ଅମରାବତୀ: ଆଜି ଆନ୍ଧ୍ରାର ତିରୁମାଲା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପରିଦର୍ଶନ କରିଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ୟ ରମନ୍ନା ଓ ତାଙ୍କ ପତ୍ନୀ । ଥିରୁମୁଳ ତିରୁପତି ଦେବସ୍ଥାନମର ଅତିରିକ୍ତ ଇଓ ଧର୍ମା ରେଡ୍ଡୀ, CVSO ଗୋପୀନାଥ ରେଡ୍ଡୀ ମନ୍ଦିର ବାହାରେ ଦମ୍ପତିଙ୍କୁ ସ୍ବାଗତ କରିଥିଲେ ।
ଥିରୁମାଲା ମନ୍ଦିରର ମୁଖ୍ୟ ପୁରୋହିତ ଭେନୁଗୋପାଲ ଦୀକ୍ଷିତ ଇସ୍ତିକାଫାଲ ସମାରୋହରେ ଜଷ୍ଟିସ ଏନ.ଭି. ରମନ୍ନା ଦମ୍ପତିଙ୍କୁ ସ୍ବାଗତ କରିବା ପରେ ବେଦ ମନ୍ତ୍ର ସହିତ ସେମାନଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ତେବେ ଦର୍ଶନ କରିବା ପରେ ମୁଁ ନ୍ୟାୟ ବ୍ୟବସ୍ଥାକୁ ସର୍ବୋଚ୍ଚସ୍ତରକୁ ନେବାକୁ ଚେଷ୍ଟାକରିବି ବୋଲି କହିଛନ୍ତି CJI ଜଷ୍ଟିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ