ETV Bharat / bharat

MBBS Course: ମେଡିକାଲ କଲେଜରେ କ୍ଲାସ କରୁଥିଲା ଦ୍ୱାଦଶ ଛାତ୍ର, ବଡ ପଦକ୍ଷେପ ନେଲେ କେରଳ ସରକାର - Class 12 student attends MBBS course in Kerala

ବିନା ଅନୁମତିରେ ମେଡିକାଲ କଲେଜରେ କ୍ଲାସ କରି ଆସୁଥିଲା ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ର । ଅନୁପସ୍ଥିତ ରହିବା ଯୋଗୁ ଚିହ୍ନଟ କଲା କଲେଜ କର୍ତ୍ତୃପକ୍ଷ । ଏତଲା ପରେ ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

ମେଡିକାଲ କଲେଜରେ କ୍ଲାସ କରୁଛି ଦ୍ବାଦଶ ଛାତ୍ର, ଥାନାରେ ଏତଲା ପରେ ପୋଲିସର ତଦନ୍ତ ଆରମ୍ଭ

author img

By

Published : Dec 10, 2022, 9:46 PM IST

Updated : Dec 11, 2022, 3:11 PM IST

ହାଇଦ୍ରାବାଦ: କେରଳର କୋଜିକୋଡେ ମେଡିକାଲ କଲେଜରେ ଗତ କିଛି ଦିନ ହେବ ବିନା ଆଡମିଶନ କିମ୍ବା ଅନୁମତିରେ କ୍ଲାସ କରି ଆସୁଥିଲା ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ର । ହେଲେ ନିକଟରେ ସେ ଅନୁପସ୍ଥିତ ରହିବା ପରେ ସେ ଜଣେ ଅଣଛାତ୍ର ବୋଲି କଲେଜ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ । ଏନେଇ କଲେଜ କର୍ତ୍ତୃପକ୍ଷ ସ୍ଥାନୀୟ ଥାନରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏତଲା ପରେ ପୋଲିସ ଅଧିକାରୀ କହିଛନ୍ତି, "ଛାତ୍ରଜଣକ ଆଡମିଶନ ନକରି ଗତ ଚାରି ଦିନ MBBS କ୍ଲାସରେ ନିୟମିତ ଯୋଗ ଦେଇଆସୁଥିଲେ । ପଞ୍ଚମ ଦିନ ସେ ଅନୁପସ୍ଥିତ ରହିବା କାରଣରୁ କଲେଜ କର୍ତ୍ତୃପକ୍ଷ ତାଙ୍କୁ ପରିଚୟ ଯାଞ୍ଚ କରିଥିଲେ । ସେଥିରେ ସେ ଜଣେ ଅଣଛାତ୍ର ବୋଲି ଜଣାପଡିଛି । ପରବର୍ତ୍ତୀ ତଦନ୍ତରେ ସେ ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ର ହୋଇଥିବା ମଧ୍ୟ ସୂଚନା ମିଳିଛି । ତେବେ ସେ କାହିଁକି ସେପରି କରୁଥିଲେ, ସେ ନେଇ ସମସ୍ତ ଦିଗରୁ ଅନୁସନ୍ଧାନ କରାଯାଉଛି ।" ତେବେ ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ ସୂଚନା ଦେଇଛି ।

କଲେଜ ଉପାଧ୍ୟକ୍ଷ କେ.ଜି ସାଜିତ କୁମାର କହିଛନ୍ତି, "ଉପଯୁକ୍ତ ଆଡମିଶନ ପ୍ରଣାଳୀ ଅନୁସରଣ ନକରି ଜଣେ ଛାତ୍ରଜଣଙ୍କ 4 ଦିନ ଧରି କ୍ଲାସ କରୁଥିବା ଜଣାପଡିଛି । ପ୍ରଥମ ଦିନରେ ବିଳମ୍ବରେ ଆସିଥିବା ସମସ୍ତ ଛାତ୍ରଙ୍କୁ ଆଡମିଶନ କାର୍ଡ ଯାଞ୍ଚ ନକରାଯାଇ ଶ୍ରେଣୀରେ ବସିବାକୁ ଅନୁମତି ଦିଆଯାଇଥିଲା । ଯେଉଁଥିରେ 246 ଜଣ ଛାତ୍ର ରହିଥିଲେ । ତେବେ ଏହାର ସୁଯୋଗ ନେଇ ଉକ୍ତ ଛାତ୍ରଜଣଙ୍କ ଶ୍ରେଣୀଗୃହରେ ପ୍ରବେଶ କରି ଏକ ସିଟି ଅକ୍ତିଆର କରିଥିଲା ।"

କ୍ରମାଗତ 4 ଦିନ ଧରି କ୍ଲାସ କରିବା ପରେ ପଞ୍ଚମ ଦିନରେ ଅନୁପସ୍ଥିତ ରହିବା ଫଳରେ ସନ୍ଦେହ ବଢିଥିଲା । ପରେ କଲେଜ ପ୍ରଶାସନ ତାର ପରିଚୟ ଯାଞ୍ଚ କରିବା ବେଳେ ସେ ଜଣେ ଅଣଛାତ୍ର ହୋଇଥିବା ସ୍ପଷ୍ଟ ହୋଇଥିଲା । ତେବେ ସେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି । ଏନେଇ ପୋଲିସରେ ଏତଲା ପରେ ତଦନ୍ତ ଜାରି ରହିଥିବା କଲେଜ ଉପାଧ୍ୟକ୍ଷ କେ.ଜି ସାଜିତ କୁମାର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 11, 2022, 3:11 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.