ETV Bharat / bharat

Borewell Incident In UP: ବୋରଓ୍ୱେଲରେ ଖସିପଡିଥିଲା 6ବର୍ଷୀୟ ଶିଶୁ, 5 ଘଣ୍ଟାର ଅପରେସନ ପରେ ସୁରକ୍ଷିତ ଉଦ୍ଧାର

ଉତ୍ତର ପ୍ରଦେଶ ହାପୁଡରେ ପୁଣି ବୋରଓ୍ବଲରେ ଫସିଛି ଜୀବନ (Child fell into borewell)। ପରିତ୍ୟକ୍ତ ବୋରଓ୍ବେଲରେ ଖସିପଡିଥିଲା 6ବର୍ଷୀୟ ଶିଶୁ । 5 ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ସୁରକ୍ଷିତ ଉଦ୍ଧାର କଲା NDRF। ଅଧିକ ପଢନ୍ତୁ

author img

By

Published : Jan 10, 2023, 5:24 PM IST

Updated : Jan 10, 2023, 10:46 PM IST

ପରିତ୍ୟକ୍ତ ବୋରଓ୍ବଲରେ ଖସିପଡିଲା ଶିଶୁ
ପରିତ୍ୟକ୍ତ ବୋରଓ୍ବଲରେ ଖସିପଡିଲା ଶିଶୁ
ପରିତ୍ୟକ୍ତ ବୋରଓ୍ବଲରେ ଖସିପଡିଲା ଶିଶୁ

ହାଇଦ୍ରାବାଦ: ଉତ୍ତର ପ୍ରଦେଶ ହାପୁଡରେ (Child fell into borewell) ଏକ ପରିତ୍ୟକ୍ତ ତଥା ମୁକୁଳା ବୋରଓ୍ବେଲରେ ଜଣେ 6 ବର୍ଷୀୟ ବଧିର ଶିଶୁ ଖସିପଡିବା ଘଟଣାରେ ସଫଳତାର ସହ ଶେଷ ହୋଇଛି ରେସ୍କ୍ୟୁ ଅପରେସନ । NDRF ଟିମର 5 ଘଣ୍ଟାରୁ ଅଧିକ ସମୟର ଉଦ୍ୟମ ପରେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଶିଶୁଟି ପ୍ରାୟ 40ଫୁଟ ତଳେ ଫସି ରହିଥିବା ଜଣାପଡିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲା । ସ୍ଥାନୀୟ ପ୍ରଶାସନର ଅଧିକାରୀ, ପୋଲିସ, ରେସ୍କ୍ୟୁ ଟିମ ଅପରେସନ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ଆମ୍ବୁଲାନ୍ସ ସହ ଡାକ୍ତରୀ ଟିମ ମଧ୍ୟ ପ୍ରସ୍ତୁତ ରଖାଯାଇଥିଲା । ପରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଟିମ ମଧ୍ୟ ଉଦ୍ଧାର ଅପରେସନରେ ସାମିଲ ହୋଇଥିଲା ।

ଆଜି ଅପରାହ୍ନରେ ହାପୁଡ ଜିଲ୍ଲା ଦେହାତ କ୍ଷେତ୍ର ଅନ୍ତର୍ଗତ ଫୁଲଗଡି ଗ୍ରାମରେ ମୋହସୀନ ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ 6ବର୍ଷୀୟ ପୁଅ ମାଉ ଖେଳୁଥିବା ସମୟରେ ବୋରଓ୍ବଲରେ ଖସିପଡିଥିଲା । ଏହି ବୋରଓ୍ବେଲକୁ ପ୍ରାୟ 35ବର୍ଷ ତଳେ ସ୍ଥାନୀୟ ନଗର ପାଳିକା ଦ୍ବାରା ଖୋଳାଯାଇଥିଲା । ପ୍ରାୟ 10ବର୍ଷ ହେବ ଏହା ବ୍ୟବହାର ଅନୁପଯୋଗୀ ହୋଇପଡିଥିବାରୁ ପରିତ୍ୟକ୍ତ ତଥା ଢାଙ୍କୁଣୀବିହୀନ ଅବସ୍ଥାରେ ପଡିରହିଥିଲା । ଆଜି ଅପରାହ୍ଣରେ ଶିଶୁଟି ଖେଳୁଥିବା ସମୟରେ ତାହା ମଧ୍ୟକୁ ଖସି ପଡିଥିଲା । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ବୋରଓ୍ବେଲ ନିକଟରେ ପହଞ୍ଚି ଅଘଟଣ ସମ୍ପର୍କରେ ଜାଣିବାକୁ ପାଇଥିଲେ ।

ପରେ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ସ୍ଥାନୀୟ ପ୍ରଶାସନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଛନ୍ତି । ରେସ୍କ୍ୟୁ ଟିମ ସହ ପୋଲିସ, ଅଗ୍ନିଶମ ଟିମ, ଆମ୍ବ୍ୟୁଲାନ୍ସ ସହ ମେଡିକାଲ ଟିମ ମଧ୍ୟ ଘଟଣାସ୍ଥଳରେ ସକ୍ରିୟ ରହିଥିଲେ । ଶିଶୁଟି ପ୍ରାୟ 40 ଫୁଟ ଗଭୀରରେ ଫସି ରହିଛି । ପାଇପ ମାଧ୍ୟମରେ ତା ନିକଟକୁ ଅକ୍ସିଜେନ, ପାଣି ଓ କ୍ଷୀର ମଧ୍ୟ ପଠାଯାଇଥିଲା । ତେବେ 5 ଘଣ୍ଚା ଅକ୍ଳାନ୍ତ ପରିଶ୍ରମ ପରେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରିବାରେ ଉଦ୍ଧାରକାରୀ ଟିମକୁ ସଫଳତା ମିଳିଛି । ଉଦ୍ଧାର ପରେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟଲରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 10, 2023, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.