ବୋଗାଟୋ: ଦକ୍ଷିଣ ଆମେରିକୀୟ ଦେଶ ଗସ୍ତରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ. ଭି ରମଣା (Justice NV Ramana tours to America) । ସେ ନ୍ୟୁୟର୍କ ସିଟିରେ ଥିବା କଲମ୍ବିଆ ବିଶ୍ବବିଦ୍ୟାଳୟକୁ ଶୁକ୍ରବାର ଭ୍ରମଣ କରିଛନ୍ତି । ୟୁନିଭର୍ସିଟିର ଲାଇବ୍ରେରୀରେ ଥିବା ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସେ ଶ୍ରଦ୍ଧାଞ୍ଜଳି ଜଣାଇଥିବା ବେଳେ ଆଜି ଭର୍ଜିନିଆରେ ଆୟୋଜିତ ଏକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଭର୍ଜିନିଆରେ ଆୟୋଜିତ କାର୍ଯ୍ୟକ୍ରମ 'Meet and Greet' ଇଭେଣ୍ଟ (Meet and Greet event under the auspices of Telugu Community)ରେ ରମଣା ଯୋଗ ଦେଇଛନ୍ତି । ୱାଶିଂଟନ ଡିସିରେ ଥିବା ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଠାରେ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ପ୍ରଧାନ ବିଚାରପତି ରମଣା ସମ୍ବୋଧିତ କରିଛନ୍ତି । ଏହାପରେ ଆସନ୍ତା ଜୁଲାଇ ୧ ତାରିଖରେ ଇଣ୍ଡୋ-ଆମେରିକାନ ଆସୋସିଏସନ ପକ୍ଷରୁ ମିଲପିଟାସଠାରେ ଏକ କାର୍ଯ୍ୟକ୍ରମ ହେବାର ଯୋଜନା ରହିଛି ।

ସୂଚନା ଥାଉ କି ଗୁରୁବାର ନ୍ୟୁୟର୍କ ବିମାନ ବନ୍ଦରରେ ପ୍ରଧାନ ବିଚାରପତି ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଭାରତ ବାୟୋଟେକ ମୁଖ୍ୟ କ୍ରୀଷ୍ଣା ଇଲ୍ଲା, ଏମଡି ସୁଚିତ୍ରା ଇଲ୍ଲା, ଭାରତୀୟ କନସଲେଟ ଜେନେରାଲ୍ ରନ୍ଧୀର ଜୈଶୱାଲ, TANA ର ପୂର୍ବତନ ସଭାପତି ଜୟ ଥାଲୁରୀ ଏବଂ TANA ମାନ୍ୟଗଣ୍ୟ ବ୍ୟକ୍ତି ଭଲିଭେଟି ବ୍ରହ୍ମାଜୀ, ଭସିରେଡି ଭାମସି ଏବଂ ଅରବିନ୍ଦ ଏନ.ଭି ରମଣାଙ୍କୁ ସ୍ବାଗତ କରିଥିଲେ ।