ETV Bharat / bharat

ସୋସିଆଲ ମିଡିଆରେ ଚିରାଗ ପାସୱାନଙ୍କ ଅଡିଓ କ୍ଲିପ ଭାଇରାଲ

author img

By

Published : Jun 19, 2021, 10:34 AM IST

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ପ୍ରତିଷ୍ଠାତା ସ୍ୱର୍ଗତ ରାମ ବିଲାସ ପାସୱାନଙ୍କ ପୁଅ ଚିରାଗ ପାସୱାନଙ୍କ ଅଡିଓ କ୍ଲିପ ଭାଇରାଲ । ଅଧିକ ପଢନ୍ତୁ...

ସୋସିଆଲ ମିଡିଆରେ ଚିରାଗ ପାସୱାନଙ୍କ ଅଡିଓ କ୍ଲିପ ଭାଇରାଲ
ସୋସିଆଲ ମିଡିଆରେ ଚିରାଗ ପାସୱାନଙ୍କ ଅଡିଓ କ୍ଲିପ ଭାଇରାଲ

ପାଟନା: ଲୋକ ଜନତା ପାର୍ଟି(ଏଲଜେପି)ରେ ନେତୃତ୍ୱ ଏବେ ସଙ୍କଟ ମଧ୍ୟରେ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏଲଜେପି ପ୍ରତିଷ୍ଠାତା ସ୍ୱର୍ଗତ ରାମ ବିଲାସ ପାସୱାନଙ୍କ ପୁଅ ଚିରାଗ ପାସୱାନଙ୍କ ଯୋଜନା ଆଜିକାଲି ବାରମ୍ବାର ଲିକ୍ ହେଉଥିବା ଜଣାପଡିଛି । ଶୁକ୍ରବାର ଚିରାଗ ପାସୱାନ ଏବଂ ଏଲଜେପି ୟୁଥ ୱିଙ୍ଗ ନେତା ସଞ୍ଜୀବ ସର୍ଦ୍ଦାରଙ୍କ ମଧ୍ୟରେ ଏକ ଅଡିଓ ବାର୍ତ୍ତାଳାପ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭାଇରାଲ୍ ଅଡିଓ କ୍ଲିପର ସତ୍ୟତା ସ୍ପଷ୍ଟ ହୋଇନାହିଁ |

ଅଡିଓ କ୍ଲିପ୍‌ରେ ଚିରାଗ ସର୍ଦ୍ଦାରଙ୍କୁ ବୁଧବାର ପଶୁପତି କୁମାର ପରାସ ପହଞ୍ଚିବା ପରେ ଏଲଜେପି କାର୍ଯ୍ୟାଳୟରେ ତଥା ବିମାନବନ୍ଦରରେ ଏକ ବିଶାଳ ବିରୋଧ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଉଥିବା ଶୁଣିବାକୁ ମିଳୁଛି । ସେ ଆହୁରି ମଧ୍ୟ ସର୍ଦ୍ଦାରଙ୍କୁ କହିଛନ୍ତି ଯେ, ପରାସ ଯେପରି ପାଟନାର ପାର୍ଟି ଅଫିସକୁ ପ୍ରବେଶ କରିପାରିବ ନାହିଁ । ତେବେ ଦଳିତ ହଷ୍ଟେଲର ଯୁବକମାନଙ୍କୁ ଏଥିପାଇଁ ଏକଜୁଟ୍ କରିଥିବା ଯବାବରେ ସର୍ଦ୍ଦାର କହୁଥିବା ଶୁଣିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.