ETV Bharat / bharat

କେରଳରେ ସାମ୍ପ୍ରଦାୟିକ ରାଜନୀତିର କୌଣସି ସ୍ଥାନ ନାହିଁ: ପିନାରାୟୀ ବିଜୟନ

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ବିଧାନସଭା ନିର୍ବାଚନର ଐତିହାସିକ ବିଜୟକୁ କେରଳବାସୀଙ୍କୁ ସମର୍ପିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କେରଳରେ ସାମ୍ପ୍ରଦାୟିକ ରାଜନୀତି ପାଇଁ କୌଣସି ସ୍ଥାନ ନାହିଁ ଏହା ସ୍ପଷ୍ଟ ହୋଇଯାଇଛି । ଅଧିକ ପଢନ୍ତୁ...

There is no place for communal politics in Kerala
କେରଳରେ ସାମ୍ଫ୍ରଦାୟିକ ରାଜନୀତି ପାଇଁ କୌଣସି ସ୍ଥାନ ନାହିଁ: ପିନାରାଇ ବିଜୟନ
author img

By

Published : May 2, 2021, 10:30 PM IST

ଥିରୁଅନନ୍ତପୁରମ: କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟକୁ କେରଳବାସୀଙ୍କୁ ସମର୍ପିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କେରଳରେ ସାମ୍ପ୍ରଦାୟିକ ରାଜନୀତି ପାଇଁ କୌଣସି ସ୍ଥାନ ନାହିଁ ଏହା ସ୍ପଷ୍ଟ ହୋଇଯାଇଛି । ନିର୍ବାଚନ ଫଳାଫଳ ଅନୁଯାୟୀ LDF 99ଟି ଆସନ ହାସଲ କରି ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି ।

ଆଜି (ରବିବାର) ଦେଶର ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମତ ଗଣନା ଜାରି ରହିଛି । କେରଳରେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ମେଣ୍ଟକୁ ବହୁମତ ମିଳିପାରିନାହିଁ । ପୁଣି ଥରେ ପିନାରାୟୀ ବିଜୟନଙ୍କୁ କେରଳବାସୀ ବିଜୟୀ ମୁକୁଟ ପିନ୍ଧାଇଛନ୍ତି । କେରଳ ରାଜନୀତିରେ ଏଲଡିଏଫ ଓ ୟୁଡିଏଫ ସବୁବେଳେ କଡା ଟକ୍କର ହୋଇଥାଏ । ଚଳିତ ଥର କିନ୍ତୁ ବିଜେପି ନେତୃତ୍ବାଧୀନ ମେଣ୍ଟ ରାଜନୀତି ମଧ୍ୟ ସାମିଲ ହୋଇଥିଲା । ନିର୍ବାଚନ ପୂର୍ବରୁ ଶାସକ ୟୁଡିଏଫକୁ ଉଭୟ ଏଲଡିଏଫ ଓ ବିଜେପି ଶାସକ ଦଳର ଦୁର୍ନୀତିକୁ ନେଇ ସରକାରଙ୍କୁ ଘେରିଥିଲେ । କିନ୍ତୁ ତାହା ମଧ୍ୟ ନିର୍ବାଚନରେ ପ୍ରତିଫଳନ ହୋଇନାହିଁ । କେରଳବାସୀ ପୁଣି ଥରେ ପିନାରାୟୀ ବିଜୟନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦ୍ବିତୀୟ ଥର ପାଇଁ ସୁଯୋଗ ଦେଇଛନ୍ତି ।

ବିଜୟନ କହିଛନ୍ତି ଯେ ନର୍ବାଚନ ପ୍ରଚାର ସମୟରେ ବିଜେପି ନେତା ମାନେ ବିଭିନ୍ନ ପ୍ରକାର ଦାବି କରିଥିଲେ । ବରିଷ୍ଠ ବିଜେପି ନେତା ମାନେ ପ୍ରଚାର ସମୟରେ ସରକାର ଗଠନର ମଧ୍ୟ ଘୋଷଣା କରିଥିଲେ । ଏହା ସହ ବିଜେପି କେରଳରେ କେତେକ ସିଟ ମଧ୍ୟ ବିଜୟ ହାସଲ କରୁଥିବା କହିଥିଲେ । ନିର୍ବାଚନର ଫଳାଫଳ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ଏଠାରେ କୌଣସି ସାମ୍ପ୍ରଦାୟିକ ରାଜନୀତିର ସ୍ଥାନ ନାହିଁ । ପିନାରାୟୀ ବିଜୟନ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ସାମ୍ପ୍ରଦାୟିକ ଭାବନା ବଜାୟ ରଖିବା ପାଇଁ ଶାସକ ଦଳର ରହିବା ଅନିର୍ବାର୍ଯ୍ୟ ହୋଇପଡିଛି ।

ସୂଚନାଥାଉକି ଆଜି ଦେଶର ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ଗଣତି ଚାଲିଛି । 140 ଆସନ ବିଶିଷ୍ଟ କେରଳ ବିଧାନସଭା ନିର୍ବାଚନରେ ଏଲଡିଏଫ 99 ଟି ଆସନ ୟୁଡିଏଫ 41 ଆସନ ହାସଲ କରିଛନ୍ତି । ଏଲଡିଏଫ ଏକାକି ସଂଖ୍ୟାଗରିଷ୍ଠତା ହାସଲ କରି କ୍ରମାଗତ ଭାବରେ ଦ୍ବିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.