ଅମରାବତୀ: ତାମିଲନାଡୁରେ CDS ବିପିନ ରାଓ୍ବାତଙ୍କୁ ନେଇ ଯାଉଥିବା ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲାନ୍ସ ନାୟକ ବି ସାଇ ତେଜାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛି ଆନ୍ଧ୍ରପ୍ରଦେଶ । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏହି ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଲାନ୍ସ ନାୟକ ସାଇେତେଜାଙ୍କ ଗୃହରାଜ୍ୟ ଆନ୍ଧ୍ରପ୍ରଦେଶ ହୋଇଥିବାବେଳେ ସେ ଭାରତୀୟ ସ୍ଥଳ ସେନାରେ ଲାନ୍ସନାୟକ ଭାବେ କାର୍ଯ୍ୟରତ ଥିଲେ । ସେ ପ୍ରତିରକ୍ଷା ପ୍ରମୁଖ ବିପିନ ରାଓ୍ବତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (PSO) ଭାବେ ଦାୟିତ୍ବରେ ଥିବାବେଳେ ଉକ୍ତ ଗସ୍ତରେ CDSଙ୍କ ସହ ହେଲିକପ୍ଟରରେ ଯାତ୍ରା କରୁଥିଲେ ।
ଗତ 8 ତାରିଖରେ ସିଡିଏସ ରାଓ୍ବତଙ୍କ ସମେତ ପତ୍ନୀ ମଧୁଲିକାଙ୍କ ସମେତ ମୋଟ 13 ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ହେଲିକପ୍ଟରରେ ମୋଟ 14ଜଣ ଯାତ୍ରା କରୁଥିବାବେଳେ ମାତ୍ର ଜଣେ ବାୟୁ ସେନାଧିକାରୀ ଗ୍ରୁପ କ୍ୟାପଟେନ ବରୁଣ ସିଂ ଜୀବିତ ଉଦ୍ଧାର ହୋଇଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁଗୁତର ଥିବାବେଳେ ପ୍ରଥମେ ତାଙ୍କୁ ସେନା ହସ୍ପିଟାଲ ଓ ପରେ ଉଚ୍ଚତର ଚିକିତ୍ସା ପାଇଁ ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ କରିଛି ଭାରତୀୟ ବାୟୁସେନା ।
ତେବେ 9 ତାରିଖରେ ଏହି ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ପାର୍ଥିବ ଶରୀର ପ୍ରଥମେ ଦିଲ୍ଲା ପାଲମ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ 3 ସେନାମୁଖ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଜି ସମସ୍ତ ଯବାନଙ୍କ ମୃତଦେହ ସେମାନଙ୍କ ଗୃହରାଜ୍ୟକୁ ପଠାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ