ETV Bharat / bharat

India-China face off: ଚୋରି ପରେ ଚୀନର ସିନା ଜୋରି, ସଂଘର୍ଷ ପାଇଁ ଭାରତୀୟ ସେନାକୁ ଦାୟୀ କଲା ଡ୍ରାଗନ - ସୀମାରେ ସଂଘର୍ଷ ପରେ ଚୀନର ପ୍ରତିକ୍ରିୟା

ଭାରତ ଚୀନ ସୀମାରେ ହୋଇଥିବା ସଂଘର୍ଷ ନେଇ ମୁହଁ ଖୋଲିଛି ଚୀନ । ସୀମାରେ ଘଟଣା ପରେ ସ୍ଥିରତା ସୃଷ୍ଟି ହୋଇଥିବା ଦର୍ଶାଇବା ସହ ସଂଘର୍ଷ ପାଇଁ ଭାରତୀୟ ସୁରକ୍ଷା ବଳକୁ ଦାୟୀ କରିଛି ଚୀନ । ଅଧିକ ପଢନ୍ତୁ

India-China face off: ମୁହଁ ଖୋଲିଲା ଚୀନ, କହିଲା ଚୀନ ସେନାକୁ ପାଟ୍ରୋଲିଂରେ ବାଧା ଦେଇଥିଲେ ଭାରତୀୟ ସେନା

author img

By

Published : Dec 13, 2022, 9:42 PM IST

ହାଇଦ୍ରାବାଦ: ଭାରତ-ଚୀନ ସୀମାରେ ହୋଇଥିବା ସଂଘର୍ଷ ନେଇ ମୁହଁ ଖୋଲିଛି ଚୀନ । ସୀମାରେ ସଂଘର୍ଷ ପରେ ଘଟଣାସ୍ଥଳରେ ସ୍ଥିରତା ଫେରିଥିବା କହିବା ସହ ସଂଘର୍ଷ ପାଇଁ ଭାରତୀୟ ସୁରକ୍ଷା ବଳକୁ ଦାୟୀ କରିଛି ଚୀନ । PLA ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର କହିଛନ୍ତି, ଚୀନ ସେନା ଅତି ଶୃଙ୍ଖଳିତ ଢଙ୍ଗରେ ସ୍ଥିତିର ନିୟନ୍ତ୍ରଣ କରିଛି । ଉଭୟ ପକ୍ଷ ପଛକୁ ହଟିଛନ୍ତି ।

  • The PLA dealt with the situation with professional, standard and powerful measures and stabilized the situation. The two sides have now disengaged from contact: spokesperson of PLA Western Theater Command https://t.co/PtDM8bzatR https://t.co/YiHWskcm1a

    — Global Times (@globaltimesnews) December 13, 2022 " class="align-text-top noRightClick twitterSection" data=" ">

PLA ମୁଖପାତ୍ର କହିଛନ୍ତି, (ଶୁକ୍ରବାର) ଚୀନ ସେନା ଏଲଏସି ନିକଟବର୍ତ୍ତୀ ଚୀନ ପାର୍ଶ୍ବରେ ପାଟ୍ରୋଲିଂ କରୁଥିବା ବେଳେ ଭାରତୀୟ ସେନାର ଯବାନ ସେମାନଙ୍କୁ ବାଧା ଦେଇଥିଲେ । ଉଭୟ ସେନା ମଧ୍ୟରେ ସଂଘର୍ଷ ଦେଖାଯାଇଥିଲା । ଚୀନ ସେନା ଅତି ଶୃଙ୍ଖଳିତ ଢଙ୍ଗରେ ସ୍ଥିତିର ନିୟନ୍ତ୍ରଣ କରିଥିଲା । ପରେ ଉଭୟ ସେନା ସଂଘର୍ଷ ସ୍ଥଳରୁ ପଛକୁ ହଟିଯାଇଛନ୍ତି । ବର୍ତ୍ତମାନ ଉକ୍ତ କ୍ଷେତ୍ରରେ ଉତ୍ତେଜନା ନାହିଁ ।

9 ତାରିଖରେ ଭାରତ ଓ ଚୀନ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା (LAC)ର ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ପ୍ରାୟ 300 ଚୀନ ଯବାନ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ପ୍ରସ୍ତୁତି ସହ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଏହାକୁ ଦୃଢତାର ସହ ବାଧା ଦେଇଥିଲେ ସେଠାରେ ମୁତୟନ ଥିବା ଭାରତୀୟ ଯବାନ । ଉଭୟ ପକ୍ଷର ସେନାଙ୍କ ମଧ୍ୟରେ ସଘଂର୍ଷ ହୋଇଥିଲା । ଏଥରେ ଭାରତ ଅପେକ୍ଷା ଚୀନର ଅଧିକ ସୈନ୍ୟ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଆଜି ଏହି ପ୍ରସଙ୍ଗରେ ସଂସଦରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.