ETV Bharat / bharat

ସଫଳତା ଦେଖି ଜଳୁଛି ଡ୍ରାଗନ, ଚୀନ ହ୍ୟାକର୍ସଙ୍କ ଟାର୍ଗେଟରେ ଭାରତୀୟ ଭ୍ୟାକ୍ସିନ କମ୍ପାନୀ - ଚୀନ ହ୍ୟାକର୍ସ

ସୂଚନା ଅନୁଯାୟୀ ଚୀନର ହ୍ୟାକରମାନେ ଗତ ସପ୍ତାହରେ 2ଟି ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀର ଆଇଟି ସିଷ୍ଟମକୁ ଟାର୍ଗେଟ କରିଥିଲେ । ଏହି ଦୁଇଟି କମ୍ପାନୀରେ ପ୍ରସ୍ତୁତ ଟିକା ଏବେ ଦେଶର ଟୀକାକରଣ ଅଭିଯାନରେ ବ୍ୟବହୃତ ହେଉଛି । ଅଧିକ ପଢନ୍ତୁ...

ସଫଳତା ଦେଖି ଜଳୁଛି ଡ୍ରାଗନ, ଚୀନ ହ୍ୟାକର୍ସଙ୍କ ଟାର୍ଗେଟରେ ଭାରତୀୟ ଭ୍ୟାକ୍ସିନ କମ୍ପାନୀ

author img

By

Published : Mar 1, 2021, 10:19 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତୀୟ ସେନାର ପରାକ୍ରମର ମୁକାବିଲା କରିବାରେ ବିଫଳ ହୋଇ ପଛକୁ ହଟିବା ପରେ ଏବେ ସାଇବର କ୍ଷେତ୍ରରେ ଭାରତୀୟ କମ୍ପାନୀକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛି ଚୀନ । ସାଇବର ଇଣ୍ଟେଲିଜେନ୍ସ ଫର୍ମ ସାଇଫାର୍ମା ଜରିଆରେ ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ସୂଚନା ଦେଇଛି ଯେ ଚୀନର ସରକାରୀ ହ୍ୟାକର ଗୋଷ୍ଠୀ ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀକୁ କରିଛନ୍ତି ଚାର୍ଗେଟ ।

ସୂଚନା ଅନୁଯାୟୀ ଚୀନର ହ୍ୟାକରମାନେ ଗତ ସପ୍ତାହରେ 2ଟି ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀର ଆଇଟି ସିଷ୍ଟମକୁ ଟାର୍ଗେଟ କରିଥିଲେ । ଏହି ଦୁଇଟି କମ୍ପାନୀରେ ପ୍ରସ୍ତୁତ ଟିକା ଏବେ ଦେଶର ଟୀକାକରଣ ଅଭିଯାନରେ ବ୍ୟବହୃତ ହେଉଛି ।

ପଡୋଶୀ ହେବା ଅନେକ କ୍ଷେତ୍ରରେ ଭାରତ ଓ ଚୀନ ଉଭୟ ପରସ୍ପରର ପ୍ରତିଦ୍ବନ୍ଦୀ । ଉଭୟ ଦେଶ ବିଶ୍ବ ସ୍ତରରେ କୋରୋନା ଭ୍ୟାକ୍ସିନ ପଠାଇବାରେ ଲାଗିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଚୀନର ହ୍ୟାକରମାନେ ଭାରତୀୟ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକର ଆଇଟି ଇନଫ୍ରାଷ୍ଟ୍ରକଚର ଓ ଯୋଗାଣ ଚେନ ଉପରେ ନଜର ରଖିଛି । ଚୀନର ଏହି ହ୍ୟାକର ଗ୍ରୁପ APT10କୁ ଷ୍ଟୋନ ପାଣ୍ଡା ବୋଲି କୁହାଯାଏ ।

ଭାରତ ବାୟୋଟେକ ବିଶ୍ବ ସ୍ତରରେ 60 ପ୍ରତିଶତରୁ ଉର୍ଦ୍ଧ୍ବ ଭ୍ୟାକ୍ସିନ ଯୋଗାଣ କରୁଛି । ରିପୋର୍ଟ ଅନୁଯାୟୀ, ଚୀନ ହ୍ୟାକର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଭାରତ ବାୟୋଟେକ, ଏମ୍ସକୁ ଟାର୍ଗେଟରେ ରଖିଛନ୍ତି । ଭାରତ ସମେତ ଜାପାନ, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ସ୍ପେନ, ଇଟାଲୀ ଓ ଜର୍ମାନୀ ଭଳି 12 ଦେଶ ଏବେ ହ୍ୟାକରଙ୍କ ରାଡାରେ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.