ରାୟପୁର: ଛତିଶଗଡର କୋଣ୍ଡାଗାଓନ ଜିଲ୍ଲାର କୋଥ୍ରାଲିବେଡା ଗ୍ରାମ। ସ୍ବାଧୀନାତର 75 ବର୍ଷ ପରେ ବି ଏଠାରେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ। ସରକାରୀ ଯୋଜନା ଏଠାକାର ଲୋକଙ୍କ ପାଇଁ ଜେମିତି ସାତ ସପନ। ଫଳରେ ସ୍ବାସ୍ଥ୍ୟସେବା ପାଇଁ ପଡୋଶି ରାଜ୍ୟ ଓଡିଶା ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ । ଜୁରୁରୀ ସେବା ପାଇଁ ନବରଙ୍ଗପୁର, ଅନନ୍ତପୁର ଏବଂ ସିଲାଟି ଗ୍ରାମ ଉପରେ ନିର୍ଭର କରିବାକୁ ପଡୁଛି । ଏହି ଗ୍ରାମରେ ଅଧିକ ସମସ୍ୟାର ସମ୍ମଖୀନ ହୁଅନ୍ତି ମହିଳା । ଗର୍ଭବତୀମାନେ ପ୍ରସବ ସମୟ ଆସିଲେ ଏକ ମାସ ପୂର୍ବରୁ ଗାଁ ଛାଡି ଓଡିଶାକୁ ଆସିଥାଆନ୍ତି । କାହିଁକିନା ଏମାନଙ୍କ ନିକଟରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାରେ ବିଫଳ ହୋଇଛନ୍ତି ଛତିଶଗଡ଼ ସରକାର ।
ଓଡିଶା ସୀମାରେ ରହିଛି କୋଥ୍ରାଲିବେଡା ଗ୍ରାମ: କୋଣ୍ଡାଗାଁ ଜିଲ୍ଲା କୋଥ୍ରାଲିବେଡା ଗ୍ରାମ ଅନନ୍ତପୁର ଗ୍ରାମ ପଞ୍ଚାୟତର ଏକ ଆଶ୍ରିତ ଗାଁ । ଏହା ଓଡ଼ିଶା ସୀମାରେ ଥିବା ଜିଲ୍ଲା ମୁଖ୍ୟାଳୟଠାରୁ 30ରୁ 40 କିଲୋମିଟର ଦୂରରେ ଅବସ୍ଥିତ । ମୌଳିକ ସୁବିଧା ପାଇଁ ଗ୍ରାମବାସୀ ମାନେ ଓଡ଼ିଶାର ନବରଙ୍ଗପୁରର ସିଲାଟି ଗ୍ରାମ ଉପରେ ନିର୍ଭର କରିଥାନ୍ତି ।
ଏହା ବି ପଢ଼ନ୍ତୁ: ସମସ୍ୟା ଘେରରେ ଝିରପାଣି ଗାଁ: ନା ଅଛି ରାସ୍ତା ନା ପାନୀୟ ଜଳ ସୁବିଧା
ସରକାରୀ କଳଠାରୁ କୋଶ ଦୂରରେ ଏହି ଗାଁ: କୋଥ୍ରାଲିବେଡ଼ା ଗ୍ରାମରେ 300ରୁ 400 ଲୋକ ବସବାସ କରନ୍ତି । ଗ୍ରାମରେ ରାସ୍ତାରେ ଅବସ୍ଥା ଭଲ ନଥିବା ବେଳେ ବର୍ଷା ଦିନ ଆସିଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଛୋଟ ପିଲାମାନେ ଅଙ୍ଗନବାଡି କେନ୍ଦ୍ର ଯିବା ମଧ୍ୟ ସମ୍ଭବପର ହୋଇପାରୁ ନାହିଁ । ବିଶେଷକରି ଗର୍ଭବତୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଏଣୁ ମହିଳାମାନଙ୍କ ପ୍ରସବର ଏକ ମାସ ପୂର୍ବରୁ ଓଡ଼ିଶାର ନବରଙ୍ଗରପୁର ସୀମାନ୍ତ ସିଲାଟି ଗାଁକୁ ଚାଲି ଆସୁଛନ୍ତି । ଗାଁ ଛାଡ଼ିବାର ମୂଳ କାରଣ ହେଉଛି ଆବଡ଼ାଖାବଡ଼ା ରାସ୍ତା । ସ୍ୱାଧୀନତାର 75 ବର୍ଷ ପରେ ମଧ୍ୟ ଏହି ଗାଁରେ ଗୋଟିଏ ବି କଲଭର୍ଟ ନିର୍ମାଣ ହୋଇପାରିନାହିଁ ।
ଏହା ବି ପଢ଼ନ୍ତୁ: ପହଞ୍ଚି ପାରୁନି ମୌଳିକ ସୁବିଧା, ବିକାଶ ବାଟ ଖୋଜୁଛି ଅପହଞ୍ଚ ଫିରୋଜାବାଦ ଗ୍ରାମ
ଗ୍ରାମରେ ନାହିଁ ଅଙ୍ଗନବାଡି: ଗ୍ରାମରେ ଛୋଟ ପିଲାଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ରଟିଏ ନାହିଁ। ବିଦ୍ୟାଳୟରେ ପଢିବାକୁ ହେଲେ ଅନନ୍ତପୁର ଗ୍ରାମକୁ ଯିବାକୁ ପଡ଼େ । ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ 7 କିଲୋମିଟର ଅତିକ୍ରମ କରିବାକୁ ପଡ଼ିଥାଏ । ରାସନ ଆଣିବା ପାଇଁ ମଧ୍ୟ ଅନନ୍ତପୁର ଗ୍ରାମ ଉପରେ ନିର୍ଭରଶୀଳ । ବର୍ଷା ହେଲେ ଏହି ଗାଁ ପାଣିରେ ବୁଡିଯିବା ପରି ମନେ ହୁଏ । ଯାତାୟତ କରିବା ଅସମ୍ଭବ ହୋଇ ପଡ଼େ । କିନ୍ତୁ ଛତିଶଗଡ଼ ଏବଂ ଓଡିଶା ମଧ୍ୟରେ ଏକ ମାର୍କାଣ୍ଡି ନଦୀ ଅଛି । ଏହା ମଧ୍ୟ ଦେଇ ଲୋକମାନେ ଜୁରୁରୀ ସାମଗ୍ରୀ କିଣିବାକୁ ସିଲାଟି ଗ୍ରାମ ଦେଇ ଓଡ଼ିଶା ଚାଲି ଆସନ୍ତି ।
ପ୍ରସବ କରିବାର ଏକ ମାସ ପୂର୍ବରୁ ଗର୍ଭବତୀ ଗାଁ ଛାଡିଥାନ୍ତି: ଏଠାରେ ଗର୍ଭବତୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଗାଁରେ କୌଣସି ସୁବିଧା ନଥିବାରୁ ପ୍ରସବ ସମୟରେ ଗର୍ଭବତୀମାନେ ଏକ ମାସ ପୂର୍ବରୁ ଗାଁ ଛାଡିଥାଆନ୍ତି । ଏହି ମହିଳାମାନେ ସମ୍ପର୍କୀୟଙ୍କ ଘରେ ପହଞ୍ଚି ସେଠାରେ ପ୍ରସବ ପରେ ଚିକିତ୍ସିତ ହୁଅନ୍ତି । ପରେ ସୁସ୍ଥ ହେବା ପରେ ସେ ଗାଁକୁ ଫେରି ଆସନ୍ତି । ସେହିଭଳି ଅସୁସ୍ଥ ଲୋକମାନେ ମଧ୍ୟ ଏହି ଗାଁରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।