ETV Bharat / bharat

ଛତିଶଗଡ ଦନ୍ତେଓ୍ବାଡାରେ ଏନକାଉଣ୍ଟର: 3 ନକ୍ସଲ ନିପାତ - ଦନ୍ତେଓ୍ବାଡାରେ ଏନକାଉଣ୍ଟର

Naxalites killed in Encounter in Dantewada: ଛତିଶଗଡ଼ ଦନ୍ତେଓ୍ବାଡାରେ ଏନକାଉଣ୍ଟରରେ 3 ନକ୍ସଲ ନିପାତ । ଏବେ ବି ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ

ଛତିଶଗଡ ଦନ୍ତେଓ୍ବାଡାରେ ଏନକାଉଣ୍ଟର: 3 ନକ୍ସଲ ନିପାତ

author img

By ETV Bharat Odisha Team

Published : Dec 24, 2023, 9:55 PM IST

Updated : Dec 24, 2023, 10:12 PM IST

ରାୟପୁର: ଛତିଶଗଡର ଦନ୍ତେଓ୍ବାଡାରେ ଏନକାଉଣ୍ଟରରେ ସୁରକ୍ଷା ବଳକୁ ସଫଳତା ମିଳିଛି । ଆଜି ଅପରାହ୍ନରେ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ 3 ନକ୍ସଲଙ୍କୁ ନିପାତ କରିଛି ସୁରକ୍ଷା ବଳ । ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ଦାନ୍ତଓ୍ବାଡାର କେତେକାଲ୍ୟାନ ଥାନା ଅଧୀନରେ ଆସୁଥିବା ଦବ୍ବାକୁନ୍ନା ନିକଟବର୍ତ୍ତୀ ଦାନ୍ତଓ୍ବାଡା ଓ ସୁକମା ସଂଲଗ୍ନ ପାହାଡି ଜଙ୍ଗଲରେ ଏହି ମିଳିତ ଅପରେସନ ଆରମ୍ଭ କରିଥିଲେ । ପ୍ରଥମେ କମ୍ବି ଅପରେସନ ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ ମଧ୍ୟରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲା । କିଛି ଘଣ୍ଟାର ଗୁଳି ବିନିମୟରେ ଏଥିରେ 3 ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।

ବସ୍ତର ରେଞ୍ଜ ପୋଲିସ ଆଇଜି ପି.ସୁନ୍ଦରରାଜଙ୍କ ସୂଚନା ଅନୁସାରେ, ଘଟଣାସ୍ଥଳରୁ 3 ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି । ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଉକ୍ତ ଜଙ୍ଗଲରେ କିଛି ଦିନ ହେବ ନକ୍ସଲ କ୍ୟାମ୍ପ ଚାଲିଥିବା ନେଇ ପୋଲିସ ନିକଟରେ ସୂଚନା ରହିଥିଲା । ଘଟଣାସ୍ଥଳରୁ କିଛି ରାଇଫଲ, ବିସ୍ଫୋରକ ଓ ମାଓ ପୋଷାକ ସମେତ ଅନ୍ୟ ସାମଗ୍ରୀ ଜବତ ହୋଇଛି । ଅନ୍ୟ କିଛି ନକ୍ସଲ ଜଙ୍ଗଲ ମଧ୍ୟରୁ ଛତ୍ରଭଙ୍ଗ ଦେଇ ଖସି ପଳାଇଛନ୍ତି । ଏବେ ସମଗ୍ର ଜଙ୍ଗଲକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନକୁ ବ୍ୟାପକ କରାଯାଉଥିବା ସୁନ୍ଦରରାଜ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କୁମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଦୁଇ ଏସଓଜି ଯବାନ ଗୁରୁତର

ଏବେ ଦେଶର ଅନ୍ୟ ରାଜ୍ୟରେ ନକ୍ସଲ ହିଂସା ଓ ସେମାନଙ୍କ ପ୍ରଭାବ ପ୍ରାୟତଃ ହ୍ରାସ ପାଇଥିବା ବେଳେ ଛତିଶଗଡର ଏକାଧିକ ଅଞ୍ଚଳରେ ଏବେ ମଧ୍ୟ ନକ୍ସଲଙ୍କ ପ୍ରାଦୃଭାବ ରହିଛି । ନିକଟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ନିର୍ବାଚନୀ ସମୟରେ ଏକାଧିକ ସ୍ଥାନରେ ଲାଲବାହିନୀର ତାଣ୍ଡବ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ କାଙ୍କେରରେ ନିର୍ବାଚନୀ ସଭା ପୂର୍ବରୁ ନକ୍ସଲମାନେ ପୋଲିସ ଇନଫର୍ମର ସନ୍ଦେହରେ 4 ସ୍ଥାନୀୟ ଗ୍ରାମବାସୀଙ୍କୁ ହତ୍ୟା କରିବା ସହ ଭୋଟ ବର୍ଜନ କରିବା ପାଇଁ ଧମକ ଦେଇ ପୋଷ୍ଟର ମାରିଥିଲେ । କଡା ସୁରକ୍ଷା ଓ ବ୍ୟାପକ ଫୋର୍ସ ମୁତୟନ କରାଯାଇ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିଲା । ନକ୍ସଲ ପ୍ରବଣ ସ୍ଥାନ ଭାବେ ରେକର୍ଡ ଥିବା ଅଞ୍ଚଳରେ ସଂଧ୍ୟା 5 ଟା ପରିବର୍ତ୍ତେ ଦିନ 3 ଟାରେ ମତଦାନ ଶେଷ କରାଯାଇ ସଂଧ୍ୟା ପୂର୍ବରୁ ପୁଲିଂ ପାର୍ଟି ଓ ଇଭିଏମକୁ ଷ୍ଟ୍ରଙ୍ଗରୁମରେ ପହଞ୍ଚାଇଥିଲେ ସୁରକ୍ଷା ବଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 24, 2023, 10:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.