ନୂଆଦିଲ୍ଲୀ: ଦେଶ 72 ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜାତୀୟ ରାଜଧାନୀରେ ପୋଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି। ବ୍ୟାରିକେଡ୍ ଭାଙ୍ଗି ଚାଷୀ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସର ଲୁହବୁହା ଗ୍ୟାସ ପ୍ରୟୋଗ।
ତେବେ ଆଜି ଆନ୍ଦୋଳନ ରତ କୃଷକଙ୍କୁ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦେଇଛି ଦିଲ୍ଲୀ ପୋଲିସ। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ରାଲିରେ 5 ହଜାର ଟ୍ରାକ୍ଟର ସହ 5 ହଜାର ଚାଷୀ ଯୋଗ ଦେବେ। ଏହା ପୂର୍ବରୁ ପାଲୱାଲ ସୀମାରେ ଚାଷୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି।