ETV Bharat / bharat

ଚୀନ ଉପରେ ଭାରି ପଡିଥିଲା ଗଲୱାନ ସଂଘର୍ଷ, ମରିଥିଲେ ଅନେକ ସୈନ୍ୟ: ରିପୋର୍ଟ - ଭାରତ ଚୀନ ମୁହାଁମୁହିଁ

ଅଷ୍ଟ୍ରେଲୀୟ ଖବରକାଗଜ 'ଦ କ୍ଲାକ୍‌ସନ'ର ଦାବି । ୨୦୨୦ରେ ଗଲୱାନ ଘାଟିରେ ଘଟିଥିବା ସଂଘର୍ଷରେ ମରିଥିଲେ ଅନେକ ଚୀନ ଯବାନ । ଅଧିକ ପଢନ୍ତୁ

ଚୀନ ଉପରେ ଭାରି ପଡିଥିଲା ଗଲୱାନ ସଂଘର୍ଷ, ମରିଥିଲେ ଅନେକ ସେନା: ରିପୋର୍ଟ

author img

By

Published : Feb 3, 2022, 9:23 AM IST

Updated : Feb 3, 2022, 10:02 AM IST

ନୂଆଦିଲ୍ଲୀ: ପୂର୍ବ ଲଦାଖ ଗଲୱାନ ଉପତ୍ୟାକାରେ ଘଟିଥିବା ଭାରତ-ଚୀନ ସଂଘର୍ଷରେ ଅଧିକ କ୍ଷତି ସହିଥିଲା ଡ୍ରାଗନ ସେନା । ଯେତିକି କ୍ଷତି ହୋଇଥିବା ଦାବି କରିଥିଲା ତା'ଠାରୁ କେତେ ଅଧିକ ଚୀନ ସୈନିକ ପ୍ରାଣ ହରାଇଥିଲେ । ଗଲୱାନ ନଦୀ ପାର୍ ବେଳେ ବହୁ ଡ୍ରାଗନ ସେନା ବୁଡି ଯାଇଥିଲେ । ସୈନିକଙ୍କ ମୃତ୍ୟୁ ସମ୍ପର୍କିତ ଏହି ପ୍ରକୃତ ତଥ୍ୟ ଆଜି ଯାଏଁ ଲୁଚାଉଛି ଚୀନ । ବୁଧବାର ଅଷ୍ଟ୍ରେଲୀୟ ଖବରକାଗଜ 'ଦ କ୍ଲାକ୍‌ସନ'ରେ ଏହି ଦାବି କରାଯାଇଛି । ଚୀନର କିଛି ଗବେଷକ ଏବଂ ବ୍ଲଗରମାନଙ୍କ ପକ୍ଷରୁ ପ୍ରଦତ୍ତ ତଥ୍ୟ ଆଧାରରେ ଏହି ଦାବି କରିଛି କ୍ଲାକ୍‌ସନ ।

ସୁରକ୍ଷା ଦୃଷ୍ଟିରୁ ସେମାନେ ନିଜ ନାମ ସାର୍ବଜନୀନ କରିନାହାନ୍ତି । ହେଲେ ସେମାନଙ୍କ ଦ୍ବାରା କରାଯାଇଥିବା ଅନୁସନ୍ଧାନରୁ ଗଲୱାନ ସଂଘର୍ଷର ଅନେକ ଲୁକାୟିତ ଘଟଣା ପଦାକୁ ଆସିଛି । ସଂଘର୍ଷ ନେଇ ଚୀନର ସମ୍ପୃକ୍ତ ସୋସିଆଲ ମିଡିଆ ଗବେଷକଙ୍କ ଦ୍ବାରା ପ୍ରଦତ୍ତ ଏହି ପ୍ରମାଣ, ଯାହା ଉପରେ କ୍ଲାକସନରେ ପ୍ରକାଶିତ ଖବର ଆଧାରିତ, ଏଥିରେ କୁହାଯାଇଛି, ସଂଘର୍ଷରେ ପାଞ୍ଚ ଜଣ ଚୀନ ସେନା ପ୍ରାଣ ହରାଇଥିବା ବେଜିଂ ପକ୍ଷରୁ କୁହାଯାଇଥିଲା । ହେଲେ ବାସ୍ତବରେ ଏହି ମୃତ୍ୟୁସଂଖ୍ୟା ଏହାଠୁ ବହୁତ ଅଧିକ ଥିଲା ।

ଉଲ୍ଲେଖଯୋଗ୍ୟ, ୨୦୨୦ ଜୁନ ୧୫-୧୬ରେ ଗଲୱାନ ଘାଟିର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଏବଂ ଚୀନ ସେନା ମୁହାଁମୁହିଁ ହୋଇଥିଲେ । ଏହି ରକ୍ତାକ୍ତ ସଂଘର୍ଷରେ ଭାରତୀୟ ସେନାର ଜଣେ କର୍ଣ୍ଣଲଙ୍କ ସମେତ ୨୦ ଜଣ ଯବାନ ସହିଦ୍ ହୋଇଥିଲେ । ସେପଟେ ଘଟଣାରେ ୫ ଜଣ ଡ୍ରାଗନ ସେନା ମରିଥିବା ଚୀନ ସ୍ବୀକାର କରିଥିଲା ।

@PTI

Last Updated : Feb 3, 2022, 10:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.