ETV Bharat / bharat

'ଛତିଶଗଡ଼ ନକ୍ସଲ ଦମନ ପାଇଁ ସଠିକ ଭାବେ ଯୋଜନା ହୋଇନଥିଲା'

author img

By

Published : Apr 5, 2021, 1:08 PM IST

ଛତିଶଗଡ଼ ନକ୍ସଲ ଦମନ ପାଇଁ ସଠିକ ଭାବେ ଯୋଜନା ହୋଇନଥିଲା ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

'ଛତିଶଗଡ଼ ନକ୍ସଲ ଦମନ ପାଇଁ ସଠିକ ଭାବେ ଯୋଜନା ହୋଇନଥିଲା'
'ଛତିଶଗଡ଼ ନକ୍ସଲ ଦମନ ପାଇଁ ସଠିକ ଭାବେ ଯୋଜନା ହୋଇନଥିଲା'

ନୂଆଦିଲ୍ଲୀ: ଛତିଶଗଡ଼ରେ ନକ୍ସଲଙ୍କ ନାରକୀୟ କାଣ୍ଡରେ 22 ଜଣ ଯବାନ ଶହୀଦ ହୋଇଛନ୍ତି । ତେବେ ନକ୍ସଲଙ୍କ ବିରୋଧରେ ଯବାନଙ୍କ ଅପରେସନ ସଠିକ ଭାବେ ଯୋଜନା କରାଯାଇନଥିବା ଓ ଅକ୍ଷମ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇଛି ବୋଲି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ସୋମବାର ନିଜ ଟ୍ବିଟ କରି କହିଛନ୍ତି ।

  • If there was no intelligence failure then a 1:1 death ratio means it was a poorly designed and incompetently executed operation.

    Our Jawans are not cannon fodder to be martyred at will. pic.twitter.com/JDgVc03QvD

    — Rahul Gandhi (@RahulGandhi) April 5, 2021 " class="align-text-top noRightClick twitterSection" data=" ">

ଅପରେସନରେ କୌଣସି ଗୁପ୍ତଚର ବିଭାଗର ବିଫଳତା ନାହିଁ ଏବଂ ସମାନ ସଂଖ୍ୟକ ନକ୍ସଲଙ୍କୁ ମଧ୍ୟ ନିପାତ କରାଯାଇଛି ବୋଲି CRPF ମହାନିର୍ଦ୍ଦେଶକ କୁଲଦୀପ ସିଂ ଏକ ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ସିଆରପିଏଫ ମହାନିର୍ଦ୍ଦେଶକଙ୍କ ଏହି ମନ୍ତବ୍ୟ ପରେ ରାହୁଲ କହିଛନ୍ତି ଯେ ଯଦି ଏହି ଅପରେସନର ଗୁପ୍ତଚର ବିଭାଗର ବିଫଳତା ନୁହେଁ, ତେବେ ନକ୍ସଲଙ୍କୁ ନିପାତ କରିବା ପାଇଁ ସଠିକ ଭାବେ ଯୋଜନା କରାଯାଇନଥିଲା ବୋଲି ରାହୁଲ ଅଭିଯୋଗ ଆଣିଛନ୍ତି । ଏଯାବତ ସିଆରପିଏଫର ଇନସପେକ୍ଟର ନିଖୋଜ ଥିବା ବିଭାଗ ପକ୍ଷରୁ ସୂଚନା ଦିଆାଯାଇଛି ।

ତେବେ ସୂଚନା ଥାଉ କି ରବିବାର ଛତିଶଗଡ଼ର ବିଜାପୁର ଓ ସୁକମା ଜିଲ୍ଲାରେ ନକ୍ସଲଙ୍କ ଦ୍ବାରା ବିଛାଯାଇଥିବା ଜାଲରେ ସିଆରପିଏଫ ଯବାନ ଫସିଯାଇଥିଲେ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ମଧ୍ୟ ହୋଇଥିଲା । ସିଆରପିଏଫ ଯବାନଙ୍କ ଏହି କୁମ୍ବିଂ ଅପରେସନ ସମୟରେ ନକ୍ସଲଙ୍କ ଆମ୍ବୁସ ମଧ୍ୟରେ ଫସିଯାଇଥିଲେ ଯବାନ । ଫଳରେ ନକ୍ସଲଙ୍କ ଆକ୍ରମଣରେ 22 ଯବାନ ଶହୀଦ ହୋଇଛନ୍ତି ।

ନକ୍ସଲଙ୍କ ଏହି ଆକ୍ରମଣରେ ସିଆରପିଏଫ ଯବାନର 22 ଜଣ ଶହୀଦ ହେବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାହୁଲ । ଶହୀଦ ଯବାନଙ୍କ ମଧ୍ୟରେ କୋବ୍ରା କମାଣ୍ଡର 5 ଜଣ ଯବାନ, ବାଷ୍ଟାରିଆ ବାଟାଲିୟନର ଜଣେ ଯବାନ, DRGରୁ 7 ଜଣ, ସ୍ପେଶିଆଲ ଟାସ୍କ ଫୋର୍ସର 5 ଜଣ ଯବାନ ଶହୀଦ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.