ETV Bharat / bharat

ବଚସାକୁ କେନ୍ଦ୍ର କରି ଛାତ୍ରଙ୍କୁ ଛୁରୀମାଡ - ଦକ୍ଷିଣ ପୂର୍ବ ଦିଲ୍ଲୀର ଓଖଲା ଅଞ୍ଚଳ

ଦକ୍ଷିଣ ପୂର୍ବ ଦିଲ୍ଲୀର ଓଖଲା ଅଞ୍ଚଳରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ବଚସାକୁ ନେଇ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ ଛୁରୀରେ ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ

Class 12 student stabbed to death
Class 12 student stabbed to death
author img

By

Published : Feb 1, 2023, 4:19 PM IST

ନୂଆଦିଲ୍ଲୀ: ସାମାନ୍ୟ ବଚସାକୁ କେନ୍ଦ୍ର କରି ହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ପୂର୍ବ ଦିଲ୍ଲୀର ଓଖଲା ଅଞ୍ଚଳରେ । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବଚସାକୁ ନେଇ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ ଛୁରୀରେ ହତ୍ୟା କରାଯାଇଥିବା ଅଭିଯୋଗ । ତେବେ ମୃତକ ଓଖଲା ଫେଜ2 ଜେଜେ କ୍ୟାମ୍ପର ଥିବା ବେଳେ କାଲକାଜୀ ବିଦ୍ୟାଳୟର ଛାତ୍ର ଥିବା ଜଣାପଡିଛି ।

ସୂଚନା ମୁତାବକ, ହନସରାଜ ସେଠୀ ପାର୍କ ନିକଟରେ ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯେଉଁଥିରେ ନାବାଳକଟିର ଛାତିରେ ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ପୁର୍ଣ୍ଣିମା ସେଠୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେ ମୃତ୍ୟୁବରଣ କରିଥିଲେ । ଏନେଇ ଧାରା 302 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଏଥିସହ ସ୍ଥାନୀୟ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପ୍ରକାଶ ଥାଉକି, ସେହିପରି ଆଉ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ଗତ ମାର୍ଚ୍ଚ 2022ରେ ଦ୍ୱାରକା ଠାରେ ଘଟିଥିବା ଅନ୍ୟ ଏକ ଘଟଣାରେ ଅକ୍ଷୟ ପବ୍ଲିକ୍ ସ୍କୁଲର କିଛି ସ୍କୁଲ ଯାଉଥିବା ପିଲାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯେଉଁଥିରେ ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଛାତ୍ରଙ୍କୁ ହତ୍ୟା କରିଥିଲା । ତଥ୍ୟ ଦର୍ଶାଉଛି ଯେ ଦିଲ୍ଲୀରେ ନାବାଳକଙ୍କ ବହୁ ସଂଖ୍ୟକ ଅପରାଧ ରେକର୍ଡ କରାଯାଇଛି । ଯେମିତିକି, 2021 ମସିହାରେ ସମୁଦାୟ 3129 ନାବାଳକ ଯେଉଁମାନେ ଆଇନ ହାତକୁ ନେଇଛନ୍ତି, ସେମାନଙ୍କ ମଧ୍ୟରୁ 2643 ଜଣ ଦିଲ୍ଲୀରୁ ଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.