ETV Bharat / bharat

Childrens day: ଆଜି ଶିଶୁ ଦିବସ, ଆସନ୍ତାକାଲିର ଭବିଷ୍ୟତ ଶିଶୁ କଥାକୁ ହୃଦଙ୍ଗମ କରିଥିଲେ ଚାଚା ନେହେରୁ - ଶିଶୁ ଦିବସ 2023

ପ୍ରତିବର୍ଷ ନଭେମ୍ବର 14 ତାରିଖକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ମହାନ ସ୍ବାଧିନତା ସଂଗ୍ରାମୀ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍‌ ନେହେରୁଙ୍କ ଜୟନ୍ତୀକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ଅଧିକ ପଢନ୍ତୁ

Childrens day 2023
Jawaharlal Nehru Birth Anniversary
author img

By ETV Bharat Odisha Team

Published : Nov 14, 2023, 7:41 AM IST

ହାଇଦ୍ରାବାଦ: ଆଜି ନଭେମ୍ବର 14 ତାରିଖ । ପ୍ରତିବର୍ଷ ନଭେମ୍ବର 14 ତାରିଖକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ଏହି ଦିନଟି ଖାସ୍ କରି ପିଲାଙ୍କ ପାଇଁ ଉଦ୍ଧିଷ୍ଟ । ଦିନଟି ଆସିଲେ ମନେପଡନ୍ତି ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ । ଆଜି ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ । ସେ ପିଲାଙ୍କୁ ଖୁବ୍ ଭଲ ପାଉଥିଲେ ତେଣୁ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ । ରାଜନୈତିକ କୌଶଳଠୁ ଊର୍ଦ୍ଧ୍ବରେ ଥିଲେ ପ୍ରଧାନମନ୍ତ୍ରୀ ଯିଏ ଚାଚା ନେହେରୁ ଭାବେ ଜଣାଶୁଣା । ସେ ପିଲାଙ୍କୁ ଭଲ ପାଇବା ସହ ସେମାନଙ୍କ ଅଧିକାର ଏବଂ ଶିକ୍ଷା ନେଇ ସର୍ବଦା ଚେଷ୍ଟା କରିଥିଲେ । ଦେଶର ଉନ୍ନତି, ପ୍ରଗତି ଦିଗରେ ଶିଶୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ନେହେରୁ ମତ ରଖିଥିଲେ । ଶିଶୁଙ୍କୁ ଭଲ ପାଉଥିବା ପଣ୍ଡିତ ନେହେରୁ ତାଙ୍କ ଜନ୍ମଦିନକୁ ଶିଶୁଙ୍କ ପାଇଁ ଉତ୍ସର୍ଗ କରି ଦେଇଥିଲେ ।

ଶିଶୁ ଦିବସର ଉଦ୍ଦେଶ୍ୟ: ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ । ଦେଶ ନିର୍ମାଣରେ ଶିଶୁମାନଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । ଶିଶୁ ହସିଲେ ଦେଶ ହସିବ । ଶିଶୁଟିଏ ସୁନାଗରିକ ଭାବେ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି କଥାକୁ ହୃଦୟଙ୍ଗମ କରିଥିଲେ ବିଚକ୍ଷଣ ରାଜନୀତିଜ୍ଞ ପଣ୍ଡିତ ନେହେରୁ । କୁନି କୁନି ପିଲାଙ୍କ ପାଇଁ ତାଙ୍କ ହୃଦୟରେ ଥିଲା ଆମାପ ଭଲ ପାଇବା ତେଣୁ ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ । ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଏ ।

ବିଶେଷକରି ଦେଶବ୍ୟାପୀ ପ୍ରତିଟି ଶିକ୍ଷାନୁଷ୍ଠାନରେ ଦିନଟିକୁ ପାଳନ କରାଯାଏ । ଇତିହାସକୁ ମନେ ପକାଇ ସମାଜରେ ଦାୟିତ୍ବବାନ ହେବାର ଶିକ୍ଷା ଦିଏ ଦିବସଟି । ଏହି ଦିନର ଉଦ୍ଦେଶ୍ୟ ହେଉଛି ଶିଶୁଙ୍କର ସୁରକ୍ଷିତ ଓ ସୁନ୍ଦର ଭବିଷ୍ୟତ ଗଠନ ଏବଂ ପିଲାଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା । 1965ରେ ପ୍ରଥମ ଥର ଶିଶୁ ଦିବସ ପାଳନ କରାଯାଇଥିଲା ।

ଏହା ବି ପଢନ୍ତୁ...ଜାତୀୟ ବାଳିକା ଶିଶୁ ଦିବସ, ୪ହଜାର ଝିଅଙ୍କୁ ମିଳିବ ସ୍କଲାର ସିପ୍

ପଣ୍ଡିତ ଜବାହାରଲାଲ ନେହେରୁଙ୍କ ବିଷୟରେ: ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ । ୧୮୮୯ ମସିହା ନଭେମ୍ବର ୧୪ରେ ଉତ୍ତରପ୍ରଦେଶ ଆହ୍ଲାବାଦ ସହରର ଏକ କାଶ୍ମୀର ପଣ୍ଡିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ନେହେରୁ । ୧୯୪୭ ଅଗଷ୍ଟ ୧୫ରୁ ମେ' ୧୯୬୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ବାପା ମୋତିଲାଲ ନେହେରୁ ତାଙ୍କ ପଢା ପାଇଁ ଘରେ ନିଯୁକ୍ତି ଦେଇଥିବା ୟୁରୋପୀୟ ଶିକ୍ଷକ ଟି ବ୍ରୁକ୍ସ ଠାରୁ ନେହେରୁ ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ତାଙ୍କ ପ୍ରେରଣାରେ ଦର୍ଶନ, ବିଜ୍ଞାନ, ଇତିହାସ ଓ ସାହିତ୍ୟ ଆଦିରେ ମନ ଦେଇଥିଲେ । ପରେ ସେ ଲଣ୍ଡନର ହାରୋ ବିଦ୍ୟାଳୟ ଏବଂ କେମ୍ବ୍ରିଜର ଟ୍ରିନିଟି ମହାବିଦ୍ୟାଳୟରେ ପଢିଥିଲେ । ନେହେରୁ ଲଣ୍ଡନରେ ଆଇନ ପାଠ ମଧ୍ୟ ପଢିଥିଲେ । ସମୟକ୍ରମେ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ ।

ସେ ଅନେକ ପୁସ୍ତକ ଲେଖିଥିଲେ । ତାଙ୍କ ଦ୍ବାରା ରଚିତ ପୁସ୍ତକ ହେଉଛି 'ଦି ଡିସକଭରୀ ଅଫ୍ ଇଣ୍ଡିଆ', 'ଗ୍ଲିମ୍ପସେସ୍ ଅଫ୍ ୱାର୍ଲ୍ଡ ହିଷ୍ଟ୍ରୀ', 'ଲେଟର୍ସ ଫ୍ରମ୍ ଏ ଫାଦର ଟୁ ହିଜ୍ ଡଟର' ଏବଂ ତାଙ୍କ ଆତ୍ମଜୀବନୀ 'ଟୁୱାର୍ଡସ ଫ୍ରୀଡମ୍' ଇତ୍ୟାଦି । 1947 ମସିହା ଅଗଷ୍ଟ 15ରେ ଦେଶ ସ୍ବାଧୀନ ହୋଇଥିଲା । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ପଣ୍ଡିତ ନେହେରୁ । ସଫଳତାର ସହ 17 ବର୍ଷ ଶାସନ କରି ଦେଶକୁ ସମ୍ମାନଜନକ ସ୍ଥାନରେ ପହଞ୍ଚାଇ ଥିଲେ । 1964 ମେ' ମାସ 27 ତାରିଖରେ ଚିର ବିଦାୟ ନେଇଥିଲେ ହେଲେ କିମ୍ବଦନ୍ତୀ ପୁରୁଷଙ୍କ କୀର୍ତ୍ତିରାଜି, ମହାନ ତ୍ୟାଗ ଓ ସଂଗ୍ରାମ ସର୍ବଦା ଭାରତୀୟଙ୍କ ମନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.