ETV Bharat / bharat

ଆପଣ ଜାଣନ୍ତି କି ମୁଣିରୁ ଉପହାର ବାଣ୍ଟୁଥିବା ସାଣ୍ଟା କ୍ଲଜ କିଏ ? ଜାଣନ୍ତୁ ଇତିହାସ - ଖ୍ରୀଷ୍ଟମାସ ଡେ ୨୦୨୩

Know history of Christmas 2023: ଆଜି ସାରା ବିଶ୍ବରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ବେଶ ଧୁମଧାମର ସହ ପାଳନ କରାଯାଉଛି । ଏହି ପର୍ବକୁ ଦୀର୍ଘ ୨୦୦୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପାଳନ କରାଯାଉଛି । ତେବେ ଆପଣ ଜାଣନ୍ତି କି ଖ୍ରୀଷ୍ଟମାସ ଡେ', ସାଣ୍ଟା କ୍ଲଜ ଓ ଖ୍ରୀଷ୍ଟମାସ ଟ୍ରି'ର ଇତିହାସ କଣ ? ଆସନ୍ତୁ ଜାଣିବା

Know history of Christmas 2023
Know history of Christmas 2023
author img

By ETV Bharat Odisha Team

Published : Dec 25, 2023, 6:14 AM IST

ହାଇଦ୍ରାବାଦ: ବଡ଼ ଦିନ ବା ଖ୍ରୀଷ୍ଟମାସ ଡେ'କୁ ନେଇ ଉତ୍ସବମୁଖର ପୁରଠୁ ପଲ୍ଲୀ । ଚାରିଆଡ଼େ ଖୁସିର ମାହୋଲ । ପ୍ରସ୍ତୁତି ବହୁ ପୂର୍ବରୁ ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ମଦର ମେରିଙ୍କ ଗର୍ଭରୁ ଜନ୍ମ ନେଇଛନ୍ତି ଯୀଶୁ । ଜୋସେଫ ଓ ମେରିଙ୍କ ପୁଅ ଯୀଶୁଙ୍କୁ ଖ୍ରୀଷ୍ଟ ଧର୍ମରେ ମିଳିଛି ସର୍ବୋଚ୍ଚ ସ୍ଥାନ । ତାଙ୍କଠାରୁ ଆରମ୍ଭ ହୋଇଛି ମସିହା । ଯୀଶୁଙ୍କ ଜନ୍ମଦିବସକୁ ନେଇ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ପାଳିତ ହୁଏ ଖ୍ରୀଷ୍ଟମାସ ଡେ' । ଭାରତ ସମେତ ସାରା ବିଶ୍ବରେ ଏହି ଦିନ ସରକାରୀ ଛୁଟି ହୋଇଥାଏ । ତଥ୍ୟ ଅନୁସାରେ ଦୀର୍ଘ ୨ହଜାର ବର୍ଷ ଧରି ପାଳିତ ହୋଇଆସୁଛି ଏହି ପର୍ବ । ଆସନ୍ତୁ ଜାଣିବା ଖ୍ରୀଷ୍ଟମାସ ଡେ' ସହ ଜଡ଼ିତ ଇତିହାସ ଓ ପରମ୍ପରା ।

ଖ୍ରୀଷ୍ଟମାସ ଡେ' ଲାଗି ଚର୍ଚ୍ଚଗୁଡିକୁ ସ୍ବତନ୍ତ୍ର ଭାବେ ସଜାଯାଇଛି । ଏହି ଦିନ ଖ୍ରୀଷ୍ଟ ସମ୍ପ୍ରଦାୟର ଲୋକେ ସେମାନଙ୍କ ପରିବାର ସହିତ ଚର୍ଚ୍ଚରେ ଆୟୋଜିତ ସ୍ବତନ୍ତ୍ର ପ୍ରାର୍ଥନା ସଭାରେ ଅଂଶଗ୍ରହଣ କରନ୍ତି । ଲୋକେ ସର୍ବସାଧାରଣ ସ୍ଥାନରେ, ବିଭିନ୍ନ କାର୍ଯ୍ୟାଳୟରେ ଏବଂ ସେମାନଙ୍କ ଘରେ ମଧ୍ୟ ଖ୍ରୀଷ୍ଟମାସ ଗଛ ଲଗାନ୍ତି । ଲୋକେ ପରସ୍ପରକୁ ଉପହାର ଦିଅନ୍ତି ଏବଂ ପରସ୍ପର ସହିତ ସୁସ୍ବାଦୁ ଭୋଜନ ଖାଇ ଏହି ଦିନକୁ ଧୁମ୍‌ଧାମର ସହ ପାଳନ କରନ୍ତି । ସମ୍ପ୍ରତି ଖ୍ରୀଷ୍ଟମାସ ଡେ' ଏକ ବିଶ୍ବବ୍ୟାପୀ ପର୍ବରେ ପରିଣତ ହୋଇଛି । ଏହି ପର୍ବ ଜାତି ଓ ଧର୍ମର ବନ୍ଧନକୁ ଭାଙ୍ଗି ପ୍ରତ୍ୟେକ ଧର୍ମ ଓ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଆଦୃତ ହୋଇଛି ।

ଖ୍ରୀଷ୍ଟମାସ ଡେ'ର ଇତିହାସ:- ଖ୍ରୀଷ୍ଟମାସ ଶବ୍ଦଟି ଇଂରାଜୀ ଶବ୍ଦ Cristes Maesse ଶବ୍ଦରୁ ଉତ୍ପନ୍ନ । ଏହାର ଅର୍ଥ ହେଉଛି ଖ୍ରୀଷ୍ଟଙ୍କ ମାସ ଅର୍ଥାତ ଖ୍ରୀଷ୍ଟମାସ । ଇତିହାସ ଅନୁଯାୟୀ ଖ୍ରୀଷ୍ଟମାସ ଖ୍ରୀଷ୍ଟପୂର୍ବ ୩୩୬ ମସିହାରେ ଖ୍ରୀଷ୍ଟିଆନ ରୋମାନ ସମ୍ରାଟ କନଷ୍ଟାଣ୍ଟାଇନ (ପ୍ରଥମ ରୋମାନ ଖ୍ରୀଷ୍ଟିଆନ ସମ୍ରାଟ କନଷ୍ଟାଣ୍ଟାଇନ)ଙ୍କ ଶାସନ କାଳରୁ ଆରମ୍ଭ ହୋଇଥିଲା । ଖ୍ରୀଷ୍ଟିଆନ କିମ୍ବଦନ୍ତୀ ଅନୁଯାୟୀ, ମାର୍ଚ୍ଚ ୨୫ରେ, ପ୍ରଭୁ ଯୀଶୁଙ୍କ ମଦର ମେରି ଏକ ସ୍ବତନ୍ତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ରୋମାନ ଖ୍ରୀଷ୍ଟିଆନ ଐତିହାସିକ ସେକ୍ସଷ୍ଟସ୍ ଜୁଲିୟସ ଆଫ୍ରିକାନ୍ସ ଅନୁଯାୟୀ ପ୍ରଭୁ ଯୀଶୁ ଏହି ତାରିଖର ଠିକ୍‌ ୯ ମାସ ପରେ ଅର୍ଥାତ ଡିସେମ୍ବର ୨୫ରେ ଧରାବତରଣ କରିଥିଲେ। ଏହି କାରଣରୁ ୨୫ ଡିସେମ୍ବରକୁ ପ୍ରତିବର୍ଷ ଖ୍ରୀଷ୍ଟମାସ ଡେ' ଭାବରେ ପାଳନ କରାଯାଏ ।

ସାଣ୍ଟା କ୍ଲଜ କିଏ ? :- ସାଣ୍ଟା କ୍ଲଜ ସେଣ୍ଟ ନିକୋଲାସ ନାମକ ଜଣେ ସାଧୁ ଥିଲେ । ଯିଏ ପ୍ରାୟ ୨୮୦ ଖ୍ରୀଷ୍ଟାବ୍ଦରେ ତୁର୍କୀରେ ଜନ୍ମଗ୍ରହଣ କରିଥିଲେ । ସେଣ୍ଟ ନିକୋଲାସ ତାଙ୍କର ସମସ୍ତ ଉତ୍ତରାଧିକାରୀ ସମ୍ପତ୍ତି ଦାନ କରିଥିଲେ । ସେ ରୋଜଗାର ସହିତ ଗ୍ରାମାଞ୍ଚଳରେ ବୁଲି ଗରିବ ଏବଂ ରୋଗୀଙ୍କୁ ସାହାଯ୍ୟ କରୁଥିଲେ । ସେ ଶିଶୁ ଏବଂ ନାବିକମାନଙ୍କର ରକ୍ଷକ ଭାବରେ ଜଣାଶୁଣା । ସେଣ୍ଟ୍‌ ନିକୋଲାସ ଦିବସ ତାଙ୍କ ସମ୍ମାନାର୍ଥେ ୬ ଡିସେମ୍ବରରେ ପାଳନ କରାଯାଏ ।

ଏହା ବି ପଢନ୍ତୁ- ଆଜି ମଧ୍ୟରାତ୍ରରେ ଧରାବତରଣ କରିବେ ପ୍ରଭୁ ଯୀଶୁ, ସାରା ଦେଶରେ ଝଲସୁଛି ଚର୍ଚ୍ଚ

ଖ୍ରୀଷ୍ଟମାସ ଟ୍ରି':- ଖ୍ରୀଷ୍ଟିଆନ ଧର୍ମର ଆରମ୍ଭ ପୂର୍ବରୁ ମଧ୍ୟ ଲୋକେ ଶସ୍ୟଶ୍ୟାମଳାପୂର୍ଣ୍ଣ ପରିବେଶ ବା ସବୁଜ ଗଛ ମଧ୍ୟରେ ରହିବାକୁ ପସନ୍ଦ କରୁଥିଲେ । ବିଶ୍ବାସ କରାଯାଏ ଯେ, ଚିର ସବୁଜ ଗଛ ଏବଂ ଉଦ୍ଭିଦ ଆମକୁ ନକରାତ୍ମକ ଭାବନାରୁ ଦୂରେଇ ରଖନ୍ତି । ଡିସେମ୍ବର ୨୪ରେ ଆଦମ ଏବଂ ହବାଙ୍କ ପର୍ବ ମଧ୍ୟଯୁଗରେ ପାଳନ କରାଯାଇଥିଲା, ଯେଉଁଥିରେ ସାମିଲ ଥିଲା ପାରାଡାଇଜ ଗଛ ବା ସ୍ବର୍ଗର ଗଛ । ଏହି ଗଛ ସମୃଦ୍ଧିର ପ୍ରତିନିଧିତ୍ବ କରିବା ସହିତ ବସନ୍ତର ଆଗମନକୁ ସୂଚାଇ ଥାଏ ।

କେବେ ପ୍ରଥମ ପାଳନ ହୋଇଥିଲା ଖ୍ରୀଷ୍ଟମାସ ଡେ':- ଏକ ରିପୋର୍ଟ ଅନୁସାରେ ୧୯୧୭ ପରଠାରୁ ପ୍ରଥମ ଥର ୟୁକ୍ରେନରେ ଡିସେମ୍ବର ୨୫ ବା ଖ୍ରୀଷ୍ଟମାସ ଦିବସ ପାଳନ କରାଯାଇଥିଲା । ଯୁଦ୍ଧ ମଧ୍ୟରେ ଚଳିତ ବର୍ଷ ୟୁକ୍ରେନର ମୁଖ୍ୟ ଚର୍ଚ୍ଚ ଏହି ଦିବସ ପାଳନ କରିବା ନେଇ ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.