ETV Bharat / bharat

ଭାରତ ସୀମାରେ ପଶି ଆସିଥିବା ଯବାନକୁ ଛାଡିବାକୁ ଦାବି କଲା ଚୀନ - china calls for immediate return of soldier

ଶୁକ୍ରବାର ଲଦାଖର ଏଲଏସି ପାର କରି ଭାରତ ସୀମାକୁ ପଶି ଆସିଥିବା ଚୀନ ଯବାନକୁ ଗିରଫ କରିଛି ଭାରତୀୟ ସେନା । ଭାରତ ସହ ଏକ ଚୁକ୍ତି କଥା ମନେ ପକାଇ ସେନାକୁ ଛାଡିବାକୁ କହିଛି ଚୀନ । ଅଧିକ ପଢନ୍ତୁ...

ଭାରତ ସୀମାରେ ପଶି ଆସିଥିବା ସୈନ୍ୟକୁ ଛାଡିବାକୁ ଦାବି କଲା ଚୀନ

author img

By

Published : Jan 10, 2021, 12:02 PM IST

ନୂଆଦିଲ୍ଲୀ: ଥମୁନି ଭାରତ-ଚୀନ ବିବାଦ । ଶୁକ୍ରବାର ଲଦାଖର ଏଲଏସି ପାର କରି ଭାରତ ସୀମାକୁ ପଶି ଆସିଥିବା ଚୀନ ଯବାନକୁ ଗିରଫ କରିଛି ଭାରତୀୟ ସେନା । ସେପଟେ, ନିଜ ଯବାନକୁ ତୁରନ୍ତ ଫେରାଇବାକୁ ଦାବି କରିଛି ଚୀନ । ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି ।

ଭାରତୀୟ ଅଧିକାରୀଙ୍କ ଅନୁସାରେ, ଶୁକ୍ରବାର ଚୀନର ଜଣେ ଯବାନ ଏଲଏସି ଅତିକ୍ରମ କରି ଭାରତର ସୀମା ଭିତରକୁ ପଶି ଆସିଥିଲେ । ସେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ନିକଟରେ ବୁଲୁଥିବାବେଳେ ଗିରଫ କରାଯାଇଛି । ଯେତେବେଳେ ସୀମାରେ ଚୀନ ବିପୁଳ ସଂଖ୍ୟାରେ ନିଜ ଯବାନଙ୍କୁ ମୁତୟନ କରିଥିଲା ସେତେବେଳେ ହିଁ ଏହି ସୈନିକଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି ।

ସେପଟେ, ଚୀନ ସେନା ନିଖୋଜ ଯବାନଙ୍କ ସୂଚନା ନିଜ ୱେବସାଇଟରେ ଜାରି କରିଥିଲେ । ଯବାନ ଭୁଲବଶତଃ ଚୀନ-ଭାରତ ସୀମାରେ ନିଖୋଜ ହୋଇଯାଇଛନ୍ତି । ରାତିର ଅନ୍ଧାରରେ ସେ ଭୌଗୋଳିକ ସୀମାକୁ ଜାଣି ପାରିନଥିଲେ । ଭାରତ ସହ ଏକ ଚୁକ୍ତି କଥା ମନେ ପକାଇ ପ୍ରାସଙ୍ଗିକ ବୁଝାମଝାକୁ ପାଳନ କରିବା ଜରୁରୀ । ତେଣୁ ଚୀନ ସୈନ୍ୟଙ୍କୁ ଭାରତ ଫେରାଇ ଦେଉ । ଏପରି ହେଲେ ସୀମାରେ ଶାନ୍ତି ବଜାୟ ରହିବ ବୋଲି ଚୀନ କହିଛି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର 19 ତାରିଖରେ ଲଦାଖର ଡେମଚୋକ ସେକ୍ଟରରେ ଏଲଏସି ସୀମା ପାର କରି ଚୀନର ଜଣେ ସୈନିକ ଭାରତ ଭିତରକୁ ପଶିଆସିଥିଲେ । ଉକ୍ତ ସୈନିକଙ୍କୁ ଭାରତୀୟ ଯବାନମାନେ ଗିରଫ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ନିର୍ଦ୍ଧାରିତ ପ୍ରୋଟୋକଲରୁ ଛାଡିଦିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.