ETV Bharat / bharat

ସୋମବାରଠୁ ୩ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ଆର୍ମି ଚିଫ୍‌ - ସିଙ୍ଗାପୁର ଗସ୍ତରେ ଯିବେ ଆର୍ମି ଚିଫ୍‌

ସିଙ୍ଗାପୁର ଗସ୍ତରେ ଯିବେ ଆର୍ମି ଚିଫ୍‌ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ଆସନ୍ତାକାଲି (ସୋମବାର) ଠାରୁ ତିନି ଦିନିଆ( ଏପ୍ରିଲ ୪ରୁ ଏପ୍ରିଲ ୬) ଗସ୍ତରେ ଯିବେ ଆର୍ମି ଚିଫ୍‌ ନରୱାଣେ । ଅଧିକ ପଢନ୍ତୁ

କାଲି ଠାରୁ ୩ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ଆର୍ମି ଚିଫ୍‌

author img

By

Published : Apr 3, 2022, 7:35 PM IST

ନୂଆଦିଲ୍ଲୀ: ସିଙ୍ଗାପୁର ଗସ୍ତରେ ଯିବେ ଆର୍ମି ଚିଫ୍‌ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ଆସନ୍ତାକାଲି (ସୋମବାର) ଠାରୁ ତିନି ଦିନିଆ( ଏପ୍ରିଲ ୪ରୁ ଏପ୍ରିଲ ୬) ଗସ୍ତରେ ଯିବେ ଆର୍ମି ଚିଫ୍‌ ନରୱାଣେ । ତେବେ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇଁ ସେ ଏହି ଗସ୍ତରେ ଯାଉଛନ୍ତି ।

ସେହିପରି ତାଙ୍କର ଏହି ଗସ୍ତ ସମୟରେ ଆର୍ମି ଚିଫ୍‌ ସିଙ୍ଗାପୁରର ବରିଷ୍ଠ ସେନା ଅଧିକାରୀ ଓ ନାଗରିକ ନେତୃତ୍ୱଙ୍କ ସହ ଆଲୋଚନା କରିବେ । ଏଥିସହ ଆସନ୍ତାକାଲି( ଏପ୍ରିଲ୍‌ ୪ ତାରିଖ) ସେ ସିଙ୍ଗାପୁର ସ୍ଥିତି କ୍ରାଞ୍ଜି ୱାର ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହା ସହିତ ସିଙ୍ଗାପୁରର ପ୍ରତିରକ୍ଷା ମନ୍ତ୍ରୀ, ସିଙ୍ଗାପୁର ସେନାର ମୁଖ୍ୟ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସେନା ମୁଖ୍ୟ ନରୱାଣେ ଭାରତ ଓ ସିଙ୍ଗାପୁର ପ୍ରତିରକ୍ଷା ସମ୍ପର୍କରେ ଆଲୋଚନା କରିବେ ।

ଅନ୍ୟପଟେ ସେ ପଦାତିକ(Infantry) ଗୁନେରୀ ଟ୍ୟାକ୍ଟିକାଲ୍ ସିମୁଲେସନ୍ ଏବଂ ୱାରଗେମ୍ ସେଣ୍ଟର ଓ ଆଞ୍ଚଳିକ HADR କୋର୍ଡିନେସନ (ସମନ୍ୱୟ) କେନ୍ଦ୍ର ସହ ସୂଚନା ଫ୍ୟୁଜନ୍ ସେଣ୍ଟର ଏବଂ ଚାଙ୍ଗି ନାଭାଲ୍ ବେସ୍ ପରିଦର୍ଶନରେ ଯିବେ । ତେବେ ଗତ ବର୍ଷ ଡିସେମ୍ବରରେ ଆର୍ମି ଚିଫ୍‌ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ସାଉଦି ଆରବ ଯାଇଥିଲେ । ତେବେ ଏହି ଦୁଇ ପଶ୍ଚିମ ଏସୀୟ ଦେଶକୁ ନରୱାଣେଙ୍କ ଆର୍ମି ଚିଫ୍‌ ଭାବେ ଏହା ପ୍ରଥମ ଗସ୍ତ । ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ସୁରକ୍ଷା ଓ ସାମରିକ କ୍ଷେତ୍ରରେ ସୁମ୍ପର୍କ ରହିବ ବୋଲି ବିଶେଷଜ୍ଞ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.