ETV Bharat / bharat

ଗଲୱାନ ରକ୍ତ ସଂଘର୍ଷର ସତ ମାନିଲା ଚୀନ, ମରିଛନ୍ତି 4 PLA ସୈନ୍ୟ

author img

By

Published : Feb 19, 2021, 9:15 PM IST

Updated : Feb 19, 2021, 10:36 PM IST

ଗଲୱାନ ରକ୍ତ ସଂଘର୍ଷର ପାଖିପାଖି 8 ମାସ ପରେ ଆନୁଷ୍ଠାନିକ ଭାବେ ନିଜ ସୈନିକଙ୍କ ମୃତ୍ୟୁକୁ ନେଇ ସତ୍ୟ ସ୍ବୀକାର କରିଛି ଚୀନ । ଅଧିକ ପଢନ୍ତୁ...

ଗଲୱାନ ରକ୍ତ ସଂଘର୍ଷର ସତ ମାନିଲା ଚୀନ, ମରିଛନ୍ତି 4 PAL ସୈନ୍ୟ

ନୂଆଦିଲ୍ଲୀ: ଗଲୱାନ ରକ୍ତ ସଂଘର୍ଷର ପାଖିପାଖି 8 ମାସ ପରେ ଆନୁଷ୍ଠାନିକ ଭାବେ ନିଜ ସୈନିକଙ୍କ ମୃତ୍ୟୁକୁ ନେଇ ସତ୍ୟ ସ୍ବୀକାର କରିଛି ଚୀନ । ଏବେ ଯାଏଁ ଚୀନ ଦୁନିଆ ଆଗରେ ଏହି ସତ୍ୟତାକୁ ଲୁଚାଇ ଆସୁଥିଲା । ହେଲେ ଓଲଟା ସେ ଏହି ହିଂସା ନେଇ ଏକ ଭିଡିଓ ଡାରି କରିବା ସହିତ ଭାରତ ଉପରେ ଦୋଷ ଲଦିଛି ।

ଚୀନ ନିଜ ସରକାରୀ ମିଡିଆ ପକ୍ଷରୁ ଭିଡିଓ ଜାରି କରି ଏହା ଦର୍ଶାଇବାକୁ ଚେଷ୍ଟା କରିଛି ଯେ ଭାରତ ଗଲୱାନ ନଦୀରେ ଅସ୍ଥାୟୀ ପୋଲ ତିଆରି କରିବାକୁ ଚେଷ୍ଟା କରିଥିଲା । ଏହି କାରଣରୁ ଏଠାରେ ଗତ ବର୍ଷ 15 ଓ 10 ଜୁନରେ ଉଭୟ ପକ୍ଷ ମଧ୍ୟରେ ସୃଷ୍ଟି ହୋଇଥିଲା ରକ୍ତ ସଂଘର୍ଷ ।

ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ପକ୍ଷରୁ ଭାରତୀୟ ସେନା ଏଲଏସି ପାର ହୋଇଥିବାର ଅଭିଯୋଗ କରାଯାଇଛି । ଚୀନର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କର୍ଣ୍ଣେଲ ରେନ୍ ଗୁଆକ୍ୟାଙ୍ଗ୍‌ ଭାରତ ଉପରେ ସତ୍ୟକୁ ଭିନ୍ନ ମୋଡ ଦେଇ ଅନ୍ତରାଷ୍ଟ୍ରୀୟ ସମୁଦାୟଙ୍କୁ ଭୁଆଁ ବୁଲାଇବାର ଅଭିଯୋଗ କରିଛନ୍ତି ।

ଚୀନର ସରକାରୀ ମିଡିଆ ଅନୁଯାୟୀ, ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ରେନ ଶୁକ୍ରବାର କହିଛନ୍ତି, ଆମାକୁ ଅବଶ୍ୟ ଧ୍ୟାନ ରଖିବାକୁ ପଡିବ ଯେ ଗଲୱାନ ହିଂସା ପାଇଁ ଭାରତ ଦାୟୀ । ତେବେ ଚୀନର ରିପୋର୍ଟ ଅନୁଯାୟୀ ଏହାର 4 ଜଣ ସୈନିକ ଗଲୱାନ ଘାଟିରେ ଭାରତୀୟ ଯବାନଙ୍କୁ ମୁକାବିଲା କରିବା ସମୟରେ ନିହତ ହୋଇଛନ୍ତି ।

Last Updated : Feb 19, 2021, 10:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.