ETV Bharat / bharat

କୋମଳମତି ବୟସରେ ହିଂସକ ଆଚରଣ: 4ର୍ଥ ଶ୍ରେଣୀ ଛାତ୍ରକୁ 108 ଥର ଆକ୍ରମଣ କଲେ ସହପାଠୀ

author img

By ETV Bharat Odisha Team

Published : Nov 27, 2023, 7:37 PM IST

ସ୍କୁଲରେ କୋମଳମତି ବୟସରେ ହିଂସକ ଆଚରଣ । 4ର୍ଥ ଶ୍ରେଣୀ ଛାତ୍ରକୁ କମ୍ପାସରେ 108 ଥର ଆକ୍ରମଣ କଲେ ସହପାଠୀ । ଅନଲାଇନ ଗେମ୍ କିମ୍ବା ଭିଡିଓ ଗେମର କୁପ୍ରଭାବକୁ ସନ୍ଦେହ କରୁଛି ଶିଶୁ ମଙ୍ଗଳ କମିଟି । ଅଧିକ ପଢନ୍ତୁ

କୋମଳମତି ବୟସରେ ହିଂସା: 4ର୍ଥ ଶ୍ରେଣୀ ଛାତ୍ରକୁ କମ୍ପାସରେ 108 ଥର ଆକ୍ରମଣ କଲେ ସହପାଠୀ

ଭୋପାଳ: କୋମଳମତି ବୟସରେ ସ୍କୁଲରେ ହିଂସକ ଆଚରଣ । ଜଣେ 4ର୍ଥ ଶ୍ରେଣୀର ଛାତ୍ରକୁ କ୍ଲାସରୁମରେ ତାର 3 ଜଣ ସହପାଠୀ ଜ୍ୟାମିତି ବକ୍ସର ବ୍ୟବହୃତ କମ୍ପାସରେ ଆକ୍ରମଣ କରିଛନ୍ତି । ଛାତ୍ରଟିକୁ 108 ଥର କମ୍ପାସରେ ଆକ୍ରମଣ କରାଯାଇଛି । ଶିଶୁଟି ଏଥିରେ ଗମ୍ଭୀର ଭାବେ ଆହତ ହୋଇ ଚିକିତ୍ସାଧୀନ ରହିଛି । ଏପରି ଏକ ଅଭାବନୀୟ ଘଟଣା ମଧ୍ୟ ପ୍ରଦେଶ ଇନ୍ଦୋରର ଏକ ଘରୋଇ ସ୍କୁଲରେ ଦେଖିବାକୁ ମିଳିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ଶିଶୁ ମଙ୍ଗଳ କମିଟ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସଠାରୁ ତଦନ୍ତ ରିପୋର୍ଟ ମାଗିଛି ।

ସୂଚନା ଅନୁସାରେ, ଏହି ଘଟଣାଟି 24 ତାରିଖର । ଇନ୍ଦୋରର ଏରୋଡ୍ରୋମ ପୋଲିସ ଷ୍ଟେସନ ଅଧୀନରେ ଆସୁଥୁବା ଏକ ଘରୋଇ ସ୍କୁଲରେ ଜଣେ ଛାତ୍ରଙ୍କୁ ସେହି ଶ୍ରେଣୀରେ ପଢୁଥିବା ତାର 3 ସହଯୋଗୀ କୌଣସି କାରଣ ପାଇଁ ଗଣିତ ପାଠ୍ୟକ୍ରମ ପାଇଁ ଆବଶ୍ୟକ ହେଉଥିବା ଜ୍ୟାମିତି ବାକ୍ସର କମ୍ପାସରେ ଆକ୍ରମଣ କରିଥିଲେ । ପ୍ରାୟ ଶିଶୁଟିକୁ ପ୍ରାୟ 108 ଥର ଆକ୍ରମଣ କରାଯାଇଛି । ସେ ଏବେ ଚିକିତ୍ସାଧୀନ ଥିବା ତାର ପରିବାର ସଦସ୍ୟ ସୂଚନା ଦେବା ସହ ସ୍ଥାନୀୟ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି ।

ଅଭିଯୋଗ ସମ୍ପର୍କରେ ପୋଲିସ କହିଛି, ଏପରି କାଣ୍ଡ ଘଟାଇଥିବା ସମସ୍ତ 3 ଛାତ୍ରଙ୍କ ବୟସ 10 ବର୍ଷରୁ କମ । ସମସ୍ତେ ନାବାଳକ ହୋଇଥିବା କାରଣରୁ ଜୁଭିନାଇଲ ପ୍ରକ୍ରିୟାରେ ତଦନ୍ତ ଜାରି ରହିଛି । ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାର ଉଚରା କରାଯାଉଛି । ଅନ୍ୟପଟେ ଶିଶୁ ମଙ୍ଗଳ କମିଟି (CWC) ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହ ଏହାକୁ ଗମ୍ଭୀରତାର ସହ ନେଇଛି । କମିଟି ଅଧ୍ୟକ୍ଷା ପଲ୍ଲବୀ ପରଓ୍ବାଲ କହିଛନ୍ତି, ସ୍କୁଲ ହତା ମଧ୍ୟରେ ଏତେ କୋମଳମତି ବୟସରେ କିପରି ହିଂସକ ଆଚରଣ ଦେଖାଗଲା, ସେ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ ପୋଲିସକୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ କମିଟି କହିଛି ।

ଏହା ମଧ୍ୟ ପଢନ୍ତୁ :- ବିନା ଭିସାରେ ବୁଲନ୍ତୁ ମାଲେସିଆ, ଭାରତୀୟଙ୍କ ପାଇଁ ରହିଛି ଅଫର୍‌

ପଲ୍ଲବୀ ପରଓ୍ବାଲ ଆହୁରି ମଧ୍ୟ କହିଛନ୍ତି, ଏପରି ଘଟଣାରେ ସମ୍ପୃକ୍ତ ଥିବା ଛାତ୍ର ଓ ତାଙ୍କ ପରିବାର ସଦସ୍ୟଙ୍କ ସହ କମିଟି ଏକ କାଉନସିଲିଂ ମଧ୍ୟ କରିବାକୁ ଯାଉଛି । କେଉଁ ପରିସ୍ଥିତିରେ ସମାନଙ୍କ ମଧ୍ୟରେ ହିଂସକ ଅଚରଣ ବୃଦ୍ଧି ପାଉଛି । ଘରେ ଓ ସ୍କୁଲରେ ସେମାନଙ୍କ ବ୍ୟବହାର, ଆଚରଣକୁ ଅନୁଧ୍ୟାନ କରାଯିବ । ସେମାନେ ଅନଲାଇନ କିମ୍ବା ଭିଡିଓ ଗେମ ଆଦି ପ୍ରତି ମାତ୍ରାଧିକ ଅଭ୍ୟସ୍ତ କି? ସେ ସମସ୍ତ ଦିଗକୁ ଏହି କାଉନସିଲିଂରେ ସ୍ଥାନ ଦିଆଯିବା ନେଇ ସେ ସୂଚନା ଦେଇଛନ୍ତି । ଅନ୍ୟପଟେ ସ୍କୁଲରେ ଏପରି ଘଟଣା ସମ୍ପର୍କରେ ଜଣାପଡିବା ପରେ ଅନ୍ୟ ଅଭିଭାବକମାନେ ମଧ୍ୟ ଚିନ୍ତିତ ହୋଇପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.