ETV Bharat / bharat

'ସ୍ବାଧୀନତା ପରେ ନରେନ୍ଦ୍ର ମୋଦି ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ ପ୍ରଧାନମନ୍ତ୍ରୀ' - ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀ ବିଧାନସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ କେଜ୍ରିୱାଲ । ଭାରତବର୍ଷ ସ୍ବାଧୀନତା ପରେ ନରେନ୍ଦ୍ର ମୋଦି ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ ପ୍ରଧାନମନ୍ତ୍ରୀ ବୋଲି ଅଭିଯୋଗ କରିଛନ୍ତି କେଜ୍ରିୱାଲ । ଅଧିକ ପଢନ୍ତୁ

Arvind Kejriwal
Arvind Kejriwal
author img

By

Published : Mar 28, 2023, 10:31 PM IST

ନୂଆଦିଲ୍ଲୀ: ଆଦାନୀ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ବଜେଟ ଅଧିବେଶନରେ ସେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ଭାରତବର୍ଷ ସ୍ବାଧୀନତା ପରେ ନରେନ୍ଦ୍ର ମୋଦି ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ ପ୍ରଧାନମନ୍ତ୍ରୀ ବୋଲି ଅଭିଯୋଗ କରିଛନ୍ତି କେଜ୍ରିୱାଲ । ଆଦାନୀ ଗ୍ରୁପରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଅର୍ଥ ନିବେଶ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

  • BJP नेता ने बताया-
    Adani तो सिर्फ़ Front पर है, सारा पैसा Modi जी का लगा है।

    अडानी को तो 10-20% Commission मिलती है। वो मोदी के Manager हैं।

    इसलिए मोदी जी JPC की जांच नहीं करवाते, अगर जांच हुई तो अडानी नहीं, मोदी जी डूबेंगे।

    - CM @ArvindKejriwal pic.twitter.com/BaAoaMoU17

    — AAP (@AamAadmiParty) March 28, 2023 " class="align-text-top noRightClick twitterSection" data=" ">

ବିଧାନସଭାରେ ଆଦାନୀ ପ୍ରସଙ୍ଗକୁ ନେଇ ବିବୃତ୍ତି ରଖି କେଜ୍ରିୱାଲ କହିଛନ୍ତି, "ଆଦାନୀକୁ ଅସ୍ତ୍ର କରି କେନ୍ଦ୍ର ସରକାର ଲୁଟିଛନ୍ତି । ଗତ ୭୫ବର୍ଷ ମଧ୍ୟରେ କଂଗ୍ରେସ ଯେତିକି ଲୁଟିନଥିଲା, ବିଜେପି ସରକାର ମାତ୍ର ୭ବର୍ଷ ମଧ୍ୟରେ ତା'ଠାରୁ ଅଧିକ ଅର୍ଥ ଲୁଟିଛନ୍ତି । ଏଥିଲାଗି ଦେଶ ଏବେ ଖରାପ ସ୍ଥିତି ଦେଇ ଗତି କରୁଛି । ଏଥିଲାଗି ଆମେ ଘଟଣାକୁ ନେଇ ଗଭୀର ଭାବେ ଚିନ୍ତାଗ୍ରସ୍ତ ରହିଛୁ । ହେଲେ ଦୁଶ୍ଚିନ୍ତାର କଥା ହେଉଛି ପ୍ରଧାନମନ୍ତ୍ରୀ ଉଚ୍ଚ ଶିକ୍ଷିତ ନୁହେଁ, ଏଣୁ ସେ ଘଟଣାକୁ ଭଲ ଭାବେ ବୁଝିପାରୁନାହାନ୍ତି । "

  • मैंने पूछा: मोदी जी के आगे-पीछे कोई नहीं, फिर उन्हें पैसे की क्या ज़रूरत?

    BJP नेता: पैसे की ज़रूरत नहीं, हवस होती है

    जिस दिन Adani दुनिया का दूसरे No 2 का अमीर बना था
    उस दिन अडानी नहीं, Modi दूसरे सबसे अमीर आदमी बने थे

    अब वो No 1 Richest Man बनना चाहते हैं

    -CM @ArvindKejriwal pic.twitter.com/12FcYPwCKQ

ଏହା ବି ପଢନ୍ତୁ- ଗୃହବନ୍ଦୀରେ ୬ ଆଦିବାସୀ ନେତା, ରାଷ୍ଟ୍ରପତିଙ୍କୁ ଭେଟିବାକୁ କରୁଥିଲେ ଉଦ୍ୟମ

ସେ ଆହୁରି କହିଛନ୍ତି, "ମୋତେ ଜଣେ ବିଜେପି ନେତା କହିଥିଲେ ଯେ ଆଦାନୀକୁ ଆଗରେ ରଖି ତା' ପଛରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଅର୍ଥ ଖର୍ଚ୍ଚ କରୁଥିଲେ । ଆଦାନୀକୁ ମାତ୍ର ୧୦-୨୦ ପ୍ରତିଶତ କମିଶନ ମିଳୁଥିଲା । ସେ ପ୍ରଧାନମନ୍ତ୍ରୀଙ୍କ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଏଥିଲାଗି ମୋଦି ଜେପିସି ତଦନ୍ତ ଲାଗି ନିର୍ଦ୍ଦେଶ ଦେଉନାହାନ୍ତି । ଫଳରେ ଆଦାନୀ ନୁହେଁ ବରଂ ସେ ପର୍ଦ୍ଦାଫାଶ ହୋଇଯିବେ । ଯେତେବେଳେ ଆଦାନୀ ବିଶ୍ବର ଧନୀ ତାଲିକାର ୨ୟରେ ଥିଲେ, ବାସ୍ତବରେ ସେ ନୁହେଁ ପ୍ରଧାନମନ୍ତ୍ରୀ ମୋଦି ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ହୋଇଥିଲେ ।"

  • Modi-Adani using ED-CBI to takeover businesses:

    🗓️10 Oct 2018
    Raid on Krishnapatnam Port
    🗓️6 Apr 2020
    Adani takes over

    🗓️10 Dec 2020
    Raid on ACC & Ambuja
    🗓️16 Oct 2022
    Adani takes over

    🗓️Jul 2020
    FIR on Mumbai Airport owner
    🗓️1 month later
    Adani takes over

    —CM @ArvindKejriwal pic.twitter.com/StyghfxBIl

କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ, "ଆଦାନୀକୁ ସମସ୍ତ ଏଜେନ୍ସିଠାରୁ ମୋଦି ସୁରକ୍ଷା ଦେଉଛନ୍ତି । ଯଦି ଏହା ଖାଲି ବନ୍ଧୁତା ପର୍ଯ୍ୟନ୍ତ ହୋଇଥାନ୍ତା, ତାହାଲେ ମୋଦି ଏପିର କରିନଥାନ୍ତେ । ମୁଁ ଉତ୍ସାହିତର ସହ ଜାଣିବାକୁ ଚାହୁଁଛି ଯେ ଉଭୟଙ୍କ ମଧ୍ୟରେ ଏମିତି କେଉଁଭଳି ବନ୍ଧୁତା ରହିଛି ।" ଦିଲ୍ଲୀ ବିଧାନସଭାରେ କେଜ୍ରିୱାଲଙ୍କ ଏପରି ବିବୃତ୍ତିକୁ ନେଇ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ । ହିଣ୍ଡେନବର୍ଗ ରିପୋର୍ଟରେ ଆଦାନୀ ଗ୍ରୁପର କେଳେଙ୍କାରୀ ସମ୍ପର୍କରେ ପର୍ଦ୍ଦାଫାଶ ହେବା ପରେ ବିରୋଧୀମାନେ ଲଗାତାର ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଆସୁଛନ୍ତି । ସଂସଦରେ କଂଗ୍ରେସ ନେତାମାନେ ଜେପିସି ତଦନ୍ତ ଲାଗି ଦାବି କରୁଥିବା ବେଳେ କେନ୍ଦ୍ର ସରକାର ଏନେଇ କୌଣସି ପ୍ରକାର ଜବାବ ରଖିନାହାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.