ETV Bharat / bharat

ତଣ୍ଟିରେ ଅଟକିଲା ଜେଲି ଚକୋଲେଟ, ଚାଲିଗଲା ଶିଶୁ କନ୍ୟାର ଜୀବନ - କାଳ ହେଲା ଚକୋଲେଟ ଖାଇବା

ମହାରାଷ୍ଟ୍ରର ସତରା ଜିଲ୍ଲାରେ ଅଭାବନୀୟ ଘଟଣା । ତଣ୍ଟିରେ ଜେଲି ଚକୋଲେଟ ଅଟକିଯିବାରୁ ବର୍ଷକର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

jelly candy choking death
jelly candy choking death
author img

By

Published : Dec 27, 2022, 1:06 PM IST

ମୁମ୍ବାଇ: କାଳ ହେଲା ଚକୋଲେଟ ଖାଇବା । ଖାଉଥିବା ସମୟରେ ତଣ୍ଟିରେ ଅଟକିଗଲା ଜେଲି ଚକୋଲେଟ । ଫଳରେ ଏକ ବର୍ଷ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ସତରା ଜିଲ୍ଲାର କର୍ମଭାର ନଗରରେ । ମୃତ ଶିଶୁକନ୍ୟା ଜଣକ ହେଉଛନ୍ତି ଏକ ବର୍ଷିୟ ସରଓ୍ବାରୀ ସୁଧିର ଯାଦବ ।

ଗତ ଶନିବାର ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି । ମୃତ ଶିଶୁ କନ୍ୟାଟିକୁ ସ୍ଥାନୀୟ ଏକ ଶିଶୁ ଖେଳୁଥିବା ବେଳେ ସେ ସରଓ୍ବାରୀଙ୍କୁ ଏକ ଜେଲି ଚୋକଲେଟ ଖାଇବାକୁ ଦେଇଥିଲେ । ଫଳରେ ଶିଶୁ କନ୍ୟା ଜଣଙ୍କ ଚକୋଲେଟଟିକୁ ଖାଇବା ସମୟରେ ଆଉ ଗିଳି ପାରିନଥିଲେ । ଚକୋଲେଟଟି ତଣ୍ଟିରେ ଅଟକି ଯିବାରୁ ସେ ଚିକ୍ତଚାର କରିବା ଆରମ୍ଭ କରି ଦେଇଥିଲେ । କିଛି ସମୟ ପରେ ସେ ପଡିଯାଇଥିଲେ । ଏହାଦେଖି ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ଚିକିତ୍ସା ପୂର୍ବରୁ ଡାକ୍ତର ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ''ଶିଶୁଟି ନିଜେ ଜେଲି ଚକୋଲେଟଟିକୁ ଖାଇଥିଲା। କିନ୍ତୁ ତାହା ଚଣ୍ଟିରେ ଅଟକି ଯିବାପରେ ସେ କାସିବା ଆରମ୍ଭ କରିଦେଇଥିଲେ । କିନ୍ତୁ ପରିବାର ଲୋକେ ତାଙ୍କ ପୂର୍ବରୁ ପହଞ୍ଚିବା ପୂର୍ବରୁ ସେ ଚେତାଶୂନ୍ୟ ହୋଇପଡିଥିଲେ ।" ସଙ୍ଗେସଙ୍ଗେ ତାଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ କହିବାନୁସାରେ, "ଜେଲି ଚକୋଲେଟଟି ଶିଶୁ କନ୍ୟାର ଗଳାରେ ଅଟକି ଯାଇଥିଲା । ଫଳରେ ଶ୍ବାସକ୍ରିୟା ବନ୍ଦ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଛି ।"

ଏହା ମଧ୍ୟ ପଢନ୍ତୁ-ଫାର୍ମା କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ: 4 ମୃତ, 1 ଗୁରୁତର

ସମାନ ଭାବରେ ଗତ ମାସରେ ଏପରି ଏକ ଖବର ସାମ୍ନାକୁ ଆସିଥିଲା । ଗଳାରେ ଚକୋଲେଟ ଅଟିକାବୁ ଏକ ନାବାଳକର ମୃତ୍ୟୁ ହୋଇଥିଲା । ତେଲେଙ୍ଗାନାର ହାଇଦ୍ରାବାଦରୁ ସାମ୍ନାକୁ ଆସିଥିଲା ଏପରି ଘଟଣା । ନାବାଳକର ବୟସ ୯ ବର୍ଷ ହୋଇଥିବା ବେଳେ ସେ ସ୍କୁଲ ଯିବା ସମୟରେ ସାଥିରେ ଚକୋଲେଟ ନେଇଯାଥିଲା । ଏହାପରେ ସ୍କୁଲରେ ଚକୋଲେଟ ଖାଉଥିବା ବେଳେ ହଠାତ ତଣ୍ଟିରେ ଅଟକି ଯାଇଥିଲା । ସଙ୍ଗେସଙ୍ଗେ ତାଙ୍କୁ ଏମଜିଏମ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.