ETV Bharat / bharat

ଦେଶର ସୁରକ୍ଷାରେ ପ୍ରତିରକ୍ଷା ବାହିନୀ ସହ ନାଗରିକଙ୍କ ଯୋଗଦାନ ରହିଛି: ଶାହ - Amit Shah

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର କହିଛନ୍ତି ସୀମା ନିକଟରେ ରହୁଥିବା ନାଗରିକମାନେ ପ୍ରତିରକ୍ଷା ବାହିନୀ ସହିତ ସୁରକ୍ଷା ବଜାୟ ରଖିବାରେ ପ୍ରମୁଖ ଅଂଶୀଦାର ଅଟନ୍ତି । ଅଧିକ ପଢନ୍ତୁ...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
author img

By

Published : Nov 12, 2020, 8:13 PM IST

ନୂଆଦିଲ୍ଲୀ: ସୀମା ନିକଟରେ ରହୁଥିବା ନାଗରିକମାନେ ପ୍ରତିରକ୍ଷା ବାହିନୀ ସହିତ ସୁରକ୍ଷା ବଜାୟ ରଖିବାରେ ପ୍ରମୁଖ ଅଂଶୀଦାର ଅଟନ୍ତି । ଗୁଜୁରାଟ କୁଚ୍ଛ ଜିଲ୍ଲାରେ ଆୟୋଜିତ ‘ବିକାଶୋତ୍ସବ 2020’ ନାମକ ଏକ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି।

ଶାହ କହିଛନ୍ତି, ଏହି ବିକାଶୋତ୍ସବର ଉଦ୍ଦେଶ୍ୟ ହେଉଛି ଆମର ସୀମାନ୍ତ ଗ୍ରାମବାସୀଙ୍କୁ ସୁବିଧା ଯୋଗାଇବା । ଆମର ପ୍ରତିରକ୍ଷା ବାହିନୀ ସହିତ ସୁରକ୍ଷା ବଜାୟ ରଖିବାରେ ସୀମା ନାଗରିକ ପ୍ରମୁଖ ଅଂଶୀଦାର ଅଟନ୍ତି। ଯେତେବେଳେ ଭୂକମ୍ପ ପରେ 2001 ରେ ମୁଁ ଭୁଜ୍ ପରିଦର୍ଶନ କରିଥିଲି, ସେତେବେଳେ ସମ୍ପୂର୍ଣ୍ଣ ଅଞ୍ଚଳ ନଷ୍ଟ ହୋଇଯାଇଥିଲା । ବର୍ତ୍ତମାନ ଏଠାରେ ମଲ୍ ଏବଂ କୋଠା ନିର୍ମାଣ କରାଯାଇଛି । ଏହି ବିକାଶ ଭୁଜବାସୀଙ୍କ ବିଶ୍ବାସର ପ୍ରମାଣ।

ଶାହ ତାଙ୍କ ଗସ୍ତ ସମୟରେ ତିନୋଟି ସୀମାନ୍ତ ଜିଲ୍ଲାର ଗ୍ରାମ ଯଥା, କଚ୍ଛ, ବନସକନ୍ଥା ଓ ପାଟନରେ ଗ୍ରାମ୍ୟ ମୁଖ୍ୟଙ୍କ ସହ ଯୋଗାଯୋଗ କରିବାର କାର୍ଯ୍ୟକ୍ରମ ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.