ETV Bharat / bharat

ପାକିସ୍ତାନର ଅଜବ କାଣ୍ଡ, ସିଗାରେଟ ଖୋଳରେ କରୁଛି ପ୍ରସାଦ ବଣ୍ଟନ

author img

By

Published : Dec 18, 2021, 5:20 PM IST

ଶିଖ ଧର୍ମାବଲମ୍ବୀଙ୍କ ଭାବନାକୁ ଆଘାତ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ର । ପ୍ରସାଦ ବଣ୍ଟନ ପାଇଁ ବ୍ୟବହାର କରୁଛି ସିଗାରେଟ ଖୋଳ । ଅଧିକ ପଢନ୍ତୁ

ପାକିସ୍ତାନର ଅଜବ କାଣ୍ଡ, ସିଗାରେଟ ଖୋଳରେ କରୁଛି ପ୍ରସାଦ ବଣ୍ଟନ
ପାକିସ୍ତାନର ଅଜବ କାଣ୍ଡ, ସିଗାରେଟ ଖୋଳରେ କରୁଛି ପ୍ରସାଦ ବଣ୍ଟନ

ଚଣ୍ଡିଗଡ଼: ପାକିସ୍ତାନ ଓ ପଞ୍ଜାବ ସୀମାବର୍ତ୍ତୀ ଅଞ୍ଚଳରେ ରହିଥିବା କରତାରପୁର ଗୁରୁଦ୍ବାରରୁ ଆସିଛି ଏକ ଅଜବ ଦୃଶ୍ୟ । ଏଠାରେ ପୁଣି ଶିଖ ଧର୍ମାବଲମ୍ବୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି ପାକିସ୍ତାନ । ଏହି ଗୁରୁଦ୍ବାରରେ ନିଶାଦ୍ରବ୍ୟ ସିଗାରେଟ ଖୋଳରେ ଶ୍ରଦ୍ଧାଳୁଙ୍କୁ ବଣ୍ଟନ ହେଉଛି ପ୍ରସାଦ । ଏହି ଖୋଳର ଗୋଟିଏ ପାର୍ଶ୍ବରେ ଗୁରୁଦ୍ବାରର ଫଟୋ ରହିଥିବା ବେଳେ ଅନ୍ୟ ପାର୍ଶ୍ବରେ ରହିଛି ସିଗାରେଟର ଫଟୋ । ଏହାର ଏକ ଭିଡ଼ିଓ ଭାଇରାଲ ହେଉଥିବା ବେଳେ ଶିଖ ଧର୍ମାବଲମ୍ବୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ କରତାରପୁର ସାହିବର ଗୁରୁଦ୍ବାରରେ ପ୍ରସାଦକୁ ଢାଙ୍କିବା ପାଇଁ ଏହି ସିଗାରେଟର ଖୋଳର ବ୍ୟବହାର ହେଉଛି । ଶିଖ ସମୁଦାୟଙ୍କ କହିବା ଅନୁସାରେ ଏଭଳି କାର୍ଯ୍ୟ ଆଦୌ ସହ୍ୟ କରିହେବ ନାହିଁ । ଏପରି କରିବା ଦ୍ବାରା ଏହି ଧର୍ମାବଲମ୍ବୀ ଲୋକଙ୍କ ମନରେ ଆଘାତ ଲାଗିଛି । ଏହି ସିଗାରେଟ ଖୋଳର ଉର୍ଦ୍ଦୁ ଅକ୍ଷରରେ ଲେଖା ଯାଇଛି । ଏହି ଘଟଣାକୁ ନେଇ ବିଜେପି ନେତା ମନଜିନ୍ଦର ସିଂହ ସିର୍ସା କହିଛନ୍ତି ଯେ ପାକିସ୍ତାନରେ ଶିଖଙ୍କ ଭାବାବେଗକୁ ଅନେକ ସମୟରେ ଆଘାତ ପହଞ୍ଚାଯାଉଛି । ପାକିସ୍ତାନରେ ରହୁଥିବା ଅଳ୍ପସଂଖ୍ୟକ ଶିଖଙ୍କୁ ବ୍ୟସ୍ତବିବ୍ରତ କରିବା ପାଇଁ ପାକିସ୍ତାନ ଏପରି କରୁଛି ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ପାକିସ୍ତାନ ଗୁରୁଦ୍ବାର ମଧ୍ୟରେ ସୁଟିଂ ପାଇଁ ଅନୁମତି ଦେଇଥିଲା । ଏଭଳି ନିନ୍ଦନୀୟ କାର୍ଯ୍ୟ ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦୋଷୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଦଣ୍ଡ ଦେବାକୁ ବିଜେପି ନେତା ମନଜିନ୍ଦର ଅପିଲ କରିଛନ୍ତି । ଏହାସହିତ ପାକିସ୍ତାନରେ ରହୁଥିବା ଶିଖ ଧର୍ମାବଲମ୍ବୀଙ୍କ ସୁବିଧା ଓ ଧର୍ମ ଉପରେ ଦୃଷ୍ଟି ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି ଅପିଲ । ତେବେ ସୂଚନା ଥାଉ କି ଏହାପୂର୍ବରୁ ଜଣେ ପାକିସ୍ତାନ ମଡେଲ ଗୁରୁଦ୍ବାର ମଧ୍ୟରେ ବିନା ଓଢଣୀରେ ଗୁରୁଦ୍ବାର ମଧ୍ୟରେ ପ୍ରବେଶ କରିଥିଲେ ଏବଂ ଫଟୋସୁଟ କରିଥିଲେ । ଏହାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.