ETV Bharat / bharat

'ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ଅଜିତଙ୍କ ବିରୋଧରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ଶରଦ ପାୱାର' - ଶରଦଙ୍କୁ କଂଗ୍ରେସର ପ୍ରଶ୍ନ

NCP ସୁପ୍ରିମୋ ଶରଦ ପାୱାରଙ୍କ ଏନସିପିରେ ଫାଟ ନାହିଁ ମନ୍ତବ୍ୟ ପରେ ଇଣ୍ଡିଆ ମେଣ୍ଟରେ ହଇଚଇ । ପୁତୁରା ବିରୋଧରେ ନେତାଙ୍କ ଆଭିମୁଖ୍ୟ କଣ ତାହାର ସ୍ପଷ୍ଟୀକରଣ ମାଗିଲା କଂଗ୍ରେସ । ଅଧିକ ପଢନ୍ତୁ

Clarify stand on Ajit Pawar before INDIA meet

author img

By ETV Bharat Odisha Team

Published : Aug 25, 2023, 9:04 PM IST

ନୂଆଦିଲ୍ଲୀ: ଏନ୍‌ସିପିରେ ଫାଟ ନାହିଁ ବୋଲି କହିବା ପରେ ଦାଦା ପୁତୁରାଙ୍କ ମନ ମିଶିବା ନେଇ ହେଉଛି ଚର୍ଚ୍ଚା । ଏ ନେଇ ଶରଦ ପାୱାରଙ୍କୁ ଜବାବ ମାଗିଲା କଂଗ୍ରେସ । ଦଳରେ ବିଦ୍ରୋହ ସୃଷ୍ଟି କରି NDA ମେଣ୍ଟରେ ସାମିଲ ହୋଇଥିବା ପୁତୁରା ଅଜିତ ପାୱାରଙ୍କ ବିରୋଧରେ ଶରଦଙ୍କ ଆଭିମୁଖ୍ୟ କଣ ତାହା ସ୍ପଷ୍ଟ କରିବାକୁ କଂଗ୍ରେସ କହିଛି । ତେବେ ଆସନ୍ତା ୩୧ ତାରିଖରେ ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ୩ୟ ବୈଠକ ଅନୁଷ୍ଠିତ ହେବ । ବୈଠକ ପୂର୍ବରୁ ଏନେଇ ସ୍ପଷ୍ଟ କରିବାକୁ ଏନ୍‌ସିପି ସୁପ୍ରିମୋ ଶରଦଙ୍କୁ କହିଛନ୍ତି କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ତାରିକ ଅନୱାର ।

ଏନେଇ କଂଗ୍ରେସ ନେତା ଅନୱାର କହିଛନ୍ତି, "ଶରଦ ପାୱାରଙ୍କୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ହେବ । ସେ କହିଛନ୍ତି ଯେ ଏନ୍‌ସିପିରେ କୌଣସି ଫାଟ ନାହିଁ । ଏହାର ଅର୍ଥ କଣ ଅଜିତ ପାୱାର ଇଣ୍ଡିଆ ମେଣ୍ଟର ସଦସ୍ୟ ?" ଗୋଟିଏ ପଟେ ଅଜିତ୍‌ ପାୱାର ଏନ୍‌ସିପିରେ ବିଦ୍ରୋହ ସୃଷ୍ଟି କରି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ ହୋଇଛନ୍ତି । ଏବେ ସେ ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ସେ କ୍ରମାଗତ ଭାବେ 'ଇଣ୍ଡିଆ' ମେଣ୍ଟ ବିରୋଧରେ ପ୍ରତିକ୍ରିୟା ରଖୁଛନ୍ତି । ଏପଟେ ଶରଦ ପାୱାର 'ଇଣ୍ଡିଆ' ମେଣ୍ଟରେ ଥିବା ବେଳେ ଶରଦଙ୍କୁ NCPର ଜଣେ ନେତା ବୋଲି କହିବା ପରେ ବିରୋଧୀ ମହାମେଣ୍ଟରେ ହଇଚଇ ସୃଷ୍ଟି ହେଉଛି ।

ଏହା ବି ପଢନ୍ତୁ- NCP Political Crisis: ମିଶିଲାଣି ଦାଦା-ପୁତୁରାଙ୍କ ମନ ! ଶରଦ ପାୱାର କହିଲେ ଏନସିପିରେ ଫାଟ ନାହିଁ

ଶରଦ ଇଣ୍ଡିଆ ମହାମେଣ୍ଟ ସହିତ ଆଉ ଗୁଗଲି ଖେଳୁନାହାନ୍ତି ତ ସେନେଇ ମଧ୍ୟ ପ୍ରଶ୍ନ ଉଠିଲାଣି । କାରଣ ନିକଟରେ ପୁଣେରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲୋକମାଣ୍ୟ ତିଳକ ଟ୍ରଷ୍ଟ ଦ୍ବାରା ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହିତ ଷ୍ଟେଜ୍‌ ସେୟାର କରିଥିଲେ ଶରଦ । ଯେହେତୁ ଶରଦ ପାୱାର ଇଣ୍ଡିଆ ମହାମେଣ୍ଟରେ ରହି ବିଜେପିକୁ ଗାଦିଚ୍ୟୁତ କରିବା ଲାଗି ଉଦ୍ୟମ କରୁଛନ୍ତି ବା ବିଜେପି ବିରୋଧରେ ଲଢେଇ କରୁଛନ୍ତି, ତାଙ୍କୁ ଏହି କାର୍ଯ୍ୟକ୍ରମ ତ୍ୟାଗ କରିବା ଉଚିତ ଥିଲା ବୋଲି କହିଥିଲା 'ଇଣ୍ଡିଆ' ।

ତେବେ ଏ ନେଇ ଅନୱାର କହିଛନ୍ତି, "ମହାରାଷ୍ଟ୍ରରେ ଶିବସେନା ଉଦ୍ଧବ ଗୋଷ୍ଠୀ-ଏନ୍‌ସିପି-କଂଗ୍ରେସ ମେଣ୍ଟ (ମହା ବିକାଶ ଅଘାଡି)ର ଜଣେ ପ୍ରମୁଖ ନେତା । ଏହାବାଦ୍‌ ସେ ଇଣ୍ଡିଆ ମହାମେଣ୍ଟରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କ ଅଧ୍ୟକ୍ଷତାରେ ମୁମ୍ବାଇରେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ମହାମେଣ୍ଟର ୩ୟ ବୈଠକ ଅନୁଷ୍ଠିତ ହେବ । ଏଣୁ ଏହା ପୂର୍ବରୁ ସେ ନିଜ ପୁତୁରା ବିରୋଧରେ ତାଙ୍କର ବାସ୍ତବ ଆଭିମୁଖ୍ୟ କଣ ତାହା ସ୍ପଷ୍ଟ କରିବା ଉଚିତ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.