ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ । ପ୍ରଧାନ ବିଚାରପତି ନିଜ ପତ୍ନୀଙ୍କ ସହ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ତେବେ ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ।
-
Dr Justice D.Y. Chandrachud, Chief Justice of India, along with his wife Smt Kalpana Das, called on President Droupadi Murmu at Rashtrapati Bhavan. pic.twitter.com/6sUsUob9kA
— President of India (@rashtrapatibhvn) November 18, 2022 " class="align-text-top noRightClick twitterSection" data="
">Dr Justice D.Y. Chandrachud, Chief Justice of India, along with his wife Smt Kalpana Das, called on President Droupadi Murmu at Rashtrapati Bhavan. pic.twitter.com/6sUsUob9kA
— President of India (@rashtrapatibhvn) November 18, 2022Dr Justice D.Y. Chandrachud, Chief Justice of India, along with his wife Smt Kalpana Das, called on President Droupadi Murmu at Rashtrapati Bhavan. pic.twitter.com/6sUsUob9kA
— President of India (@rashtrapatibhvn) November 18, 2022
ରାଷ୍ଟ୍ରପତି ଭବନରୁ ଟ୍ବିଟ୍ ମାଧ୍ୟମରେ କୁହାଯାଇଛି ଯେ, "ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ତାଙ୍କ ପତ୍ନୀ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା ।"
ଏହାପୂର୍ବରୁ ଦୁଇଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଧରତ୍ରୀ ଆବା ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଅବସରରେ ଲାଲପୁରରେ ଆୟୋଜିତ ଆଦିବାସୀ ପରେଡ ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ମଧ୍ୟପ୍ରଦେଶରେ ପେସା ଅଧିନିୟମର କାର୍ଯ୍ୟକାରିତା ଉପରେ ରାଷ୍ଟ୍ରପତି ଅଧ୍ୟକ୍ଷତା କରିଥିଲେ । ଏହାପରେ ସେହିଦିନ ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ଭୋପାଳରୁ ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ରାଷ୍ଟ୍ରପତି ।
ନଭେମ୍ବର 10ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି । ଏହି ଦୁଇ ଦିନିଆ ଗସ୍ତରେ ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଭୁବନେଶ୍ବରରେ ସେ ପଢୁଥିବା କଲେଜ ଓ ସ୍କୁଲ୍ ଯାଇ ସ୍ମୃତି ସାଉଁଟିଥିଲେ ।