ETV Bharat / bharat

Omicron scare: ଚୀନରେ ପଶିଲା ଓମିକ୍ରନ, ପ୍ରଥମ ସଂକ୍ରମିତ ଚିହ୍ନଟ - ଚୀନରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଚୀନରେ ପଶିଲା ନୂଆ କୋଭିଡ ଭ୍ୟାରିଏଣ୍ଟ ଓମିକ୍ରନ । ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ, ପ୍ରଥମ ଓମିକ୍ରନ ଭ୍ୟାରିଏଣ୍ଟ ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ

Omicron scare: ଚୀନରେ ପଶିଲା ଓମିକ୍ରନ, ପ୍ରଥମ ସଂକ୍ରମିତ ଚିହ୍ନଟ

author img

By

Published : Dec 13, 2021, 8:58 PM IST

ବେଜିଂ: ଚୀନରେ ପ୍ରବେଶ କଲା କୋଭିଡ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ । ଆଜି (ସୋମବାର) ଓମିକ୍ରନ୍ ଭ୍ୟାରିଏଣ୍ଟର ପ୍ରଥମ ମାମଲା ଚିହ୍ନଟ ହୋଇଥିବା ନେଇ ଚୀନର ଏକ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ସୂଚନା ଅନୁସାରେ, ଉତ୍ତର ଚୀନର ତିଆଜିନରେ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି ।

ତେବେ ପ୍ରଥମ କୋରୋନା ଭୂତାଣୁ ଚୀନର ଉହାନ ସହରରେ ଚିହ୍ନଟ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ସାରା ବିଶ୍ବରେ ଦୀର୍ଘ ୨ବର୍ଷ ହେବ ମହାମାରୀ ଭାବେ ଆତଙ୍କ ଜାରି ରଖିଛି । ଏହାର ଏକାଧିକ ଭ୍ୟାରିଏଣ୍ଟ ସାମ୍ନାକୁ ଆସିସାରିଥିବା ବେଳେ ବର୍ତ୍ତମାନ ସଦ୍ୟତମ ଭ୍ୟାରିଏଣ୍ଟ (ପ୍ରଜାତି) ‘ଓମିକ୍ରନ’ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଛି ।

ଏହି ନୂଆ ଭ୍ୟାରିଏଣ୍ଟ ବର୍ତ୍ତମାନ ସୁଦ୍ଧା ୬୩ ଦେଶକୁ ବ୍ୟାପିସାରିଥିବା ବେଳେ ଆଜି ଚୀନରେ ଏହାର ପ୍ରଥମ ମାମଲା ସାମ୍ନାକୁ ଆସିଛି । ପୂର୍ବରୁ ମଧ୍ୟ କୋଭିଡର ଏକାଧିକ ଭ୍ୟାରିଏଣ୍ଟ ସାମ୍ନାକୁ ଆସି ସାରିଥିବାବେଳେ ବର୍ତ୍ତମାନ ଏହାର ସଦ୍ୟତମ ଭ୍ୟାରିଏଣ୍ଟ ଓମିକ୍ରନ ବିଶ୍ବାବ୍ୟାପୀ ସଙ୍କଟ ସୃଷ୍ଟି କରିଛି । ଏହି ନୂତନ ପ୍ରଜାତି B.1.1.529 ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ବେଳେ ଏହାକୁ ଓମିକ୍ରନ ବୋଲି ନାମକରଣ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.