ETV Bharat / bharat

ଆସିଲା ଫେବୃଆରୀ ଗାଇଡଲାଇନ, ପୂର୍ବାପେକ୍ଷା ଅଧିକ କ୍ଷମତା ସହ ଖୋଲିବ ସିନେମା ହଲ - କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ଫେବୃଆରୀ ମାସ ପାଇଁ ଗାଇଡ ଲାଇନ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ନୂଆ ଗାଇଡ ଲାଇନ ଅନୁସାରେ ଏବେ ପୂର୍ବାପେକ୍ଷା ଅଧିକ କ୍ଷମତାରେ ସିନେମା ହଲ ଖୋଲିବାକୁ ଅନୁମତି । ପଢନ୍ତୁ ଅଧିକ .....

ଆସିଲା ଫେବୃଆରି ଗାଇଡଲାଇନ, ପୂର୍ବାପେକ୍ଷା ଅଧିକ କ୍ଷମତା ସହ ଖୋଲିବ ସିନେମା ହଲ

author img

By

Published : Jan 27, 2021, 8:38 PM IST

ନୂଆଦିଲ୍ଲୀ: ଫେବୃଆରୀ ମାସ ପାଇଁ କୋଭିଡ ଲାଇନ ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ନୂଆ ଗାଇଡ ଲାଇନ ଅନୁସାରେ ଏବେ ପୂର୍ବାପେକ୍ଷା ଅଧିକ କ୍ଷମତାରେ ସିନେମା ହଲ ଖୋଲିବାକୁ ଅନୁମତି ମିଳିଛି । ପୂର୍ବରୁ ମାତ୍ର 50 ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଚଳିତ ଗାଇଡଲାଇନରେ ଏହାକୁ କୋହଳ କରାଯାଇଛି ।

ଆସିଲା ଫେବୃଆରି ଗାଇଡଲାଇନ, ପୂର୍ବାପେକ୍ଷା ଅଧିକ କ୍ଷମତା ସହ ଖୋଲିବ ସିନେମା ହଲ
ଆସିଲା ଫେବୃଆରି ଗାଇଡଲାଇନ, ପୂର୍ବାପେକ୍ଷା ଅଧିକ କ୍ଷମତା ସହ ଖୋଲିବ ସିନେମା ହଲ

କିନ୍ତୁ ଏଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯିବ ବୋଲି ଜଣାପଡିଛି । ସେହିପରି ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମ ଉପରେ କୌଣସି କଟକଣା ଜାରି କରାଯାଇନାହିଁ । ସେହିପରି ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ନିଷ୍ପତ୍ତି ନେବ ସମ୍ପୃକ୍ତ ମନ୍ତ୍ରଣାଳୟ । ପୂର୍ବପରି ସାଧାରଣ ସ୍ଥାନରେ ମାସ୍କ, ସାନିଟାଇଜର, ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ରହିଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିରୀକ୍ଷଣ, ଧାରଣ ଏବଂ ସତର୍କତା ପାଇଁ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିଛି । ଏହି ନୂଆ ନିର୍ଦ୍ଦେଶାବଳୀ ଫେବୃଆରୀ 1ରୁ ଫେବୃଆରୀ 28 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ କାର୍ଯ୍ୟକାରୀ ହେବ । ଦେଶରେ ଟୀକାକରଣ ଆରମ୍ଭ ହୋଇ ସାରିଥିବା ବେଳେ କୋଭିଡ ଗାଇଡ ଲାଇନ କ୍ରମଶଃ କୋହଳ ହେଉଥିବା ଦେଖିବାକୁ ମିଳିଛି । ତେବେ ସବୁ ପରିସ୍ଥିତିରେ ମୌଳିକ ସତର୍କତା ବଜାୟ ରଖିବାକୁ ରାଜ୍ୟ ମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.