ETV Bharat / bharat

ଜଷ୍ଟିସ୍ ଲଳିତ ପରବର୍ତ୍ତୀ ପ୍ରଧାନ ବିଚାରପତି, ନାଁ ସୁପାରିସ କଲେ CJI - successor of cji

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଉଦୟ ଉମେଶ ଲଳିତ । ସୁପ୍ରିମକୋର୍ଟର 49ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଲଳିତ । ଜଷ୍ଟିସ୍ ଉଦୟ ଉମେଶ ଲଳିତ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ନେଇ ନାମ ସୁପାରିସ କରିଛନ୍ତି ସିଜେଆଇ । ଅଧିକ ପଢନ୍ତୁ

ଜଷ୍ଟିସ୍ ଉଦୟ ଉମେଶ ଲଳିତ ପରବର୍ତ୍ତୀ ପ୍ରଧାନ ବିଚାରପତି

author img

By

Published : Aug 4, 2022, 12:52 PM IST

Updated : Aug 4, 2022, 3:34 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଉଦୟ ଉମେଶ ଲଳିତ । ସୁପ୍ରିମକୋର୍ଟର 49ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଲଳିତ । ଲଳିତଙ୍କ ନାଁ ସୁପାରିସ୍ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ରମଣା । ଚଳିତ ମାସରେ ଅବସର ନେବେ ଜଷ୍ଟିସ ଏନ୍.ଭି ରମଣା ।

କାର୍ଯ୍ୟକାଳ ସରିବା ପୂର୍ବରୁ ଉତ୍ତରାଧିକାରୀ ସୁପାରିଶ କରିବା ପାଇଁ ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଲେଖା ଯାଇଥିବା ଚିଠି ପ୍ରଧାନ ବିଚାରପତିଙ୍କ ସେକ୍ରେଟେରିଏଟ ଗ୍ରହଣ କରିଥିଲା । ଏଥିରେ ନ୍ୟାୟିକ ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜର ଉତ୍ତରାଧିକାରୀ ସୁପାରିସ କରିବାର ପରମ୍ପରା ଅନୁସାରେ, ନାମ ସୁପାରିସ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଥିଲା । ଜଷ୍ଟିସ୍ ଉଦୟ ଉମେଶ ଲଳିତ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ନେଇ ନାମ ସୁପାରିସ କରିଛନ୍ତି ସିଜେଆଇ ।

ଏହା ବି ପଢନ୍ତୁ...ଜଳବାୟୁ ପରିବର୍ତ୍ତନ ଚୁକ୍ତିର କାର୍ଯ୍ୟକାରିତା ସଂକ୍ରାନ୍ତ ଭାରତର ନୂଆ ଜାତୀୟ କାର୍ଯ୍ୟସୂଚୀକୁ ଅନୁମୋଦନ

2021 ମସିହା ଏପ୍ରିଲ 24 ତାରିଖରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଜଷ୍ଟିସ ଏନ.ଭି ରମଣା । ତେବେ ତାଙ୍କ କାର୍ଯ୍ୟକାଳ ଚଳିତ ମାସ (ଅଗଷ୍ଟ) 26 ତାରିଖରେ ଶେଷ ହେବାକୁ ଯାଉଛି । ତେଣୁ ସେ ତାଙ୍କ ଉତ୍ତରାଧିକାରୀ ଭାବେ ଲଳିତଙ୍କ ନାଁ ସୁପାରିସ୍ କରିଛନ୍ତି । ପ୍ରଧାନ ବିଚାରପତି ରମଣା ତାଙ୍କର ଉତ୍ତରାଧିକାରୀ ଭାବେ ଜଷ୍ଟିସ ୟୁ.ୟୁ ଲଲିତଙ୍କ ନାମ ସୁପାରିସ କରିବାର ଯଥେଷ୍ଟ ସମ୍ଭାବନା ରହିଥିଲା । ବରିଷ୍ଠତା ଭିତ୍ତିରେ ସବୁଠୁ ଆଗରେ ଜଷ୍ଟିସ ୟୁ.ୟୁ ଲଲିତ ରହିଛନ୍ତି । 2014 ମସିହା ଅଗଷ୍ଟ 13 ତାରିଖରୁ ସେ ସର୍ବୋଚ୍ଚ କୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି ୟୁ.ୟୁ ଲଲିତ ।

Last Updated : Aug 4, 2022, 3:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.