ETV Bharat / bharat

ସତ ଓଗାଳିଲା ଚୀନ, ଗଲୱାନ ସଂଘର୍ଷରେ ଯାଇଥିଲା 5 ଯବାନଙ୍କ ଜୀବନ - ସତ ମାନିଲା ଚୀନ୍

ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଚୀନର 5 ଜଣ ମିଲିଟାରୀ ଅଫିସର ଓ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଏନେଇ ପ୍ରଥମ ଥର ପାଇଁ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲଏ) ସ୍ବୀକାର କରିଛି। ଅଧିକ ପଢନ୍ତୁ...

ଚୀନ ସତ ଓଗାଳିଲା, ଗଲୱାନ ସଙ୍ଘର୍ଷରେ ନିହତ 5 ଜଣ ମିଲିଟାରୀ ଅଫିସର ଓ ସୈନ୍ୟ

author img

By

Published : Feb 19, 2021, 10:03 AM IST

ବେଜିଂ: ସତ ମାନିଲା ଚୀନ୍ । ଗତବର୍ଷ ଲଦାଖର ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଚୀନର 5 ଜଣ ମିଲିଟାରୀ ଅଫିସର ଓ ସୌନ୍ୟଙ୍କ ମୃତ୍ୟୁ ହୋଇଛି। ଏନେଇ ପ୍ରଥମ ଥର ପାଇଁ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲଏ) ସ୍ବୀକାର କରିଛି।

କାରାକୋରାମ ପର୍ବତରେ ଅବସ୍ଥାପିତ ପାଞ୍ଚ ଜଣ ଚୀନ୍ ସୀମାନ୍ତ ଅଧିକାରୀ ଏବଂ ସୈନଙ୍କୁ କେନ୍ଦ୍ରୀୟ ସାମରିକ ଆୟୋଗ (ସିଏମସି) ଦ୍ବାରା ଜୁନ୍ 2020ରେ ଗଲୱାନ୍ ଉପତ୍ୟକାରେ ଘଟିଥିବା ଭାରତ ସହ ସୀମା ମୁକାବିଲାରେ ବଳିଦାନ ପାଇଁ ସ୍ବୀକୃତି ଦିଆଯାଇଛି।

ଏନେଇ ଚୀନର ଏକ ଖବରକାଗଜ ଶୁକ୍ରବାର ରିପୋର୍ଟ କରିଛି । ମୃତକଙ୍କ ମଧ୍ୟରେ ପିଏଲଏ ଜିନଜିଆଙ୍ଗ ମିଲିଟାରୀ କମାଣ୍ଡର ରେଜିମେଣ୍ଟାଲ କମାଣ୍ଡର କି ଫାବାଓ ଅଛନ୍ତି ବୋଲି ପିଟିଆଇ ରିପୋର୍ଟ କରିଛି । ଭାରତ-ଚୀନ୍ ସୀମାରେ ଚାରି ଦଶନ୍ଧି ମଧ୍ୟରେ ଏହା ସବୁଠାରୁ ଖରାପ ସ୍ଥିତି ବୋଲି ବିବେଚନା କରାଯାଉଛି । ଜୁନ୍ 15ରେ ଗଲୱାନ୍ ଭ୍ୟାଲି ସଂଘର୍ଷରେ ସମୁଦାୟ 20 ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ ହୋଇଥିଲା।

ଏହି ଘଟଣା ପରେ ତୁରନ୍ତ ଭାରତ ଆହତ ଓ ଶହୀଦ ସୈନ୍ୟଙ୍କ ନାମ ହୋଇଥିବା ଘୋଷଣା କରିଥିବାବେଳେ ଚୀନ୍ ଆନୁଷ୍ଠାନିକ ଭାବେ ସ୍ବୀକାର କରିନାହିଁ । ଫେବୃଆରୀ 10ରେ ଋଷର ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଥିଲା ଯେ ଗଲୱାନ ଉପତ୍ୟକା ସଂଘର୍ଷରେ 45 ଜଣ ଚୀନ୍ ସୈନ୍ୟଙ୍କ ମୃତ୍ୟୁ ଘଟିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.