ETV Bharat / bharat

ଭାରତ-ନେପାଳ ସୀମାରୁ ଗୁପ୍ତଚର ଗିରଫ, ଧରାପଡିବା ପରେ ସୁରକ୍ଷାକର୍ମୀଙ୍କୁ ଯାଚୁଥିଲେ ଲାଞ୍ଚ

author img

By ETV Bharat Odisha Team

Published : Oct 14, 2023, 9:50 PM IST

ପୁଣି ଭାରତ-ନେପାଳ ସୀମାରୁ ଚୀନ ଗୁପ୍ତଚର ଗିରଫ । ବିହାରର କିଶାନଙ୍ଗଞ୍ଜରେ ଭାରତ-ନେପାଳ ସୀମାରେ ଅନୁପ୍ରବେଶ ବେଳେ ଚୀନ ଗୁପ୍ତଚରକୁ ଗିରଫ କରିଛି ସୀମା ସୁରକ୍ଷାବଳୟ । ଅଧିକ ପଢ଼ନ୍ତୁ

ପୁଣି ଭାରତ-ନେପାଳ ସୀମାରୁ ଅନୁପ୍ରବେଶକାରୀ ଗିରଫ

ପାଟନା: ଖୋଇ ଛାଡୁନି ଚୀନ । ଭାରତ ଉପରେ ରଖୁଛି ନଜର । ବିଭିନ୍ନ ଉପାୟରେ ଦେଶକୁ ପଠାଉଛି ଗୁପ୍ତଚର । ଆଜି ବିହାରର କିଶାନଗଞ୍ଜରେ ଭାରତ-ନେପାଳ ସୀମାରେ ଅନୁପ୍ରବେଶ ବେଳେ ଚୀନ ନାଗରିକଙ୍କୁ ଗିରଫ କରିଛି ସୀମା ସୁରକ୍ଷାବଳୟ । ତାଙ୍କ ଠାରୁ ନକଲି ଭାରତୀୟ ପତ୍ର ମଧ୍ୟ ଜବତ କରାଯାଇଛି । ଏହାସହ ଚୀନ ପାସପୋର୍ଟ, 1.43 ଲକ୍ଷ ଭାରତୀୟ ଟଙ୍କା ଏବଂ 62 ହଜାର ନେପାଳ କରେନ୍ସି ମଧ୍ୟ ଜବତ କରାଯାଇଛି ।

ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ସମୟରେ କିଶାନଗଞ୍ଜର ଠାକୁରଗଞ୍ଜ ପାଣି ଟାଙ୍କି ପାଖ ନେପାଳ ସୀମାରୁ ଭାରତକୁ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା ଜଣେ ଚୀନ ନାଗରିକଙ୍କୁ ସୀମା ସୁରକ୍ଷାବଳୟର ଯବାନମାନେ ଧରିଥିଲେ । ଚୀନ ନାଗରିକଙ୍କ ପାଖରୁ ଭାରତୀୟ ପାସପୋର୍ଟ ଏବଂ ଚୀନର ଭିସା ମଧ୍ୟ ଜବତ କରାଯାଇଛି । ତେବେ ତାଙ୍କ ପାଖରେ ଥିବା ଭାରତୀୟ ପାସପୋର୍ଟରେ ଠିକଣା ଭୁଲ ଲେଖା ଥିଲା । ସନ୍ଦେହ ହେବାରୁ ସୀମା ସୁରକ୍ଷାବଳୟ ଯବାନ ତାଙ୍କୁ ଗିରଫ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତ-ନେପାଳ ସୀମାରୁ 2 ଚୀନ ନାଗରିକ ଗିରଫ

ଚୀନ ଗୁପ୍ତଚର ଧରା ପଡ଼ିବା ପରେ ସୁରକ୍ଷାବଳୟ କର୍ମଚାରୀଙ୍କୁ 40 ହଜାର ଟଙ୍କା ଲାଞ୍ଚ ମଧ୍ୟ ଯାଚୁଥିବା ଜଣାପଡ଼ିଛି । ସୁରକ୍ଷାବଳୟ ଅଧିକାରୀ ଏଲଟି ତମଙ୍ଗ କହିଛନ୍ତି ଯେ, ପଚରାଉଚରା ବେଳେ ସେ ଚୀନର ନାଗରିକ ବୋଲି ନିଶ୍ଚିନ୍ତ ହୋଇଛି । ସେ ଚୀନର ଗୁପ୍ତଚର ବୋଲି ସନ୍ଦେହ କରାଯାଉଛି । ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଟିମବଙ୍ଗର ଖୋଡ଼ିବାଡ଼ି ପୋଲିସକୁ ହସ୍ତାନ୍ତର କରାଯାଇଛି ।

ତମଙ୍ଗ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ଅନୁପ୍ରବେଶକାରୀ ଜଣଙ୍କୁ ଭାରତୀୟ ପାସପୋର୍ଟରେ ଲେଖାଥିବା ଠିକଣା ବିଷୟରେ ପଚରା ଯାଇଥିଲା ସେତେବେଳେ ସେ ସନ୍ତେଷଜନକ ଉତ୍ତର ଦେଇ ନଥିଲେ । ଏହାପରେ ଯେତେବେଳେ ଦାଜଲିଂ ପୋଲିସକୁ ଯୋଗାଯୋଗ କରାଯାଇଥିଲା ସେତେବେଳେ ବ୍ୟକ୍ତି ଜଣଙ୍କର ପାସପୋର୍ଟ ନକଲି ବୋଲି ଜଣାପଡ଼ିଥିଲା । ତେବେ ଭାରତୀୟ ପାସପୋର୍ଟରେ ତାଙ୍କ ନାମ ଗୋମ୍ବୋ ତମଙ୍ଗ ବୋଲି ଲେଖା ଥିଲା ।

ପୂର୍ବରୁ ମଧ୍ୟ ଭାରତ ନେପାଳ ସୀମାରେ 2 ଅନୁପ୍ରବେଶକାରୀ ଗିରଫ କରାଯାଇଥିଲା । ପଶ୍ଚିମବଙ୍ଗର ସିଲିଗୁଡିରେ ଭାରତ-ନେପାଳ ସୀମାରେ ଅନୁପ୍ରବେଶ ବେଳେ ଦୁଇ ବିଦେଶୀ ନାଗରିକଙ୍କୁ ସୁରକ୍ଷାବଳ କର୍ମଚାରୀ ଗିରଫ କରିଥିଲେ । ସେମାନଙ୍କ ନିକଟରୁ ନକଲି ଭାରତୀୟ ପରିଚୟପତ୍ର ମଧ୍ୟ ଜବତ କରାଯାଇଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନ୍ୟୁଜିଲାଣ୍ଡ ଓ ଅନ୍ୟଜଣେ ପଡୋଶୀ ବାଂଲାଦେଶର ନାଗରିକ ବୋଲି ଜଣା ପଡ଼ିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.