ETV Bharat / bharat

Uttarakhand Result: ହାରିଲେ ସବୁ CM ପ୍ରାର୍ଥୀ

author img

By

Published : Mar 10, 2022, 9:08 PM IST

ଉତ୍ତରାଖଣ୍ଡରେ ବିଜେପିର ବମ୍ପର ବିଜୟ । ଏଠାରେ ବିଜେପି ଇତିହାସ ରଚିଛି ହେଲେ ମୁଖ୍ୟମନ୍ତ୍ରୀ ଧାମି ପରାଜିତ ହୋଇଛନ୍ତି । ଧାମିଙ୍କ ସମେତ ସବୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଜୟର ସ୍ବାଦ ଚାଖିପାରିନାହାନ୍ତି । ଅଧିକ ପଢନ୍ତୁ

Uttarakhand Poll: ହାରିଲେ ସବୁ CM ପ୍ରାର୍ଥୀ

ନୂଆଦିଲ୍ଲୀ: ଶେଷ ହୋଇଛି ସମସ୍ତ କଳ୍ପନା ଜଳ୍ପନା । ଏବେ ସର୍ବସମ୍ମୁଖରେ ରହିଛି ଜନାଦେଶ । ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆସିଛି । ଉତ୍ତରାଖଣ୍ଡରେ ବିଜେପି ୨ୟ ଥର ପାଇଁ ସରକାର ଗଢୁଥିବା ବେଳେ ଧରାଶାୟୀ ହୋଇଛି କଂଗ୍ରେସ । ସବୁଠୁ ଖାସ କଥା ହେଉଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସବୁ ଦଳର ପ୍ରାର୍ଥୀ ପରାଜିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭୁବନ ଚାନ୍ଦ କାପରିଙ୍କ ଠାରୁ ଖାତିମା ନିର୍ବାଚନ ମଣ୍ଡଳୀରୁ ହାରିଛନ୍ତି ।

କାପରିଙ୍କୁ ୫୨ ପ୍ରତିଶତ(୪୪,୪୭୯) ଭୋଟ ମିଳିଥିବା ବେଳେ ଧାମି ହାତେଇଛନ୍ତି ୩୭ ହଜାର ୪୨୫ଟି ଭୋଟ । ଲାଲକୁଆଁ ବିଧାନସଭା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ବିଜେପିର ମୋହନ ସିଂ ବିଷ୍ଟଙ୍କଠୁ ୧୪ ହଜାର ଭୋଟରେ ହାରିଛନ୍ତି । ବିଷ୍ଟ ୫୩ ପ୍ରତିଶତ ଭୋଟ ହାତେଇଛନ୍ତି । ବିଷ୍ଟଙ୍କୁ ୪୪ ହଜାର ୮୫୧ଟି ଭୋଟ ମିଳିଥିବା ବେଳେ ହରିଶଙ୍କୁ ମିଳିଛି ୨୮ ହଜାର ୨୫୧ଟି ଭୋଟ ।

କଂଗ୍ରେସର ବିବାଦୀୟ ପ୍ରାର୍ଥୀ ସନ୍ଧ୍ୟା ଦାଲାକୋଟିଙ୍କୁ ହରିଶ ରାୱତଙ୍କ ହାରର କାରଣ ବୋଲି କୁହାଯାଉଛି । ପୂର୍ବରୁ ଏହି ଦଳ ସନ୍ଧ୍ୟା ଦାଲକୋଟିଙ୍କୁ ଲାଲକୁଆଁ ବିଧାନସଭା ଆସନ ପାଇଁ ଟିକେଟ ଦେଇଥିଲା । କିନ୍ତୁ ପରେ ଏହି ଆସନ ପାଇଁ ହରିଶ ରାୱତଙ୍କୁ ଟିକେଟ ଦିଆଯାଇଥିଲା । ବିଦ୍ରୋହୀ କଂଗ୍ରେସ ପ୍ରାର୍ଥୀ ହରିଶ ରାୱତଙ୍କ ସର୍ଭେ ଆଶାକୁ ଖଣ୍ଡନ କରିଥିଲେ । ତେବେ ଚଳିତ ନିର୍ବାଚନରେ ହାରିବା ପରେ ହରିଶ ରାୱତଙ୍କ ଏହା ୨ୟ ବଡ଼ ପରାଜୟ ବୋଲି କୁହାଯାଉଛି ।

ପୂର୍ବରୁ ହରିଶ ରାୱତ ହରିଦ୍ବାର ଓ କିଚ୍ଛାରୁ ନିର୍ବାଚନ ଲଢିଥିବା ବେଳେ ସେଠାରେ ପରାଜିତ ହୋଇଥିଲେ । ଗଙ୍ଗୋତ୍ରି ଆସନରେ AAP ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଜୟ କୋଠିଆଲ ଖାତାରେ ରହିଛି ୫ ହଜାର ୯୯୮ ଭୋଟ । ସେପଟେ ବିଜେପିର ସୁରେଶ ଚନ୍ଦ୍ର ଚୌହାନ ୨୮ ହଜାର ୬୬୭ ଭୋଟ ହାତେଇ କୋଠିଆଲଙ୍କୁ ପରାଜିତ କରିଛି । ତେବେ ଗତ ଫେବୃଆରୀ ୧୪ ତାରିଖରେ ଉତ୍ତରାଖଣ୍ଡର ୭୦ଟି ଆସନ ପାଇଁ ମତଦାନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.