଳୟର ଛାତ ଉପରେ ନର୍ସରୀରେ ପଢ଼ୁଥିବା ଆର୍ଯ୍ୟନକୁ ଇଟାରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି । ତେବେ ସିସିଟିଭି ଫୁଟେଜରେ ଅଷ୍ଟମ ଶ୍ରେଣୀ ଛାତ୍ର ଜଣକ ଆର୍ଯ୍ୟନଙ୍କ ପଛରେ ଯାଉଥିବା ଦେଖିବାକୁ ମିଳିଛି । ଏଥି ସହ ଘଟଣାସ୍ଥଳରେ ଇଟା ଓ କପଡ଼ା ମିଳିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଅଭିଯୁକ୍ତ ଛାତ୍ର ଏହି ହତ୍ୟା କରିଥିବା ନେଇ ସ୍ବୀକାର କରିଛନ୍ତି । ହତ୍ୟାକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି ।ଏହାକୁ ନେଇ ପୋଲିସ ଆଗରେ ମୁହଁ ଖୋଲିନି ଅଭିଯୁକ୍ତ ।

ଗୋପାଳଗଞ୍ଜ ଏସ୍‌ପି ସ୍ବର୍ଣ୍ଣ ପ୍ରଭାତ କହିଛନ୍ତି, ଗୋପାଳଗଞ୍ଜର ଆବାସିକ ବିଦ୍ୟାଳୟର ଛାତ ଉପରେ ଏକ ୬ବର୍ଷ ଛାତ୍ରର ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଛାତ୍ରଙ୍କ ନାକ ଓ ମୁହଁରେ ରକ୍ତ ଲାଗିଥିବା ବେଳେ ବେକରେ ମଧ୍ୟ ଚିହ୍ନ ଥିଲା । ଯାହାକୁ ନେଇ ପୋଲିସ ହତ୍ୟା ସନ୍ଦେହ କରିଥିଲା । ଘଟଣାର ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିଛି । ଅନ୍ୟପଟେ ଆର୍ଯ୍ୟନଙ୍କ ପରିବାର ଲୋକ କହିଛନ୍ତି ଯେ, ଆର୍ଯ୍ୟନଙ୍କ ପିତା ସାଉଦିରେ ରୁହନ୍ତି । ଆର୍ଯ୍ୟନଙ୍କ ଆଡ୍‌ମିଶନ କିଛିଦିନ ପୂର୍ବରୁ ଏଠାରେ କରାଯାଇଥିଲା । ଗତ ଶନିବାର ଦିନ ଆର୍ଯ୍ୟନଙ୍କ ହତ୍ୟା କରାଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- ସ୍ତ୍ରୀ ଓ ଝିଅକୁ ନିର୍ମମ ହତ୍ୟା ପରେ ଜୀବନ ହାରିଲା ସ୍ବାମୀ

ପ୍ରକାଶ ଥାଉକି, ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାରେ ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ଜୀବନ ହାରିଲା ସ୍ବାମୀ । ତିନି ମୃତକ ହେଉଛନ୍ତି ଚିଖଲି ଗ୍ରାମର କିଶୋର କୁଟେ, ତାଙ୍କ ପତ୍ନୀ ବର୍ଷା ଦାଣ୍ଡଡେ କୁଟେଲ ଓ ତାଙ୍କ ଦୁଇ ବର୍ଷର ଶିଶୁକନ୍ୟା । ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ବର୍ଷା ଚିଖିଲି ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ । ରବିବାର ରାତିରେ ଚିଖଲି ପୋଲିସ ଷ୍ଟେସନରେ ଡ୍ୟୁଟି ସରିବା ପରେ ବର୍ଷା ସକାଳେ ଘରକୁ ଆସିଥିଲେ । ଏହାପରେ ସ୍ବାମୀ କିଶୋର ଓ ବର୍ଷାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଯାହା ପରମୁହୁର୍ତ୍ତରେ ଉଗ୍ରରୂପ ଧାରଣ କରିଥିଲା। କିଶୋର ଉତକ୍ଷିପ୍ତ ହୋଇ ସ୍ତ୍ରୀ ବର୍ଷାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ଶିଶୁକନ୍ୟାକୁ ଛୁରୀ ଭୁସି ହତ୍ୟା କରିଥିଲେ। ଦୁଇ ଜଣଙ୍କୁ ହତ୍ୟା କରିବା ପରେ କିଶୋର ବାଇକ ଯୋଗେ ନିକଟ ଗଙ୍ଗାଲଗାଓଁ ଗ୍ରାମକୁ ଯାଇ ସେଠାରେ ଏକ କୂଅରେ ଝୁଲି ପଡି ଆତ୍ମହତ୍ୟା କରିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.