ETV Bharat / bharat

Nalanda: 6 ଘଣ୍ଟାର ଅପରେସନ ପରେ ବୋରଓ୍ବେଲରୁ ଉଦ୍ଧାର ହେଲା ଶିଶୁ, ହସ୍ପିଟାଲରେ ଭର୍ତ୍ତି

author img

By

Published : Jul 23, 2023, 6:16 PM IST

Updated : Jul 23, 2023, 6:21 PM IST

ବିହାର ନାଳନ୍ଦାରେ 6 ଘଣ୍ଟାର ଅପରେସନ ପରେ ବୋରଓ୍ବେଲରୁ 3 ବର୍ଷୀୟ ଶିଶୁ ଉଦ୍ଧାର । ହସ୍ପିଟାଲରେ ଭର୍ତ୍ତି । ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ଡାକ୍ତର ଟିମ୍‌ । ଅଧିକ ପଢନ୍ତୁ

Nalanda: 6 ଘଣ୍ଟାର ଅପରେସନ ପରେ ବୋରଓ୍ବେଲରୁ ଉଦ୍ଧାର ହେଲା ଶିଶୁ, ହସ୍ପିଟାଲରେ ଭର୍ତ୍ତି
Nalanda: 6 ଘଣ୍ଟାର ଅପରେସନ ପରେ ବୋରଓ୍ବେଲରୁ ଉଦ୍ଧାର ହେଲା ଶିଶୁ, ହସ୍ପିଟାଲରେ ଭର୍ତ୍ତି

ପାଟନା: ବିହାର ନାଳନ୍ଦାରେ ଏକ ଖୋଳାଯାଉଥିବା ବୋରଓ୍ବେଲରେ ଖସିପଡିଥିବା 3ବର୍ଷୀୟ ଶିଶୁକୁ ଉଦ୍ଧାର କରାଯାଇଛି । ପ୍ରାୟ 6 ଘଣ୍ଟାର ଅପରେସନ ପରେ ଶିଶୁଟିକୁ ଉଦ୍ଧାର କରିବାରେ ଉଦ୍ଧାରକାରୀ ଟିମ୍‌ ସଫଳ ହୋଇଛନ୍ତି । ଉଦ୍ଧାର ପରେ ଶିଶୁଟିକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିବା ବେଳେ ଚିକିତ୍ସା ପରେ ଯାହା କିଛି ଜଣାପଡ଼ିବା ନେଇ ପ୍ରଶାସନ କହିଛି । NDRF ସହ ସ୍ଥାନୀୟ ଅଗ୍ନିଶମ ଟିମ୍‌ ଉଦ୍ଧାର ଅପରେସନ ଜାରି ରଖିଥିବା ବେଳେ ଡାକ୍ତରୀ ଟିମ ମଧ୍ୟ ଆମ୍ବୁଲାନ୍ସ ସହ ପ୍ରସ୍ତୁତ ରହିଥିଲେ ।

6 ଘଣ୍ଟାର ଅପରେସନ ପରେ ବୋରଓ୍ବେଲରୁ ଉଦ୍ଧାର ହେଲା ଶିଶୁ, ହସ୍ପିଟାଲରେ ଭର୍ତ୍ତି

ସୂଚନା ଅନୁସାରେ, ନାଳନ୍ଦାର କୁଲୁ ଗ୍ରାମରେ ଶିବମ ନାମକ ଏହି 3ବର୍ଷୀୟ ଶିଶୁ ଖେଳୁଥିବା ବେଳେ ଘର ନିକଟବର୍ତ୍ତୀ କ୍ଷେତରେ ଖୋଳାଯାଉଥିବା ଏହି ବୋରଓ୍ବେଲରେ ଖସି ପଡିଥିଲା । ପ୍ରାୟ 40 ଫୁଟ ଗଭୀରରେ ଶିଶୁଟି ଫସି ରହିଥିବା ଜଣାପଡିଥିଲା । ସୂଚନା ପାଇଁ NDRF ଟିମ୍‌ ସହ ଅଗ୍ନିଶମ ଟିମ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ନେତୃତ୍ବରେ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଥିଲେ । ବୋରଓ୍ବେଲ ମଧ୍ୟକୁ ଏକ କ୍ୟାମେରା ପଠାଯାଇ ଶିଶୁର ଅବସ୍ଥା ସମ୍ପର୍କରେ ଜାଣିବାକୁ ଉଦ୍ଧାରକାରୀ ଟିମ୍‌ ପ୍ରୟାସ କରିଥିଲା ।

ଶିଶୁଟି ଜୀବିତ ଥିବା ଅଧା ପାଣି ଭିତରେ ବୁଡ଼ି ରହିଥିବା ଦେଖାଯିବା ପରେ ଉଦ୍ଧାର ଅପରେସନକୁ ତ୍ବରାନ୍ବିତ କରାଯାଇଥିଲା । ଶିଶୁ ନିକଟକୁ ଅକ୍ସିଜେନ ମଧ୍ଯ ପଠାଇବାର ବ୍ୟବସ୍ଥା କରିଥିଲା ରେସ୍କ୍ୟୁ ଟିମ୍‌ । ଶେଷରେ ପ୍ରାୟ 6 ଘଣ୍ଟାର ଆହ୍ବାନପୂର୍ଣ୍ଣ ଅପରେସନ ପରେ ଶିଶୁଟିକୁ ଜୀବିତ ଉଦ୍ଧାର କରାଯିବାରେ ସଫଳତା ମିଳିଛି । ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାର ସ୍ବାସ୍ଥ୍ୟାବସ୍ଥା ନେଇ ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ ସୂଚନା ମିଳିପାରେ ।

ଏହା ମଧ୍ୟ ପଢନ୍ତୁ :- ଏହା ମଧ୍ଯ ପଢନ୍ତୁ:- Bihar Borewell Tragedy: ସାମ୍ନାକୁ ଆସିଲା ଚିତ୍ର, ଅଣ୍ଟାଏ ପାଣିରେ ଫସିଛି ଶିବମ

ଚଳିତ ମାସରେ ମଧ୍ୟ ପ୍ରଦେଶରେ ଭିଦିସାରେ ଖୋଳାଯାଉଥିବା ଏକ ବୋରଓ୍ବେଲରେ ଜଣେ ଦୁଇ ବର୍ଷୀୟା ଶିଶୁକନ୍ୟା ଖସିପଡିଥିବା ଖବର ସାମ୍ନାକୁ ଆସିଥିଲା । ଶିଶୁଟିକୁ ଉଦ୍ଧାର କରିବାରେ ଉଦ୍ଧାରକାରୀ ଟିମ ସଫଳତା ପାଇଥିଲା । କେବଳ ମଧ୍ୟ ପ୍ରଦେଶ କିମ୍ବା ବିହାର ନୁହେଁ ବରଂ ଏକାଧିକ ଉତ୍ତର ଭାରତୀୟ ରାଜ୍ୟରେ ନିକଟ ଅତୀତରେ ଏହି ପ୍ରକାର ଅଘଟଣ ବାରମ୍ବାର ଘଟୁଛି । ଅଧିକାଂଶ ଅପରେସନରେ ଉଦ୍ଧାରକାରୀ ଟିମ ସଫଳତା ପାଇଥିବା ବେଳେ ଗୋଟିଏ ଦୁଇଟି ଘଟଣାରେ ଶିଶୁଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 23, 2023, 6:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.