ETV Bharat / bharat

Dantewada Encounter; ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମହିଳା ନକ୍ସଲ - ଏନକାଉଣ୍ଟର

ସୁରକ୍ଷାକର୍ମୀଙ୍କ ନକ୍ସଲ ବିରୋଧୀ ଅପରେସନ । ରବିବାର ଛତିଶଗଡ ଦନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

Dantewada Encounter ; ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମହିଳା ନକ୍ସଲ

author img

By

Published : Nov 1, 2021, 6:53 AM IST

ରାୟପୁର: ସୁରକ୍ଷାକର୍ମୀଙ୍କ ନକ୍ସଲ ବିରୋଧୀ ଅପରେସନ । ରବିବାର ଛତିଶଗଡ ଦନ୍ତେଓ୍ବାଡାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମୁଣ୍ତ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ସୂଚନା ଅନୁସାରେ, ରବିବାର ସଂନ୍ଧ୍ୟା ପ୍ରାୟ ୬ଟା ସମୟରେ କାଟାକଲ୍ଯାଣ ଥାନା ଅଞ୍ଚଳ ଅଧିନରେ ଅଡଓ୍ବାଲ କୁଞ୍ଚେରାଶ ଗାଁ ମଝିରେ ନକ୍ସଲ ଥିବା ନେଇ ସୁରକ୍ଷା ବାହିନୀ ଖବର ପାଇଥିଲେ । ପରେ DRG ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ମହିଳା ନକ୍ସଲମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ । ଯାହାର ପ୍ରତି ଜବାବ ଦେଇଥିଲେ ସୁରକ୍ଷାବାହିନୀ ।

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳି ପଡିଥିଲେ ୩ ମହିଳା ନକ୍ସଲ । ପରେ ଘଟଣାସ୍ଥଳରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ତିନି ଜଣ ହେଉଛନ୍ତି ରାଜେ ମୁଚାକି, ଗୀତା ମାର୍କମ୍ ଏବଂ ଜ୍ୟୋତି ଛଦ୍ମନାମ (ଭୀମେ ନୁପୋ) ବୋଲି ଜଣାପଡିଛି । ଯେଉଁମାନେ ମାଓବାଦୀଙ୍କ କାଟେକାଲିଆନ କ୍ଷେତ୍ର କମିଟିର ସକ୍ରିୟ ସଦସ୍ୟ ଥିଲେ । ପ୍ରତ୍ୟକଙ୍କ ମୁଣ୍ତ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର । ଘଟଣାସ୍ଥଳରୁ ସ୍ଥାନରୁ ଗୋଟିଏ 12 ବୋର ବନ୍ଧୁକ, ଦୁଇଟି ଦେଶ ନିର୍ମିତ ରିଭଲଭର, ଗୋଟିଏ ମୁଜ ଲୋଡିଂ ବନ୍ଧୁକ, ଦୁଇଟି ଆଇଡି, ଔଷଧ ଓ କିଛି ବିଦ୍ୟୁତ ତାର ଜବତ କରାଯାଇଛି । ଏନେଇ ଦନ୍ତେଓ୍ବାଡାର ଏସପି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.