ETV Bharat / bharat

Child falls in borewell: ଏବେବି ରହିଛି ଉଦ୍ଧାର କାର୍ଯ୍ୟ ଜାରି, ଓଡିଶା ପଠାଇଲା SDRF ଟିମ

author img

By

Published : Jun 11, 2022, 10:58 PM IST

ବୋରୱେଲରେ ଖସି ପଡିଥିବା 12 ବର୍ଷର ବାଳକକୁ ଉଦ୍ଧାର ପ୍ରୟାସ ଜାରି । ଓଡିଶା ପଠାଇଲା SDRF ଟିମ । ଦୁଇ ରାଜ୍ୟର ଟିମ ଜାରି ରଖିଛନ୍ତି ଉଦ୍ଧାର ପ୍ରକ୍ରିୟା । ଅଧିକ ପଢନ୍ତୁ

child falls in borewell: ଏବେବି ରହିଛି ଉଦ୍ଧାର କାର୍ଯ୍ୟ ଜାରି, ଓଡିଶା ପଠାଇଲା SDRF ଟିମ

ରାୟପୁର: ଛତିଶଗଡ ଜଞ୍ଜଗିରର ମାଲଖାରୋଡ ଅଞ୍ଚଳରେ ଏକ ବୋରୱେଲରେ ଖସି ପଡିଥିବା 12 ବର୍ଷର ରାହୁଲକୁ ବାଳକକୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଉଦ୍ଧାର କରାଯାଇପାରି ନାହିଁ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଜାରି ରହିଛି । ଓଡିଶା ମଧ୍ୟ ସହଯୋଗର ହାତ ବଢାଇଛି । ଛତିଶଗଡ ଓ ଓଡିଶାର ଦୁଇ ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ଟିମ ଏହି ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି ।

child falls in borewell: ଜାରି ରହିଛି ଉଦ୍ଧାର କାର୍ଯ୍ୟ

  • "तीस घंटों से लगातार जारी हैं राहुल को बचाने की कोशिशें" मुख्यमंत्री श्री @bhupeshbaghel लगातार ले रहे हैं अपडेट। #SaveRahulAbhiyan में जुटी हुई है 500 से अधिक अधिकारियों की टीम। कलेक्टर, एसपी ने गड्ढे में उतरकर राहुल को निकालने के लिए बनी सुरंग का जायजा लिया।@JanjgirDist pic.twitter.com/QRogwp1J4Q

    — CMO Chhattisgarh (@ChhattisgarhCMO) June 11, 2022 " class="align-text-top noRightClick twitterSection" data=" ">

ଓଡିଶାର SDRF ଦଳ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସହିତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏବଂ ବିଶେଷଜ୍ଞ ଦଳ କ୍ୟାମେରା ମାଧ୍ୟମରେ ଶିଶୁର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ବୋରଓ୍ବେଲରୁ ପିଲାଟିକୁ ସୁରକ୍ଷିତ ଭାବରେ ବାହାରକୁ ଆଣିବା ପାଇଁ ଯଥାସମ୍ଭବ ସମସ୍ତ ପ୍ରୟାସ ଜାରି ରହିଥିବା ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଟ୍ବିଟ କରିଛନ୍ତି ।

ଗତକାଲି (ଶୁକ୍ରବାର) ରାତି ପ୍ରାୟ 3 ଟାବେଳେ ରାହୁଲ ତାଙ୍କ ଘର ପଛପଟେ ଖେଳୁଥିଲା ବୋରୱେଲରେ ଖସି ପଡିଥିଲା । ରାହୁଲ ଖସି ପଡ଼଼ିଥିବା ବୋରୱେଲର ୫୦ରୁ ୮୦ ଫୁଟ ଗଭୀର ହେବ ବୋଲି ଅନୁମାନ କରାଯାଉଛି । ଖୋଳାଯାଇଥିବା ବୋରୱେଲ ପାର୍ଶ୍ବରେ ଜେସିବି ସାହାଯ୍ୟରେ ଖୋଳାଯାଇ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି । ଘଟଣାସ୍ଥଳରେ ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.