ETV Bharat / bharat

ଭାରତର ନୂଆ ଚୀନ ରାଷ୍ଟ୍ରଦୂତ ହୋଇପାରନ୍ତି ପ୍ରଦୀପ କୁମାର ରାୱତ - ବିକ୍ରମ ମିସ୍ରି

ଭାରତୀୟ ବୈଦେଶିକ ସେବା(IFS) ଅଧିକାରୀ ପ୍ରଦୀପ କୁମାର ରାୱତଙ୍କୁ ବେଜିଂରେ ଭାରତର ନୂଆ ଦୂତ ଭାବେ ଦାୟିତ୍ବ ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ...

ପ୍ରଦୀପ କୁମାର ରାୱତଙ୍କୁ ମିଳିପାରେ ବେଜିଂରେ ଭାରତର ନୂଆ ଦୂତ ଦାୟିତ୍ବ

author img

By

Published : Nov 14, 2021, 1:07 PM IST

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ସେବା(IFS) ଅଧିକାରୀ ପ୍ରଦୀପ କୁମାର ରାୱତଙ୍କୁ ବେଜିଂରେ ଭାରତର ନୂତନ ଦୂତ ଭାବେ ଦାୟିତ୍ବ ଦିଆଯିବା ନେଇ ଆଶା କରାଯାଉଛି । ସେ ଚୀନ ବିଶେଷଜ୍ଞ ତଥା ପୂର୍ବ ବ୍ୟାପାର ମନ୍ତ୍ରଣାଳୟର ପୂର୍ବ ଏସିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିସାରିଛନ୍ତି । ରାୱତ ୧୯୯୦ ବ୍ୟାଚର IFS ଅଫିସର ।

ବର୍ତ୍ତମାନର ବେଜିଂର ଭାରତର ବେଜିଂ ଦୂତ ବିକ୍ରମ ମିସ୍ରିଙ୍କ କାର୍ଯ୍ୟକାଳ ସରିବା ପରେ ନୂଆଦିଲ୍ଲୀ ଫେରିଛନ୍ତି । ଏହାପରେ ବେଜିଂରେ ଭାରତର ନୂତନ ଦୂତ ଭାବରେ ରାୱତଙ୍କୁ ଦାୟିତ୍ବ ଦିଆଯିବ ବୋଲି ଆଶା କରାଯାଉଛି । ତେବେ ଜାନୁଆରୀ 2021ରୁ ରାୱତ ନେଦରଲ୍ୟାଣ୍ଡର ଦୂତ ଭାବେ କାର୍ଯ୍ୟ କରୁଛନ୍ତି । ରାୱତ୍ ଚାଇନିଜ୍ ଭାଷାରେ ପାରଙ୍ଗମ । ତାଙ୍କର କୂଟନୈତିକ କ୍ୟାରିୟରରେ ଅଧିକାଂଶ ସମୟ ଚାଇନାରେ କିମ୍ବା ବେଜିଂକୁ ଦିଲ୍ଲୀରୁ ପରିଚାଳନା କରିଛନ୍ତି ଏବଂ 2014 ରୁ 2017 ପୂର୍ବ ଏସିଆର ପର୍ଯ୍ୟନ୍ତ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ । ତାଙ୍କୁ 2017 ରୁ 2020 ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତି କରାଯାଇଥିଲା ।

ତେବେ ରାୱତଙ୍କ ପୋଷ୍ଟିଂ ଏପରି ଏକ ସମୟରେ ଆସିଛି, ଯେତେବେଳେ ଭାରତ ଏବଂ ଚୀନ ମଧ୍ୟରେ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC)ରେ ଘୋର ସଙ୍ଘର୍ଷ ଚାଲିଛି । ବୈଦେଶିକ ସଚିବ ଥିବା ସମୟରେ ବର୍ତ୍ତମାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ରାୱତ ପୂର୍ବ ଏସିଆ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ଏହିସମୟରେ ସେ ସମସ୍ତ ଦ୍ୱିପାକ୍ଷିକ ଯନ୍ତ୍ରକୌଶଳ ପରିଚାଳନା କରିଛନ୍ତି ଏବଂ ତାଙ୍କର ଶାନ୍ତ ତଥା ବୃତ୍ତିଗତ ବ୍ୟବହାର ପାଇଁ ସେ ବେଶ୍ ପରିଚିତ ।

ବେଜିଂରେ ସଫଳ କାର୍ଯ୍ୟକାଳ ପରେ ଅବସରପ୍ରାପ୍ତ ବିକ୍ରମ ମିସ୍ରି ଦିଲ୍ଲୀକୁ ଫେରିଛନ୍ତି, ଯେଉଁଠାରେ ସେ ଲଦାଖ ସଙ୍କଟକୁ ସମାନତାର ସହ ପରିଚାଳନା କରିଥିଲେ । ତେବେ ରାୱତଙ୍କ ଉପରେ ମଧ୍ୟ କେନ୍ଦ୍ର ସରକାର ନୂଆ କିଛି ଆଶା ରଖିବ ନିଶ୍ଚୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.