ETV Bharat / bharat

ପାଠ ପଢିବା ପାଇଁ ଗାଳି କଲେ ବାପା, ଚରମ ନିଷ୍ପତ୍ତି ନେଲା ଝିଅ

ଦଶମ ପରୀକ୍ଷାରେ ଭଲ ନମ୍ବର ରଖିବା ଲାଗି କହିଲେ ପିତାମାତା । ଦଉଡ଼ି ଲଗାଇ ଆତ୍ମହତ୍ୟା କଲା ଝିଅ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 3, 2023, 8:25 PM IST

Etv Bharat
Etv Bharat

ପାଟନା: ବିହାର ଜମୁଇଠାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା । ପାଠ ପଢ଼ିବା ପାଇଁ ବାପା ଗାଳି କରିବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ଆଣିବା ଲାଗି ମନ ଲଗାଇ ପାଠ ପଢିବାକୁ ଉଭୟ ପିତାମାତା କହି ଆସୁଥିଲେ । ତେବେ ପାଠପଢ଼ା ଲାଗି ଚାପରେ ଆସି ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସମ୍ପର୍କୀୟ କହିଛନ୍ତି ।

ଟାଉନ ଥାନା ଅଞ୍ଚଳର ମହରାଜଗଞ୍ଜ ବଜାର ନିକଟରେ ଘଟିଛି ଅଭାବନୀୟ ଘଟଣା । ପିଲାଙ୍କ ଭବିଷ୍ୟତ ଲାଗି ପିତାମାତା ସବୁବେଳେ ନିଜ ସନ୍ତାନଙ୍କୁ ଆକଟ କରିଥାଆନ୍ତି । ହେଲେ ଏଠାରେ ଛାତ୍ରୀ ଜଣକ ପାଠପଢାକୁ ନେଇ ଚାପରେ ଆସି ଏଭଳି ଚରମ ନିଷ୍ପତ୍ତି ନେଇଥିବା ସମ୍ପର୍କୀୟମାନେ କହିଛନ୍ତି । ତେବେ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ପିତା କହିଛନ୍ତି,"ମୋର ଝିଅର ଗୋଟିଏ ଭଲ କଲେଜରେ ଆଡମିଶନ ହୋଇଥିଲା । ତାହାର ଉଦାହରଣ ଦେଇ ଭଲ ପାଠ ପଢ଼ିବା ଲାଗି ମୁଁ ମୋର ସାନ ଝିଅକୁ କହିଥିଲି । ଫଳରେ ସେ ଭଲ କଲେଜରେ ପଢ଼ି ନିଜ ଉତ୍ତମ ଭବିଷ୍ୟତ ଗଢିପାରିବ । "

ଏହା ବି ପଢନ୍ତୁ- ପୁଅ ସହିପାରିଲାନି ବାପାଙ୍କ ଗାଳି, ନେଲା ଚରମ ନିଷ୍ପତ୍ତି

ଏହାକୁ ନେଇ ମୃତ ଛାତ୍ରୀଙ୍କ ମାଆ ମଧ୍ୟ ତାଙ୍କୁ ଆକଟ କରି ଗାଳି କରିଥିଲେ । ଏହାପରେ ଘରର ପ୍ରତ୍ୟେକ ସଦସ୍ୟ ନିଜ ନିଜ କାମରେ ଲାଗି ପଡ଼ିଥିଲେ । ହେଲେ ଯେତେବେଳେ ସେମାନେ ସାନ ଝିଅ ରୁମ୍‌କୁ ଯାଇଥିଲେ, ତାପରେ ଅବାକ୍‌ ହୋଇପଡ଼ିଥିଲେ । ସେଠାରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଏ ନେଇ ଛାତ୍ରୀଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, " ଏହି ବର୍ଷ ମୋର ଝିଆରୀ ମାଟ୍ରିକ ପରୀକ୍ଷା ଦେଇଥାନ୍ତା । ଭଲ ନମ୍ବର ରଖିବା ଲାଗି ତା ଉପରେ ଚାପ ଥିଲା । ଏହାରି ମଧ୍ୟରେ ଘର ଲୋକ ତାକୁ ପାଠ ପଢ଼ିବାକୁ ନେଇ ଗାଳି କରିବା ପରେ ସେ କ୍ରୋଧିତ ହୋଇ ନିଜ ଜୀବନ ନେଇଛି। "

ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାପରେ ଛାତ୍ରୀଙ୍କ ମର ଶରୀରକୁ ବ୍ୟବଚ୍ଛେଦ ଲାଗି ହସ୍ପିଟାଲକୁ ପଠାଯାଇଛି । ଘଟଣା ସମ୍ପର୍କରେ ଟାଉନ ଥାନାଧିକାରୀ ରାଜୀବ କୁମାର ତିୱାରି କହିଛନ୍ତି ଯେ ପ୍ରାଥମିକ ସୂଚନା ଅନୁସାରେ ଆତ୍ମହତ୍ୟା ମାମଲା ରୁଜୁ କରାଯାଇଛି । ପୁରା ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.