ETV Bharat / bharat

ସର୍ଭିସ୍‌ ରାଇଫଲରୁ ନିଜକୁ ଗୁଳି କଲେ CISF ଯବାନ ! - ଯବାନଙ୍କ ଆତ୍ମହତ୍ୟା

ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜଣେ CISF ଯବାନଙ୍କ ଆତ୍ମହତ୍ୟା ସନ୍ଦେହ (CISF constable dies by suicide at IGI airport )। ନିଜ ସର୍ଭିସ୍‌ ରାଇଫଲରୁ ଗୁଳି ଚଳାଇଥିବା ସନ୍ଦେହ । ଉଭୟ ପୋଲିସ ଓ CISF ଜାରି ରଖିଛନ୍ତି ତଦନ୍ତ । ଅଧିକ ପଢନ୍ତୁ

ଦିଲ୍ଲୀ ବିମାନ ବନ୍ଦରରେ ଆତ୍ମହତ୍ୟା କଲେ CISF ଯବାନ

author img

By

Published : Jan 10, 2023, 9:17 PM IST

ହାଇଦ୍ରାବାଦ: ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୁତୟନ ଥିବା ଜଣେ CISF ଯବାନ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି (CISF constable dies by suicide at IGI airport )। ଯବାନଜଣଙ୍କ ନିଜ ସର୍ଭିସ ରାଇଫଲ୍ରୁ‌ ଗୁଳି ଚଲାଇ ଆତ୍ମହତ୍ୟା କରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି । ଏହି ଯବାନଙ୍କ ନାମ ଜିତେନ୍ଦ୍ର କୁମାର ବୋଲି ସ୍ପଷ୍ଟ ହୋଇଛି । ଆତ୍ମହତ୍ୟାର କାରଣ ସମ୍ପର୍କରେ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ।

ଯବାନ ଜିତେନ୍ଦ୍ର CISFରେ ଜଣେ କନେଷ୍ଟବଳ ଭାବେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ କାର୍ଯ୍ୟରତ ଥିଲେ (CISF constable dies by suicide at IGI airport )। ଏବେ ତାଙ୍କର ବି-ସିଫ୍ଟ ଜାରି ରହିଥିଲା । ଟର୍ମିନାଲ 3ରେ ସେ ସୁରକ୍ଷା ଦାୟିତ୍ବରେ ମୁତୟନ ଥିଲେ । ଆଜି (ମଙ୍ଗଳବାର) ଅପରାହ୍ନ ପ୍ରାୟ 3 ଟାରେ ଟର୍ମିନାଲର ଏକ ଶୌଚାଳୟରୁ ତାଙ୍କର ରକ୍ତାକ୍ତ ମୃତଦେହ ଠାବ ହୋଇଥିଲା । ବିମାନ ବନ୍ଦର କର୍ତ୍ତୃପକ୍ଷ ପୋଲିସକୁ ଏନେଇ ଅବଗତ କରିଥିଲେ । ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଯବାନଜଣଙ୍କ ନିଜ ସର୍ଭିସ ରାଇଫଲରୁ ନିଜକୁ ଗୁଳି ଚଳାଇଥିବା ସନ୍ଦେହ କରାଯାଉଛି ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି CISF ନିକଟରୁ ମୃତ ଯବାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି । ଅନ୍ୟପଟେ CISF ମଧ୍ୟ ବିଭାଗୀୟ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.