ETV Bharat / bharat

ହାତାହାତି ହେଲେ YSRCP ଓ TDP ଦଳର କର୍ମୀ, ଜାଳି ଦଲେ କାର ସହ କାର୍ଯ୍ୟାଳୟ

author img

By

Published : Dec 18, 2022, 7:20 AM IST

ରାଲି କରୁଥିବା ସମୟରେ ମୁହାଁମୁହିଁ ହେଲେ ଟିଡିପି ଓ ୱାଏସଆରସିପି ଦଳର କର୍ମୀ । ମାଚେରଲା ସହରରେ ୧୪୪ ଧାରା ଲାଗୁ କଲା ପୋଲିସ । ଅଧିକ ପଢନ୍ତୁ

tdp and ysrcp workers
tdp and ysrcp workers

ଅମରାବତୀ: ଆନ୍ଧ୍ରପ୍ରଦେଶର ମାଚେରଲା ସହରରେ ହିଂସାତ୍ମକ ପରିସ୍ଥିତି । ମୁହାଁମୁହିଁ ହେଲେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ୱାଏସଆରସିପି(YSR Congress Party) ଦଳର କର୍ମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି(Telugu Desam Party) କର୍ମୀ । ପରସ୍ପରକୁ ପଥର ଫିଙ୍ଗିବା ସହ ଗାଡିରେ ନିଆଁ ଲଗାଇଦେଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଘଟଣାସ୍ଥଳରେ ୧୪୪ ଧାରା ଜାରି କରିଥିଲା ପୋଲିସ ।

୧୦ଜଣଙ୍କୁ ଅଟକ ରଖିଲା ପୋଲିସ

ପାଲାନାଡୁ ଜିଲ୍ଲାର ମାଚେରଲା ସହରରେ ଏକ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଦୁଇ ଦଳ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଫଳରେ ପରସ୍ପରକୁ ଦୁଇ ଦଳ ପଥର ମାଡ କରିଥିଲେ । ଫଳରେ ଅନେକ କର୍ମୀ ଆହତ ହୋଇଥିବା ବେଳେ ଏହି ଘଟଣାରେ ୧୦ ଜଣଙ୍କୁ ଅଟକ ରଖିଛି ପୋଲିସ । ଘଟଣାର ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ପୋଲିସ ଲାଠି ଚାର୍ଜ କରୁଥିବା ଦେଖିବାକୁ ମିଳିଛି । ଏହି ହିଂସାକାଣ୍ଡରେ ଏକ କାରକୁ ନିଆଁ ଲଗାଇ ଦେଇଥିଲେ ୱାଏସଆରସିପିର କର୍ମୀମାନେ ।

ଟିଡିପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଲେ ଶାସକ ଦଳର କର୍ମୀ

ଟିଡିପି କର୍ମୀମାନେ YSRCP ସରକାର ବିରୋଧରେ ରାଲି କରିବା ପାଇଁ ମାଚେରଲା ଅଭିମୁଖେ ଯାଉଥିଲେ । ଏହି ସମୟରେ ଦୁଇ ଦଳର ସମର୍ଥକ ମାନେ ପରସ୍ପରକୁ ପଥର ଫିଙ୍ଗିଥିଲେ । ଏହାପରେ ଟିଡିପି କାର୍ଯ୍ୟାଳୟରେ ଓ ଏକ କାରରେ ନିଆଁ ଲଗାଇଦେଇଥିଲେ ଶାସକ ଦଳର କର୍ମୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.