ETV Bharat / bharat

ସ୍କୁଲରେ ଭ୍ୟାକ୍ସିନ ନେଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ

author img

By

Published : Oct 2, 2022, 2:04 PM IST

ସ୍କୁଲରେ ଭ୍ୟାକ୍ସିନ ନେବା ପରେ ଅସୁସ୍ଥ ହେଲା ୫୦ ପିଲା । ସମସ୍ତ ଛାତ୍ରାଛତ୍ରୀ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ସ୍କୁଲରେ ଭ୍ୟାକ୍ସିନ ନେଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ
ସ୍କୁଲରେ ଭ୍ୟାକ୍ସିନ ନେଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ

ଲକ୍ଷ୍ନୌ: ଭ୍ୟାକ୍ସିନ ନେଇ ଅସୁସ୍ଥ ହେଲେ ସ୍କୁଲ ପିଲା । ଉତ୍ତରପ୍ରଦେଶ ଅଲୀଗଡ ଜିଲ୍ଲା ସ୍ଥିତ ଏକ ସରକାରୀ ପ୍ରାଥମିକ ସ୍କୁଲରେ DPT ଭ୍ୟାକ୍ସିନ ନେବା ପରେ ୫୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି(50 children ill after DPT vaccination) । ସମସ୍ତେ ଝାଡାବାନ୍ତି ଓ ଜ୍ବରରେ ପୀଡିତ ହୋଇଛନ୍ତି । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଭିଭାବକଙ୍କ ବିନା ଅନୁମତିରେ ପିଲାମାନଙ୍କୁ ଜୋର ଜବରଦସ୍ତ ଭ୍ୟାକ୍ସିନ ଦିଆଯାଇଥିବା ଅଭିଯୋଗ ହୋଇଛି । ସେପଟେ ପିଲାମାନ ମଧ୍ୟ ସେମାନଙ୍କୁ ମାଡ ମରାଯାଇ ସ୍କୁଲ ଗେଟ୍ ବନ୍ଦ କରି ଜବରଦସ୍ତ ଭ୍ୟାକ୍ସିନ ଦିଆଯାଇଥିବା କହିଛନ୍ତି ।

ସୂଚନାଯୋଗ୍ୟ, ଅଲୀଗଡର ନଗଲା ପ୍ରାଥମିକ ବିଦ୍ୟାଳୟରେ ୧୫୦ ଛାତ୍ରଛାତ୍ରୀଙ୍କ ଡିପିଟି ଟୀକାକରଣ(DPT vaccine) କରାଯାଇଥିଲା । ଏଥିପାଇଁ ଛୋଟ ଛୋଟ ପିଲାମାନେ ଅମଙ୍ଗ ହେବାରୁ ସ୍କୁଲ ଗେଟ୍ ବନ୍ଦ କରି ଜୋର ଜବରଦସ୍ତ ଭ୍ୟାକ୍ସିନ ଦିଆଯାଇଥିଲା । କିନ୍ତୁ ଟୀକାକରଣ ପରେ ପ୍ରାୟ ୫୦ ପିଲା ହଠାତ୍ ଅସୁସ୍ଥ ହୋଇପଡିଥିଲେ । ପ୍ରବଳ ଜ୍ବର ହେବା ସହ ଝାଡାବାନ୍ତି ହୋଇଥିଲା । ଏହାପରେ ସମସ୍ତଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଏହି ଘଟଣାରେ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଜିଲ୍ଲା ସଭାପତି ସ୍କୁଲ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ଏବଂ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି(negligence of government school in Aligarh) ।

ଏହାମଧ୍ୟ ପଢନ୍ତୁ: ବିଦ୍ୟାଳୟକୁ ବୋମାରେ ଉଡ଼ାଇଥିଲେ ଶ୍ବଶୁର, ଶିକ୍ଷାଦାନ କଲା ବୋହୂ

ଅନ୍ୟପଟେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧୀକ୍ଷକ କହିଛନ୍ତି ଯେ, ''ବର୍ତ୍ତମାନ ଜିଲ୍ଲାବ୍ୟାପୀ ବୁଷ୍ଟର ଡୋଜ ଅଭିଯାନ ଚାଲିଛି । ଏହା ଅନ୍ତର୍ଗତ ପିଲମାନଙ୍କୁ ଟିଡି ବା ଡିପିଟି ଟିକା ଦିଆଯାଉଛି । ତେବେ ଏହି ଟିକା ନେବା ପରେ ଜ୍ବର ଆସିଥାଏ । ତେଣୁ ସେହି ପିଲାମାନେ ମଧ୍ୟ ଜ୍ବରରେ ପୀଡିତ ହୋଇଛନ୍ତି ।'' ତେବେ ମେଡିକାଲର ଚିକିତ୍ସାଧୀନ ଥିବା ସେହି ଅସୁସ୍ଥ ପିଲାମାନଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଥିବା ସୂଚନା ମିଳିଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.