ETV Bharat / bharat

ପୋମ୍ପିଓଙ୍କ ସମେତ 28 ଆମେରିକୀୟଙ୍କୁ ଚୀନ ଆସିବା ମନା

author img

By

Published : Jan 21, 2021, 7:51 PM IST

ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ପୋମ୍ପିଓଙ୍କ ସମେତ 28 ଆମେରିକୀୟଙ୍କ ମନ୍ତବ୍ୟକୁ ଭିତ୍ତି କରି ଚୀନ ସରକାର ଦେଶର ପ୍ରମୁଖ ସ୍ଥଳକୁ ଆସିବା ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି । ଅଧିକ ପଢନ୍ତୁ...

China announces sanctions on 28 US individuals including Pompeo
ପୋମ୍ପିଓଙ୍କ ସମେତ 28 ଆମେରିକୀୟଙ୍କୁ ଚୀନ ଆସିବା ମନା

ବେଜିଂ: ବେଜିଂର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିଥିବାରୁ ଚୀନ୍ ଆମେରିକାର ପୂର୍ବତନ ବୈଦେଶିକ ସଚିବ ମାଇକ୍ ପୋମ୍ପିଓଙ୍କ ସମେତ 28 ଜଣ ଆମେରିକୀୟ ବ୍ୟକ୍ତିବିଶେଷଙ୍କୁ ଚୀନରେ ଅନୁପ୍ରବେଶ ପାଇଁ ବାରଣ କରିଛନ୍ତି ଚୀନ୍ ସରକାର । ଏହି ସମ୍ପର୍କରେ ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁରୁବାର ଘୋଷଣା କରିଛନ୍ତି ।

ଚୀନ ସରକାରଙ୍କ ଏହି ପ୍ରତିବନ୍ଧକ ଅନୁଯାୟୀ ଚୀନ, ହଙ୍ଗକଙ୍ଗ ଓ ମକାଓର ଅନୁପ୍ରବେଶ ଉପରେ କଟକଣା ରଖିଛନ୍ତି । ପୋମ୍ପିଓଙ୍କ ବ୍ୟତୀତ ପିଟର ନୱାରୋ (ବାଣିଜ୍ୟ ଏବଂ ଉତ୍ପାଦନ ନୀତି କାର୍ଯ୍ୟାଳୟର ମୁଖ୍ୟ ନିର୍ଦ୍ଦେଶକ), ରୋବର୍ଟ ଓ' ବ୍ରାୟନ୍ (ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା) ଡେଭିଡ ଆର. ଷ୍ଟିଲୱେଲ (ପୂର୍ବ ଏସୀୟ ଏବଂ ପ୍ରଶାନ୍ତ ବ୍ୟାପାର ବ୍ୟୁରୋର ପୂର୍ବତନ ସହକାରୀ ସଚିବ), ମାଥ୍ୟୁ ପୋଟିଙ୍ଗର୍ (ପୂର୍ବତନ ଉପରାଷ୍ଟ୍ରୀୟ ସିକ୍ୟୁରିଟି ପରାମର୍ଶଦାତା), ଆଲେକ୍ସ ଅଜାର (ପୂର୍ବତନ ସ୍ୱାସ୍ଥ୍ୟ ଏବଂ ମାନବ ସେବା ସଚିବ), କିଥ ଜେ. କ୍ରୌଚ (ଅର୍ଥନୈତିକ ବିକାଶ, ଶକ୍ତି ଏବଂ ପରିବେଶ ବିଭାଗର ଅତିରିକ୍ତ ସଚିବ) ଏବଂ କେଲି କ୍ରାଫ୍ଟ (ମିଳିତ ଜାତିସଂଘରେ ରାଷ୍ଟ୍ରଦୂତ), ଜନ୍ ବୋଲ୍ଟନ୍ (ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା) ଏବଂ ଷ୍ଟିଫେନ୍ କେ. ବ୍ୟାନନ୍ (ପୂର୍ବତନ ହ୍ବାଇଟ ହାଉସର ମୁଖ୍ୟ ରଣନୀତିଜ୍ଞ)ଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଚୀନ୍ ସହ ଜଡିତ ପ୍ରସଙ୍ଗରେ ଆମେରିକା ନେଇଥିବା ପଦକ୍ଷେପ ପାଇଁ ଏହି ବ୍ୟକ୍ତିମାନେ ମୁଖ୍ୟତ ଦାୟୀ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି । ଏଥିଲାଗି ଏହି ସମସ୍ତ ବ୍ୟକ୍ତି ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାସହିତ ସେମାନେ ଯେଉଁ କମ୍ପାନୀ ଓ ସଂସ୍ଥା ସହିତ ଜଡିତ ଅଛନ୍ତି, ସେହି ସଂସ୍ଥାଗୁଡିକ ଚୀନ ସହିତ ବ୍ୟବସାୟ କରିପାରିବେ ନାହିଁ ଏବଂ ଚୀନର ମୁଖ୍ୟସ୍ଥଳଗୁଡିକୁ ପ୍ରବେଶ କରିପାରିବେ ନାହିଁ ।

ଆମେରିକାର 46ତମ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବରେ ଏହି ରାଜନେତାମାନେ ଦେଇଥିବା ମନ୍ତବ୍ୟ ଚୀନ ଓ ଆମେରିକାବାସୀଙ୍କ ହିତରେ ନୁହେଁ ଏବଂ ସେମାନେ ଚୀନର ଆଭ୍ୟନ୍ତରୀୟ ମାମଲାରେ ହସ୍ତକ୍ଷେପ କରି ଚୀନବାସୀଙ୍କ ହିତର ବିପକ୍ଷରେ ଯାଉଛନ୍ତି ବୋଲି ଚୀନର ବୈଦେଶିକ ମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.