ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସିଏଏ କାର୍ଯ୍ୟକାରୀ ଉପରେ ପ୍ରଶ୍ନ କରି ଭାରତୀୟ ଜନତା ପାର୍ଟିର ଇସ୍ତାହାରକୁ ନିନ୍ଦା କରିଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ବରମ ।
ପୂର୍ବତନ ଗୃହମନ୍ତ୍ରୀ କହିଛନ୍ତି ଯେ ଦଳର ପଶ୍ଚିମବଙ୍ଗ ନିର୍ବାଚନୀ ଇସ୍ତାହାରରେ ବିଜେପି ନିଜର ପ୍ରକୃତ ଚେହେରାକୁ ପ୍ରକାଶ କରିଛି କାରଣ ଏହା ସ୍ପଷ୍ଟ କରିଛି ଯେ ସରକାରଙ୍କ ପ୍ରଥମ ଦିନରେ ବିଜେପି ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)ର କାର୍ଯ୍ୟକାରିତାକୁ ଅନୁମୋଦନ କରିବ ।
ସିଏଏ ଦେଶକୁ ବିଭାଜନ କରିବ । ମୁସଲମାନମାନଙ୍କ ପ୍ରତି ଭେଦଭାବ କରିବ ଏବଂ ଲକ୍ଷ ଲକ୍ଷ ଭାରତୀୟଙ୍କୁ ସେମାନଙ୍କର ନାଗରିକତ୍ୱରୁ ବଞ୍ଚିତ କରିବ। ଏହାର ଉଦ୍ଦେଶ୍ୟ ହେଉଛି ଲକ୍ଷ ଲକ୍ଷ ଗରିବ ତଥା ଆଇନ ପାଳନ କରୁଥିବା ନାଗରିକଙ୍କ ମନରେ ଭୟ ସୃଷ୍ଟି କରିବା ବୋଲି ଚିଦାମ୍ବରମ କହିଛନ୍ତି । ସେ ଆହୁରି କହିଛନ୍ତି ଆସାମ ଏବଂ ବଙ୍ଗର ଲୋକମାନେ ବିଜେପି ଏବଂ ଏହାର 'ବିଷାକ୍ତ ଏଜେଣ୍ଡା'କୁ ପରାସ୍ତ କରି ନିର୍ଣ୍ଣାୟକ ଭୋଟ୍ ଦେବାକୁ ସେ ଅନୁରୋଧ କରିଛନ୍ତି ।
ରବିବାର ଗୃହମନ୍ତ୍ରୀ ଅମିତ ଶାହା ବିଜେପିର ଇସ୍ତାହାର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଆମେ ଆମ ଇସ୍ତାହାରକୁ ସଂଙ୍କଳ୍ପ ପତ୍ର କହିବାକୁ ନିଷ୍ପତ୍ତି ନେଇଛୁ । ଏହା କେବଳ ଗୋଟିଏ ଇସ୍ତାହାର ନୁହେଁ ବରଂ ପଶ୍ଚିମବଙ୍ଗ ପାଇଁ ଦେଶର ସର୍ବବୃହତ ଦଳ ପକ୍ଷରୁ ଏହା ଏକ ସଂଙ୍କଳ୍ପ ପତ୍ର ବୋଲି କହିଛନ୍ତି ଅମିତ ଶାହା ।
@IANS